Advertisment

ଦିଗପହଣ୍ଡି ବସ୍ ଟ୍ରାଜେଡି: ୨୫ ବର୍ଷର ଦଦରା ବସ୍‌ର ନଥିଲା ପରମିଟ୍, କମିତି ମିଳିଥିଲା ଫିଟନେସ୍ ?

ଗଂଜାମ ଦିଗପହଣ୍ଡିରେ ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍‌ର ନଥିଲା ପରମିଟ୍ । କେବଳ ସେତିକି ନୁହେଁ, ୨୫ ବର୍ଷର ଭଙ୍ଗା ଦଦରା ବସକୁ ଫିଟନେସ୍ ସାର୍ଟିଫିକେଟ୍ ମିଳିଥିଲା। ବସ୍ ଟ୍ରାଜେଡିକୁ ୧୮ ଘଂଟା ବିତିଥିବା ବେଳେ ଦୁର୍ଘଟଣାର କାରଣ ଖୋଜା ଚାଲିଛି। ସେପଟେ ଦୁର୍ଘଟଣା ପରେ ଫେରାର ହୋଇଯାଇଥିବା OSRTC ବସ୍ ଡ୍ରାଇଭରକୁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ ଧରି ଦିଗପହଣ୍ଡି ପୋଲିସକୁ ହସ୍ତାନ୍ତର କରାଯାଇଛି

Advertisment

ଗଂଜାମ ଦିଗପହଣ୍ଡିରେ ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍‌ର ନଥିଲା ପରମିଟ୍ । କେବଳ ସେତିକି ନୁହେଁ, ୨୫ ବର୍ଷର ଭଙ୍ଗା ଦଦରା ବସକୁ ଫିଟନେସ୍ ସାର୍ଟିଫିକେଟ୍ ମିଳିଥିଲା। ବସ୍ ଟ୍ରାଜେଡିକୁ ୧୮ ଘଂଟା ବିତିଥିବା ବେଳେ ଦୁର୍ଘଟଣାର କାରଣ ଖୋଜା ଚାଲିଛି। ସେପଟେ ଦୁର୍ଘଟଣା ପରେ ଫେରାର ହୋଇଯାଇଥିବା OSRTC ବସ୍ ଡ୍ରାଇଭରକୁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ ଧରି ଦିଗପହଣ୍ଡି ପୋଲିସକୁ ହସ୍ତାନ୍ତର କରାଯାଇଛି । ଗତକାଲି ମଧ୍ୟରାତ୍ରରେ ଗଂଜାମ ଦିଗପହଣ୍ଡି ନିକଟରେ OSRTC ବସ୍ ଓ ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୮ ଜଣ ଗୁରୁତର ହୋଇଛନ୍ତି। ଏକ ବିବାହ ଉତ୍ସବରେ ଯୋଗଦେଇ ଲୋକେ ଘରୋଇ ବସରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ