ପୁଣି ଅଘଟଣ। ଦୁର୍ଗରୁ ପୁରୀ ଆସୁଥିବା ଏକ୍ସପ୍ରେସରେ ନିଆଁ ଲାଗିଛି। ଟ୍ରେନର ବଗି ତଳେ ନିଆଁ ଦେଖାଯାଇଥିଲା। ନୂଆପଡ଼ାର ଖରିଆରରୋଡ ଷ୍ଟେସନରେ ନିଆଁ ଆୟତ୍ତ ହୋଇଛି। ସ୍ଥାନୀୟ ଦମକଳ ବାହିନୀ ଦ୍ୱାରା ନିଆଁ ଆୟତ୍ତ କରାଯାଇଛି। ବ୍ରେକ୍ ବାଇଣ୍ଡିଂରେ ସ୍ପାର୍କିଂ ଘଟି ନିଆଁ ଲାଗିଥିବା ସୂଚନା ମିଳିଛି। ଏସି ବଗିର ବ୍ରେକ୍ ବାଇଣ୍ଡିଂରେ ସ୍ପାର୍କିଂ ଘଟିଥିଲା।