ସିକିମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୬ ସେନା ଯବାନ ସହିଦ୍‌ ହୋଇଛନ୍ତି । ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଗଭୀର ଖାତକୁ ଖସିପଡ଼ି ଏହି ଦୁର୍ଘଟଣା ଘଟିଛି । ଏଥିରେ ୧୬ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଏବେ ଲୋକଙ୍କ ଭିଡ଼ ଜମିଥିବା ବେଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଗୁରୁତରଙ୍କୁ ବେଙ୍ଗଲ ଆର୍ମି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।