ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଫେସର-ଛାତ୍ର ହାତାହାତି ହୋଇଛନ୍ତି। ରାଜନୀତି ବିଜ୍ଞାନ ବିଭାଗର ଜଣେ ପ୍ରଫେସର ଓ ଜଣେ ଏମ୍ଫିଲ୍ ଛାତ୍ରଙ୍କ ମଧ୍ୟରେ ମାର୍ପିଟ୍ ଓ ଆକ୍ରମଣ ପ୍ରତିଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଉଭୟ ପକ୍ଷରୁ ଦୁଇ ଜଣ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ବୁର୍ଲା ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। କ୍ୟାମ୍ପସ୍ରେ ପୁଲିସ୍ ମୁତୟନ କରାଯାଇଛି। ଛାତ୍ର ଜଣଙ୍କ କହିଛନ୍ତି,“ମୁଁ ଛିଡ଼ା ହୋଇଥିବା ବେଳେ ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର କୁଜୁର ମୋତେ ନିଜ ପ୍ରକୋଷ୍ଠକୁ […]
ଭୁବନେଶ୍ୱର: ପୁଣି ବାଣୀବିହାର ଅଶାନ୍ତ। ଦୀର୍ଘ ଦିନ ଧରି ଶାନ୍ତ ରହିଥିବା ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଉତ୍ତେଜନା ଦେଖାଦେଇଛି। ଦୁଇ ଛାତ୍ର ଗୋଷ୍ଠୀ ଓ ପୁଲିସ୍ ମଧ୍ୟରେ ମାରପିଟ୍ ଏବଂ ଧସ୍ତାଧସ୍ତି ହୋଇଛି। ଏହି ଘଟଣାରେ ପୁଲିସ୍ ୨ଜଣ ଅଣଛାତ୍ରଙ୍କୁ ଅଟକ ରଖିବା ସହ କ୍ୟାମ୍ପସରେ ୧ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ସୂଚନା ଅନୁସାରେ, ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟରେ ଫାର୍ମାସି ବିଭାଗର ଛାତ୍ରଛାତ୍ରୀ ବିଭିନ୍ନ ଦାବି ନେଇ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ବନ୍ଦ […]
ପୁରୀ: ନାଳକୁ ଖସି ପଡ଼ିଲା ବୋଲେରୋ। ପୁରୀ ଜଗନ୍ନାଥ ସଡ଼କରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୁକଳ ନିକଟସ୍ଥ ଭାଇଲିପୁର ଠାରେ ବୋଲେରୋ ନାଳକୁ ଖସି ପଡ଼ିବାରୁ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ଜରଡ଼ା ଥାନା ଲାଲକମଙ୍ଗ ଗାଁର ବୋଲି ଜଣାପଡ଼ିଛି। ମୃତକମାନେ ହେଲେ କେ. କ୍ରିଷ୍ଣା(୫୦), ଜଗଦୀଶ୍(୪୦), […]
ଭୁବନେଶ୍ୱର: ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ଅଗ୍ନିଶମ କର୍ମଚାରୀ ସଂଘ। ଓଡ଼ିଶା ପୁଲିସ୍ କର୍ମଚାରୀଙ୍କ ଭଳି ସମାନ ଦରମା ଓ ଭତ୍ତା ପ୍ରଦାନ, ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବା, ଅବସର ନେଇଥିବା କର୍ମଚାରୀଙ୍କୁ ତୁରନ୍ତ ପେନ୍ସନ୍ ପ୍ରଦାନ ଓ ଫାୟାର୍ ମ୍ୟାନ୍ ହାବିଲ୍ଦାର ସଂଘର ପଞ୍ଜିକରଣ ଆଦି ଦାବି କରି ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଏଥିରେ ରାଜ୍ୟର ୫ ହଜାରରୁ ଅଧିକ ଅଗ୍ନିଶମ କର୍ମଚାରୀ ସାମିଲ ହୋଇଛନ୍ତି। ଅନ୍ୟପଟେ ଆନ୍ଦୋଳନରୁ ଓହରିବାକୁ କଟକ ଫାୟାର୍ […]
ବଲାଙ୍ଗିର: ଫେରିଲା ଚକଡ଼ା ପୋକ। ବଲାଙ୍ଗିର ଜିଲ୍ଲା ସଦର ବ୍ଳକ୍ର କେତେକ ଅଞ୍ଚଳରେ ପୁଣି ଦାଉ ସାଧୁଛି ଚକଡ଼ା ପୋକ। ଫଳରେ କ୍ଷତିଗ୍ରସ୍ତ ଧାନଗଛକୁ ଧରି ଚାଷୀମାନେ ପ୍ରତିକାର ପାଇଁ କୃଷି ଅଧିକାରୀଙ୍କୁ ଗୁହାରି କରିଛନ୍ତି। ତେବେ କେବଳ ଔଷଧ ଲେଖିଦେଇ ତୁନି ପଡ଼ିଛି ବିଭାଗ। ପଢ଼ନ୍ତୁ ବଲାଙ୍ଗିର ଜିଲ୍ଳାରୁ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ। ଏଥର ଭଲ ବର୍ଷା ହୋଇଥିବାରୁ ଫସଲ ଭଲ ହେବ ବୋଲି ଚାଷୀମାନେ ଆଶା ବାନ୍ଧିଥିଲେ। କିନ୍ତୁ ଧାନ କ୍ଷେତ ପାଖକୁ ଯାଇ […]
ଭୁବନେଶ୍ୱର: ଚିଲିକାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ହେଲିକପ୍ଟର ଉଡ଼ାଣ ଅଭିଯୋଗ ପ୍ରସଙ୍ଗରେ ଦିଲ୍ଲୀ DGCAକୁ ଯାଇ ତଥ୍ୟ ପ୍ରଦାନ କରିଛନ୍ତି ବୈଜୟନ୍ତ। DGCAରୁ ବାହାରିବା ପରେ ବୈଜୟନ୍ତ ପ୍ରତିକ୍ରିୟା ଦେଇ କହିଛନ୍ତି, DGCA ଯାହା ତଥ୍ୟ ମାଗିଲେ ତାଙ୍କୁ ପ୍ରଦାନ କରିଛି। ମୋ ପ୍ରତି ଅାସିଥିବା ଅଭିଯୋଗ ମିଥ୍ୟା, ଯାହାକୁ ୫ଥର ବଦଳାଯାଇଛି ବୋଲି କହିଛନ୍ତି ବୈଜୟନ୍ତ। ମୁଁ ଲୋକମାନଙ୍କ ସହ ଜଡ଼ିତ ରହି ବିିଭିନ୍ନ ସ୍ଥାନ ବୁଲୁଥିବାରୁ ଏପରି ଅଭିଯୋଗ ଅଣାଯାଇଛି ବୋଲି […]
ଗଞ୍ଜାମ: ରାସ୍ତା ନଥିବାରୁ ପୁଣି ଖଟରେ ବୁହାହେଲେ ଗର୍ଭବତୀ। ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରତାପପୁର ପଞ୍ଚାୟତର ଜଣେ ଗର୍ଭବତୀ ପ୍ରସବ କଷ୍ଟ ହେବା ପରେ ପରିବାର ପକ୍ଷରୁ ୧୦୨ଅାମ୍ବୁଲାନସକୁ ଖବର ଦେଇଥିଲେ। କିନ୍ତୁ ରାସ୍ତା ଖରାପ ଥିବାରୁ ଅାମ୍ବୁଲାନ୍ସ ଗାଁ ଭିତରକୁ ଯାଇ ନପାରିବାରୁ ଗର୍ଭବତୀଙ୍କୁ ଖଟରେ ବୋହି ଅାମ୍ବୁଲାନ୍ସ ନିକଟକୁ ନିଅାଯାଇଥିଲା। ପରେ ଗର୍ଭବତୀଙ୍କୁ ଭଂଜନଗର ମେଡିକାଲକୁ ନିଅାଯାଇଥିଲା। ସେଠାରେ ସେ ଯମଜ ସନ୍ତାନ ଜନ୍ମ ଦେଇଥିଲେ। ମା ଓ ଦୁଇ ଶିଶଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ […]
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ବଣିଆହୁଡ଼ି ଗାଁରେ ଦୁଇଜଣ ଯୁବକ ଗତକାଲି କେନାଲ୍କୁ ମାଛ ମାରିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ଆଜି ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ହେଲେ ସଞ୍ଜୟ ଜେନା ଓ ସରୋଜ ଜେନା। ସେମାନେ ଦୁଇ ଭାଇ ବୋଲି ଜଣାପଡ଼ିଛି। ଗତକାଲି ସଞ୍ଜୟ ଓ ସରୋଜ ଏକ କେନାଲ୍କୁ ମାଛ ମାରିବାକୁ ଯାଇ ନିଖୋଜ ହୋଇ ଯାଇଥିଲେ। ବହୁତ ଖୋଜାଖୋଜି କରାଯାଇଥିଲେ ମଧ୍ୟ ସେମାନଙ୍କର କୌଣସି ସନ୍ଧାନ ମିଳି ନ […]
ଭେଜ୍ ମଞ୍ଚୁରିଆନ୍, କୋବି ମଞ୍ଚୁରିଆନ୍ ତ ଆମେ ସବୁବେଳେ ଖାଇଥାଉ। କିନ୍ତୁ କେବେ ଇଡ୍ଲିରେ ମଞ୍ଚୁରିଆନ୍ ଖାଇଛନ୍ତି କି? ସାଧାରଣତଃ ଇଡ୍ଲି ସହ ଆମେ କିଛି ତରକାରୀ ଖାଇଥାଉ। ନ ହେଲେ ଏହା ଖାଇବାକୁ ଭଲ ଲାଗିନଥାଏ। ଯଦି ଆପଣ ଘରେ ଇଡ୍ଲି ପ୍ରସ୍ତୁତ କରିଛନ୍ତି ଓ ଖାଇସାରିବା ପରେ କିଛି ବଳି ପଡ଼ିଛି ତା ହେଲେ ସେଥିରେ ଇଡ୍ଲିର ଏକ ନୂଆ ଆଇଟମ୍ ଇଡ୍ଲି ମଞ୍ଚୁରିଆନ୍ ପ୍ରସ୍ତୁତ କରନ୍ତୁ। ଜାଣନ୍ତୁ ଇଡ୍ଲି ମଞ୍ଚୁରିଆନ୍ ପ୍ରସ୍ତୁତ କରିବା […]
ରାୟଗଡ଼ା: କୋରାପୁଟର ଭାଲୁମୁସ୍କା-ଲିଲିଗୁମା ମଧ୍ୟରେ ଥିବାର ରେଲୱେ ଲାଇନ୍ ଉପରେ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଛି। ଏଥିଯୋଗୁଁ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି। ଟିକିରିରେ ବିଶାଖାପାଟଣା-କୋରାପୁଟ ଡିଏମ୍ୟୁ ଅଟକି ରହିଛି। ସେହିପରି ଭାଲୁମୁସ୍କାରେ ରାଉରକେଲା ଏକ୍ସପ୍ରେସ୍ ଅଟକି ରହିଥିବା ବେଳେ ଶିକରପାଇ ନିକଟରେ ହୀରାଖଣ୍ଡ ଏକ୍ସପ୍ରେସ୍ ଅଟକି ରହିଛି। ଟେକ୍ନିସିଆନ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମରାମତି ଜାରି ରଖିଛନ୍ତି।
ବାଲେଶ୍ୱର : ପୋଖରୀରେ ଗାଧୋଉଥିବା ବେଳେ ଦୁଇ ଜଣ ଝିଅ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି। ବାଲେଶ୍ୱର ନୀଳଗିରି କାହାଳିଆ ଗାଁରେ ଏହି ଅଘଟଣ ଘଟିଛି। ଦୁଇ ମୃତକଙ୍କ ବୟସ ୧୨ ଏବଂ ୧୦ ବର୍ଷ ହେବ ବୋଲି ସୂଚନା ମିଳିଛି। ତେବେ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଛି ସେ ନେଇ କୌଣସି ସଠିକ୍ ସୂଚନା ମିଳିପାରିନାହିଁ।