• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

ଅଭିନେତା ପପୁ ପମ୍‌ପମ୍‌ଙ୍କୁ ଫୋନ୍‌ରେ ଧମକ

ଭୁବନେଶ୍ୱର : ଖଣ୍ଡଗିରି ଥାନାରେ ଅଭିନେତା ପପୁ ପମ୍‌ପମ୍‌ଙ୍କ ଅଭିଯୋଗ। ଟେଲିଫୋନ ଯୋଗେ ଜଣେ ଲୋକ ତାଙ୍କୁ ଧମକ ଦେଉଥିବା ପପୁ ଆଜି ଥାନାକୁ ଯାଇ ଲିଖିତ ଭାବେ ଅଭିଯୋଗ କରିଛନ୍ତି।  ଭୁବନେଶ୍ୱରର ଏକ ଜାଗାକୁ ନେଇ ଟେଲିଫୋନରେ ତାଙ୍କୁ ଧମକ ଆସୁଥିବା ସେ କହିଛନ୍ତି।

  • Thursday, 10 June 2021
ସୋହେଲଙ୍କୁ ଅପହରଣ! ରାଜଧାନୀରେ ଲାଗିଲା ମାଓବାଦୀଙ୍କ ନାଁରେ ପୋଷ୍ଟର
ସୋହେଲଙ୍କୁ ଅପହରଣ! ରାଜଧାନୀରେ ଲାଗିଲା ମାଓବାଦୀଙ୍କ ନାଁରେ ପୋଷ୍ଟର

ଭୁବନେଶ୍ୱର: ଭୁବନେଶ୍ୱର ଏମ୍‌ସରେ କାଶ୍ମୀର ଛାତ୍ର ସୋହେଲ ଅଜାଜ୍ ନିଖୋଜ ହେବା ଘଟଣା ଏକ ନୂ‌ଆ ମୋଡ଼ ନେଇଛି।  ସୋହେଲଙ୍କୁ ମାଓବାଦୀ ଅପହରଣ କରିଥିବା ନେଇ ବରମୁଣ୍ଡା ବସଷ୍ଟାଣ୍ଡରେ ଏକ ସନ୍ଦିଗ୍ଧ ପୋଷ୍ଟର ଲଗାଯାଇଛି। ବରମୁଣ୍ଡା ବସଷ୍ଟାଣ୍ଡ ଓଭରବ୍ରିଜ୍ କାନ୍ଥରେ ସିପିଆଇ ମାଓବାଦୀ ନାଁରେ ଲାଗିଥିବା ଏହି ପୋଷ୍ଟରରେ ସୋହେଲଙ୍କୁ ଅପହରଣ କରାଯାଇଥିବା ଉଲ୍ଲେଖ ଥିବା ବେଳେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଛାଡ଼ିଲେ ସୋହେଲଙ୍କୁ ଛଡ଼ାଯିବ ବୋଲି ଲେଖାଯାଇଛି। କମିଶନରେଟ ପୋଲିସ ପୋଷ୍ଟରକୁ ଜବତ କରି ଛାନଭିନ୍ […]

  • Thursday, 10 June 2021
ପଞ୍ଚାୟତିରାଜ ଦିବସ ଅବସରରେ ଟ୍ୱିନସିଟିରେ  ମିନି ମାରାଥନ୍
ପଞ୍ଚାୟତିରାଜ ଦିବସ ଅବସରରେ ଟ୍ୱିନସିଟିରେ ମିନି ମାରାଥନ୍

ଭୁବନେଶ୍ୱର: ପଞ୍ଚାୟତିରାଜ ଦିବସ ଅବସରରେ ଭୁବନେଶ୍ୱର ଓ କଟକରେ ମିନି ମାରାଥନ୍ ଅନୁଷ୍ଠିତ ହୋଇଛି। କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା  ଭୁବନେଶ୍ୱରରେ ମାରାଥନକୁ ଶୁଭାରମ୍ଭ କରିଛନ୍ତି। ଏହି ମିନିମାରାଥନ୍ ଫରେଷ୍ଟପାର୍କରୁ ଆରମ୍ଭ ହୋଇ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲା। ଏପଟେ କଟକରେ ଭେଟେରାନ୍ ସ୍ପୋର୍ଟସ ପର୍ସନ ସଂଗଠନ ପକ୍ଷରୁ ମିନିମାରାଥନ ଆୟୋଜିତ ହୋଇଥିଲା। ଆନନ୍ଦଭବନରୁ ଏହି ମାରାଥନ ଆରମ୍ଭ ହୋଇ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା।  ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହାକୁ ଶୁଭାରମ୍ଭ କରିଥିଲେ।

  • Thursday, 10 June 2021
ମାଲବାହୀ ଟ୍ରେନ ଲାଇନଚ୍ୟୁତ
ମାଲବାହୀ ଟ୍ରେନ ଲାଇନଚ୍ୟୁତ

କୋରାପୁଟ: କୋରାପୁଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ। କୋରାପୁଟ ଜୟପୁର ମଧ୍ୟରେ ଥିବା ଦୟାନିଧିଗୁଡା ଷ୍ଟେସନରେ ଲାଇନଚ୍ୟୁତ ହୋଇଥିଲା। ଏହି ମାଲବାହୀ ଟ୍ରେନ  ବିଳମ୍ବିତ ରାତ୍ରୀରେ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଟ୍ରେନଟି ଜୟପୁରରୁ ବିଶାଖାପାଟଣା ଯାଉଥିଲା। ମାଲବାହୀ ଟ୍ରେନର ଇଂଜିନ ଲାଇନଚ୍ୟୁତ ହେବାପରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ଓ ମରାମତି ପରେ ଏବେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି।

  • Thursday, 10 June 2021
କଟକରେ ଏନକାଉଣ୍ଟର
କଟକରେ ଏନକାଉଣ୍ଟର

କଟକ:  କଟକ ସଦର ଥାନା ଅଞ୍ଚଳରେ ଏନକାଉଣ୍ଟର। ପୋଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସଦା ନାୟକ ଆହତ ହୋଇଥିବା ସୂଚନା ମିଳିଛି। ତା ବାମ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ତାକୁ SCBରେ ଭର୍ତ୍ତି କରାଯାଇଥିବାବେଳେ ବନ୍ଧୁକ ଓ ଗୁଳି ଜବତ। ବିଜୟ ପାଲ ଘରକୁ ଗୁଳିମାଡ଼ ଘଟଣାରେ ସଦା ନାୟକ ଅନ୍ୟତମ ଅଭିଯୁକ୍ତ ବୋଲି ସୂଚନା ମିଳିଛି। ସଦା ଧଳସାମନ୍ତ ବ୍ରଦର୍ସଙ୍କ ସହଯୋଗୀ ବୋଲି ମଧ୍ୟ କୁହାଯାଉଛି।

  • Thursday, 10 June 2021
ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର
ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର

ବ୍ରହ୍ମପୁର: କିଛି ଦିନ ଅନ୍ତରରେ ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର। ଜାତୀୟ ରାଜପଥ କଡ଼ ଆଇସ୍ଫ୍ୟା୍ରି ନିକଟରେ ଗୋଷାଣୀ ନୂଆଗାଁ ପୋଲିସର ଏନକାଉଣ୍ଟର। ପୋଲିସ ଏନକାଉଣ୍ଟରରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ପଣ୍ଡା ଓରଫ୍ ମାଙ୍ଗା।  ଚିକିତ୍ସା ପାଇଁ ମାଙ୍ଗାକୁ MKCG ମେଡିକାଲ୍ରେ ଭର୍ତ୍ତି କରାଯାଇଛି  ମାଙ୍ଗାର ବାମ ଗୋଡ଼ରେ ଗୁଳି ବାଜିଛି। ମିଳିଥିବା ସୂଚନା ଅନୁସାରେ ରାକେଶଙ୍କ ନାଁରେ ରହିଛି ଅନେକ ଅପରାଧିକ ମାମଲା। ମାଙ୍ଗା ନାଁରେ GRP ଓ ବିଭିନ୍ନ ଥାନାରେ ୧୦ରୁ ଅଧିକ […]

  • Thursday, 10 June 2021
ରାଜ୍ୟରେ ବଢିବାରେ ଲାଗିଛି ତାତି: ମାର୍ଚ୍ଚ ୯ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ କାଳ ବୈଶାଖୀ ସମ୍ଭାବନା
ରାଜ୍ୟରେ ବଢିବାରେ ଲାଗିଛି ତାତି: ମାର୍ଚ୍ଚ ୯ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ କାଳ ବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ବଢିବାରେ ଲାଗିଛି ତାତି।  ମାର୍ଚ୍ଚ ଆରମ୍ଭରୁ ରେକର୍ଡ ତାତି ଅନୁଭବ ହେବାକୁ ଲାଗିଲାଣି। ମାର୍ଚ୍ଚ ପ୍ରଥମ ସପ୍ତାହରୁ ତାତିର ପ୍ରକୋପ ରାଜ୍ୟବାସୀଙ୍କୁ ହନ୍ତସନ୍ତ କଲାଣି। ଗତକାଲି ଭୁବନେଶ୍ୱର ଦେଶର ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ସହର ଥିଲା। ଏହାସହ ଦେଶର ୧୦ଟି ସବୁଠୁ ଉତ୍ତପ୍ତ ସହର ତାଲିକାରେ ଭୁବନେଶ୍ୱର ସମେତ ଅନୁଗୁଳ, ଝାରସୁଗୁଡ଼ା, ବାରିପଦା ବି ରହିଥିଲା। ରାଜ୍ୟର ୧୩ଟି ସ୍ଥାନରେ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସରୁ ଉପରେ ରହିଥିବା ରେକର୍ଡ କରାଯାଇଛି  […]

  • Thursday, 10 June 2021
ଟ୍ରକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ପୁଅ ମୃତ, ମାଆ ଗୁରୁତର
ଟ୍ରକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ପୁଅ ମୃତ, ମାଆ ଗୁରୁତର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ ରଘୁନାଥପୁରରେ ଏକ ଦୁଃଖଦ ଘଟଣା ଘଟିଛି। ଟ୍ରକ୍‌ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ପୁଅର ମୃତ୍ୟୁ ହୋଇଥିବା ବେଳେ ମାଆ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଆହତଙ୍କୁ ନେବା ପାଇଁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ କରିବାରୁ ଉତ୍ତ୍ୟକ୍ତ ଲୋକେ ଆମ୍ବୁଲାନ୍ସକୁ ଭାଙ୍ଗି ଦେଇଥିଲେ। ଏଥିସହ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ସ୍ଥାନୀୟ ଲୋକେ ପିଛା କରି ଡ୍ରାଇଭରକୁ ପୋଲିସର ଜିମା […]

  • Thursday, 10 June 2021
ନିଖୋଜର ୩ ଦିନ ପରେ ମିଳିଲା ମୃତଦେହ

ବ୍ରହ୍ମପୁର: ନିଖୋଜର ୩ ଦିନ ପରେ ମିଳିଲା ମୃତଦେହ। ଗୋପାଳପୁର ସମୁଦ୍ରରେ ନିଖୋଜ ୨ ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିବା ପରେ ଆଜି ଦୁଇ ନିଖୋଜ ଛାତ୍ରଙ୍କ ସମୁଦ୍ରରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ୨ଜଣ ହେଲେ ଲୋକେଶ ପାତ୍ର ଓ ଡି. ହିତେଶ ପାତ୍ର। ହୋଲି ଦିନ ସମୁଦ୍ରରେ ଗାଧୋଇବା ବେଳେ ୩ ଜଣ ସାଙ୍ଗ ସମୁଦ୍ରରେ ବୁଡ଼ି ଯାଇଥିଲେ। ସେହିଦିନ ବ୍ରହ୍ମପୁର […]

  • Thursday, 10 June 2021
ବଡ଼ ଦେଉଳର ଅବିକଳ ରୂପ
ବଡ଼ ଦେଉଳର ଅବିକଳ ରୂପ

ଭୁବନେଶ୍ୱର: ଶ୍ରୀମନ୍ଦିରର ଅବିକଳ ରୂପ। ଚାରିଦ୍ୱାର, ଅରୁଣସ୍ତମ୍ଭ, କଳ୍ପବଟ ସହ ସ୍ଥାନ ପାଇଛି ସମସ୍ତ ପାର୍ଶ୍ୱ ମନ୍ଦିର ଓ ମଣ୍ଡପ। ବିସ୍ମିତ କରୁଛି ପୁରୀର ଶିଳ୍ପୀ ରାଜେନ୍ଦ୍ର ମିଶ୍ରଙ୍କ ସୂକ୍ଷ୍ମ କଳାକୃତି।

  • Thursday, 10 June 2021
ଟ୍ରକ ଚାପାରେ କନଷ୍ଟେବଲଙ୍କ ମୃତ୍ୟୁ
ଟ୍ରକ ଚାପାରେ କନଷ୍ଟେବଲଙ୍କ ମୃତ୍ୟୁ

ବଲାଙ୍ଗିର: ବଲାଙ୍ଗିର ସହର ଗାନ୍ଧିନଗରରେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଟ୍ରକ୍‌ ଧକ୍କାରେ ଜଣେ କନଷ୍ଟେବଲଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମୃତ୍ୟୁଞ୍ଜୟ କୁଅଁର। ଘଟଣାସ୍ଥଳରେ ହିଁ ମୃତ୍ୟୁଞ୍ଜୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଟ୍ରକ୍‌ଟି ଫେରାର ହୋଇ ଯାଇଛି। ମୃତ୍ୟୁଞ୍ଜୟ ବେଲଗାଁ ଫାଣ୍ଡିରେ କାର୍ଯ୍ୟରତ ଥିଲେ।

  • Thursday, 10 June 2021
ପାର୍ସଲ ବୋମା ବିସ୍ଫୋରଣ ଘଟଣା: ରୀନାଙ୍କ ବୟାନ ରେକର୍ଡ କଲା ପୋଲିସ୍

କଟକ: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଆହତ ବୋହୂ ରୀନାରାଣୀ ସାହୁଙ୍କ ବୟାନ ରେକର୍ଡ କରିଛି ପୋଲିସ। କଟକ SCBରେ ପାଟଣାଗଡ଼ ପୋଲିସ ପହଞ୍ଚି ସାକ୍ଷ୍ୟବିଧି ଧାରା ୩୨ ଅନୁଯାୟୀ ବୟାନ ଶୁଣିଛି। ଏହାକୁ ଆଧାର କରି ତଦନ୍ତ ପ୍ରକ୍ରିୟା ଆଗକୁ ଚାଲିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ପାଟଣାଗଡ଼ରେ ସୌମ୍ୟଶେଖର ସାହୁଙ୍କ ବିବାହ ପରେ ଆସିଥିବା ଏକ ଗିଫ୍ଟ ପ୍ୟାକେଟ ଖୋଲିବା ପରେ ବୋମା ବିସ୍ଫୋରଣ ହୋଇଥିଲା । ଫଳରେ ଘଟଣାସ୍ଥଳରେ […]

  • Thursday, 10 June 2021
ଓଟିଭି ଫୋରସାଇଟ୍- ୨୦୧୮ : ଗୋଟିଏ ମଞ୍ଚରେ ବିବିଧ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମାନସ ମନ୍ଥନ

ଭୁବନେଶ୍ୱର : ଗୋଟିଏ ମଞ୍ଚରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ପର୍ଯ୍ୟାଲୋଚନା ଓ ନିଷ୍କର୍ସ ବାହାର କରିବାର ପ୍ରୟାସ। ବିଗତ ବର୍ଷଗୁଡ଼ିକ ଭଳି ଏଥର ବି ଓଟିଭି ଫୋରସାଇଟ୍- ୨୦୧୮ରେ ହୋଇଥିଲା ଏମିତି ଉଦ୍ୟମ। ବିବିଧ ପ୍ରସଙ୍ଗ ମଧ୍ୟରୁ ଆଲୋଚନାର ଏକ ମୁଖ୍ୟ ବିଷୟ ଥିଲା- Politics for Elections, or Development and Growth, ଅର୍ଥାତ ନିର୍ବାଚନ ପାଇଁ ରାଜନୀତି,  ନା ବିକାଶ ଲାଗି? ଏଥିରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ ବିଜେଡି ନେତା […]

  • Thursday, 10 June 2021
ଚୋରଙ୍କୁ ନିସ୍ତୁକ ମାଡ଼ ମାରି ପୋଲିସର ଜିମା ଦେଲେ ଗାଁ ଲୋକେ

କଟକ : ଚୋରକୁ ମିଳିଛି ପାନେ। କଟକ ଜିଲ୍ଲା ସାଲେପୁର ନଇଗୁଆଁରୁ ଦିନ ଦ୍ୱିପ୍ରହରରେ ଚୋରି କରୁଥିବା ୨ଜଣ ଚୋରକୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ ଗାଁ ଲୋକେ। ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ କରିବା ସହ ତାଙ୍କ ବାଇକ୍‌ ମଧ୍ୟ ପୋଡ଼ି ଦେଇଛନ୍ତି। ପରେ ଗାଁ ଲୋକେ ଉଭୟ ଚୋରକୁ ପୋଲିସର ଜିମା ଦେଇଛନ୍ତି। ଆଜି ଦିନ ୧୧ଟା ସମୟରେ ଗାଁର ସୁଷମା ପଣ୍ଡାଙ୍କ ଘରର ତାଲା ଭାଂଗି ଚୋରମାନେ ଚୋରି କରୁଥିଲେ। […]

  • Thursday, 10 June 2021
ନିର୍ମାଣ ପରେ ବି କାର୍ଯ୍ୟକ୍ଷମ ହୋଇପାରୁନି ଜାତୀୟ କୃଷକ ବଜାର
ନିର୍ମାଣ ପରେ ବି କାର୍ଯ୍ୟକ୍ଷମ ହୋଇପାରୁନି ଜାତୀୟ କୃଷକ ବଜାର

କୋରାପୁଟ: କୋରାପୁଟରେ ସରକାରଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଜାତୀୟ କୃଷକ ବଜାର ଠିକ୍ ଭାବରେ କାର୍ଯ୍ୟକ୍ଷମ ହୋଇପାରୁ ନଥିବାର ପରିଲକ୍ଷିତ ହୋଇଛି। ତେବେ ନିର୍ମାଣ ପରେ ମଧ୍ୟ ନା ଏହା କାର୍ଯ୍ୟକ୍ଷମ ହୋଇପାରୁଛି ନାଁ ଚାଷୀ ଉପକୃତ ହୋଇପାରୁଛନ୍ତି। ଫଳରେ ଆଶା ଆଶଙ୍କାରେ ଜାତୀୟ ବଜାର। କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଳକ କୁନ୍ଦୁଲି ହାଟପଦାଠାରେ ତିଆରି ହୋଇଥିବା ଜାତୀୟ କୃଷକ ବଜାରର  ଆଦିବାସୀ ଅଂଚଳରେ କୃଷି ଓ କୃଷକର ବିକାଶ ପାଇଁ ସରକାର ଏଠାରେ ତିଆରି କରିଥିଲେ। […]

  • Thursday, 10 June 2021
ହୋଲି ଖେଳ ବେଳେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ
ହୋଲି ଖେଳ ବେଳେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ରାଉରକେଲା: ହୋଲି ଖେଳ ବେଳେ ଯୁବତୀଙ୍କ ପ୍ରତି ଅସଦାଚରଣ ଅଭିଯୋଗ ହୋଇଛି। ଏଇ ଘଟଣାକୁ ନେଇ ରାଉରକେଲା  ବୀରମିତ୍ରପୁର ଥାନା ସମ୍ମୁଖରେ ଗଣ୍ଡଗୋଳ ସୃଷ୍ଟି ହୋଇଛି। ହୋଲି ଖେଳ ବେଳେ ହଳଦୀ ଦଫେଇର ଜଣେ ଯୁବତୀଙ୍କ ପ୍ରତି ଅସଦାଚରଣ ସହ ତାଙ୍କ ପୋଷାକ ଚିରିଦେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଗାଁ ଲୋକେ ବୀରମିତ୍ରପୁର ଥାନା ରେ ଏତଲା ଦେବାକୁ ଆସିଥିଲେ। ତେବେ ଏହି ସମୟରେ ଅପରପକ୍ଷ ଲୋକେ ମଧ୍ୟ  ଥାନାକୁ ଆସିଥିଲେ। ଉଭୟ ପକ୍ଷ ମଧ୍ୟରେ […]

  • Thursday, 10 June 2021
ପୁଣି କାନ୍ଧରେ ବୁହାହେଲେ ଗର୍ଭବତୀ
ପୁଣି କାନ୍ଧରେ ବୁହାହେଲେ ଗର୍ଭବତୀ

ନୂଆପଡ଼ା: ପୁଣି କାନ୍ଧରେ ବୁହାହେଲେ ଗର୍ଭବତୀ। ଦୀର୍ଘ ୪ କିଲୋମିଟର ପାହାଡିଆ ରାସ୍ତାରେ ବୁହା ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ତାଙ୍କୁ ଆଣିବାକୁ ପଡିଥିଲା। ନୂଆପଡା ଜିଲ୍ଲା କିରିକିଟା ପଞ୍ଚାୟତର କପରଗଡ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଗାଁର ଉକାଳୁ ମାଝୀଙ୍କ ପତ୍ନୀ ପୁନିତା ମାଝୀଙ୍କ ପ୍ରସବ ଜନିତ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା କିନ୍ତୁ ପାହାଡ ଉପରେ ଥିବା ଏହି ଗାଁକୁ ଗମନାଗମନର ସୁବିଧା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚିପାରିନଥିଲା। ଫଳରେ ଆମ୍ବୁଲାନ୍ସରେ ଥିବା ଷ୍ଟ୍ରେଚରକୁ […]

  • Thursday, 10 June 2021
ପିଏନବି ଠକେଇ ମାମଲା: ଓଡ଼ିଆ ଅଧିକାରୀ ଗିରଫ
ପିଏନବି ଠକେଇ ମାମଲା: ଓଡ଼ିଆ ଅଧିକାରୀ ଗିରଫ

ନୂଆଦିଲ୍ଲୀ: ପିଏନବି ଠକେଇ ଲିଙ୍କରେ ଜଣେ ଓଡିଆ ଅଧିକାରୀଙ୍କ ସଂପୃକ୍ତି ଥିବା ଜଣାପଡିଛି। ତାଙ୍କ ନାଁ ବିଷ୍ଣୁବ୍ରତ ମିଶ୍ର।  ସେ ୨୦୧୧ରୁ ୧୫ ପର୍ଯ୍ୟନ୍ତ PNB ବ୍ରାଡି ବ୍ରାଞ୍ଚର ଇଣ୍ଟରନାଲ ଚିଫ୍ ଅଡିଟର ଥିଲେ। ହୀରା ବ୍ୟବସାୟୀ  ନିରବ ମୋଦି ଓ ତାଙ୍କ ସହଯୋଗୀ ମେହୁଲ ଚୋକସି ୧୩ହଜାର କୋଟିରୁ ଅଧିକ ଟଙ୍କା ପିଏନବିରୁ ଠକେଇ କରିଥିବା ଅଭିଯୋଗ ହୋଇଛି। ଏହି ଠକେଇରେ ସାମିଲ ଥିବା ଅଭିଯୋଗରେ ବିଷ୍ଣୁବ୍ରତ ମିଶ୍ରଙ୍କୁ ଗିରଫ କରାଯାଇଛି।  ତାଙ୍କୁ ମୁମ୍ବାଇର ଏକ […]

  • Thursday, 10 June 2021
ମାର୍ଚ୍ଚ ୫ରୁ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ

ଭୁବନେଶ୍ୱର: ମାର୍ଚ୍ଚ ୫ରୁ ଆରମ୍ଭ ହେବାକୁ ଥିବା ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ନେଇ ଆଜି ନବୀନ ନିବାସରେ ବସୁଛି ବିଜେଡି ସଂସଦୀୟ ଦଳ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଅଧିବେଶନରେ କଣ ରହିବ ବିଜେଡିର ରଣନୀତି, କେଉଁ କେଉଁ ପ୍ରସଙ୍ଗ ଉଠାଯିବ, ସେନେଇ ଆଜି ବୈଠକରେ ଚୂଡ଼ାନ୍ତ ହେବ। ଜାନୁୟାରୀ ୨୯ରେ  ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା।  ୮ଟି ଅଧିବେଶନ ପରେ ଫେବୃୟାରୀ ୯ରେ ଗୃହକୁ ମୁଲତବୀ […]

  • Thursday, 10 June 2021
ବେତନଟୀ ଥାନା ବଙ୍ଗଳା ଛକରେ ବସକୁ ଧକ୍କା ଦେଲା ଟ୍ରେନ୍‌ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବାରିପଦା: ବାରିପଦାର ବେତନଟୀ ଥାନା ବଙ୍ଗଳା ଛକରେ କାଲି ବିଳମ୍ବିତ ରାତିରେ ଏକ ବସକୁ ଧକ୍କା ଦେଇଥିଲା ଟ୍ରେନ୍‌। ଦୁର୍ଘଟଣାରେ ବସଟି ଚୁରମାର ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଥିଲେ ଡ୍ରାଇଭର। ବସ୍‌ରେ କେହି ଯାତ୍ରୀ ନଥିବାରୁ କେହି ମୃତାହତ ହୋଇନଥିବା ଜଣାପଡ଼ିଛି ବସଟି ଭାରସାମ୍ୟ ହରାଇବାରୁ ବଙ୍ଗଳା ଛକରେ ରେଳଧାରଣା ଉପରକୁ ଚାଲିଆସିଥିଲା। ଏହି ସମୟରେ ବାଲେଶ୍ୱରରୁ ବାରିପଦା ଯାଉଥିବା ଡିଏସ୍‌ୟୁ ଟ୍ରେନ ବସ୍‌କୁ ଧକ୍କା ଦେବା ସହ କିଛି ଦୂର ଘୋଷାଡ଼ି ନେଇଥିଲା। ଦୁର୍ଘଟଣା ବେଳେ […]

  • Thursday, 10 June 2021
ମାଓ ପ୍ରବଣ ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି ଓ ବିଏସ୍ଏଫ୍ ଅତିରିକ୍ତ ଡିଜି

ମାଲକାନଗିରି : ମାଓ ପ୍ରବଣ ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ପୋଲିସ ଡିଜି ଓ ବିଏସ୍ଏଫ୍ ଅତିରିକ୍ତ ଡିଜି। ଡିଜିପି ଡାକ୍ତର ଆର୍‌ପି ଶର୍ମା ଓ ବିଏସଏଫ୍ ଏଡିଜି ଅପରେସନ୍ ଅରୁଣ କୁମାର, ଆଉ କିଛି ବରିଷ୍ଠ ପୋଲିସ ଅଫିସରଙ୍କ ସହ ବିଚ୍ଛିନ୍ନାଞ୍ଚଳକୁ ଯାଇ ମାଓ ଦମନ ସ୍ଥିତିର ସମୀକ୍ଷା କରିଛନ୍ତି। ମାଓ ମୁକାବିଲା ଷ୍ଟ୍ରାଟେଜି ଓ ସୁରକ୍ଷାକର୍ମୀଙ୍କ ମୁତୟନ ପ୍ରସଙ୍ଗକୁ ନେଇ ମୁଖ୍ୟତଃ ଆଲୋଚନା ହୋଇଥିଲା। ସେହିପରି ସୁରକ୍ଷାକର୍ମୀ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା, ସଡକ, ଯୋଗାଯୋଗ ବ୍ୟବସ୍ଥା, […]

  • Thursday, 10 June 2021
ହୋଲି ଖେଳିବା ସମୟରେ କିଛି ସାବଧାନତା ଅବଲମ୍ବନ କରନ୍ତୁ

ଆଜି ରଙ୍ଗର ପର୍ବ ହୋଲି। ସବୁଠି ରଙ୍ଗର ପସରା। ସମସ୍ତେ ହୋଲି ଖେଳିବାରେ ମସଗୁଲ୍। ହେଲେ ଏହି ସମୟରେ କିଛି ସାବଧନତା ଅବଲମ୍ବନ କରିବା ଜରୁରୀ। ହୋଲି ଖେଳିବାକୁ ଯିବା ପୂର୍ବରୁ କେଶରେ ତେଲ ନିଶ୍ଟୟ ଲଗାନ୍ତୁ। ଏହା କେଶର ସୁରକ୍ଷା କବଚ ଭାବେ କାମ କରିବ ଓ ରଙ୍ଗ ଛାଡ଼ିବା ମଧ୍ୟ ସହଜ ହେବ। ହୋଲି ଦିନ ଆବଶ୍ୟକ ହେଲେ ଅତିବେଶୀରେ ଦୁଇଥର ଗାଧୋଇ ପାରନ୍ତି। କାରଣ ଅଧିକ ଗାଧୋଇବା ଦ୍ୱାରା ତ୍ୱଚାର ଆଦ୍ରତା ନଷ୍ଟ […]

  • Thursday, 10 June 2021
ବରଗଡ଼ ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ

ବରଗଡ଼ : ଦୀର୍ଘ ଦିନର ବ୍ୟବଧାନ ପରେ ବରଗଡ଼ ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ। ମୃତ ଚାଷୀଙ୍କ ନାଁ ଶେଷଦେବ ସାହା। ଘର ଅମ୍ବାଭୋନା ବ୍ଲକ ଚିଚୋଲି ଗାଁରେ। ସେ ନିଜର ୩ ଏକର ଜମିରେ ଧାନ ଚାଷ କରିଥିଲେ। ଏଥିପାଇଁ ଷ୍ଟେଟ୍‌ ବ୍ୟାଙ୍କରୁ ୪୦ ହଜାର ଏବଂ ଏକ୍ସିସ୍ ବ୍ୟାଙ୍କରୁ ୧୮ ହଜାର ଟଙ୍କାର ଋଣ ସହ ହାତ ଉଧାରି ବାବଦକୁ ବିଭିନ୍ନ ଲୋକଙ୍କ ଠାରୁ ୩୦ ହଜାର ଟଙ୍କା ନେଇଥିଲେ। କିନ୍ତୁ ବର୍ଷା […]

  • Thursday, 10 June 2021
ସ୍ପଷ୍ଟ ହେଲା ପିସିସି ସଭାପତି ପଦରୁ ପ୍ରସାଦଙ୍କ ଇସ୍ତଫା : ସୁର କହିଲେ, ବିଶ୍ୱାସଘାତକତା କଲେ ଦଳୀୟ ନେତା

ଭୁବନେଶ୍ୱର : ସ୍ପଷ୍ଟ ହେଲା  ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫା। ପ୍ରସାଦଙ୍କ ଶ୍ୱଶୁର ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉରରାୟ ଆଜି ଏହା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ପ୍ରସାଦ ଗତକାଲି ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ବିଜେପୁରରେ ପରାଜୟ କାରଣକୁ ନେଇ ପ୍ରସାଦ ଇସ୍ତଫା ଦେଇଛନ୍ତି। ଏଥିସହ ବିଜେପୁର ପରାଜୟ ନେଇ ଦଳୀୟ ନେତାଙ୍କ ଉପରେ ବର୍ଷିଛନ୍ତି ସୁର। କହିଛନ୍ତି, କଂଗ୍ରେସର କିଛି ନେତା ଧୋକା ଦେଇଛନ୍ତି ସେମାନଙ୍କ ବିଶ୍ୱାସଘାତକତା ଯୋଗୁଁ […]

  • Thursday, 10 June 2021
ଦୁବାଇରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ : ଭାରତକୁ ଆସିପାରୁନି ମୃତଦେହ

ଗଂଜାମ: ଦୁବାଇରୁ ଭାରତକୁ ଆସିପାରୁନି ମୃତଦେହ। ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବିକ୍ରମପୁର ଅଞ୍ଚଳର ରଂଜନ ଜେନା ନାମକ ବ୍ୟକ୍ତି ଦୁବାଇ କାମ କରିବାକୁ ଯାଇଥିଲେ। ଗତ୨୨ ତାରିଖରେ ଏକ ବିଲ୍ଡିଂରେ କାମ କରୁଥିବାବେଳେ ସେଫଟି ବେଲ୍ଟ ଛିଣ୍ଡି ଯିବାରୁ ତଳେ ପଡି ତାଙ୍କର ମୃତ୍ୟୁ ଘଟିଥିଲା। ରୋଜଗାର କରିବାକୁ ଯାଇଥିବା ପୁଅ ରଂଜନର ମୃତ୍ୟୁ ଖବରରେ ଭାଙ୍ଗି ପଡିଛନ୍ତି ତାଙ୍କ ପରିବାର ଲୋକେ। ଦୁର୍ଘଟଣାର ଦିନକ ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ ରଂଜନଙ୍କୁ ଦୁବାଇ […]

  • Thursday, 10 June 2021