Advertisment

୨ ବର୍ଷ ତଳେ ନିଖୋଜ ଥିଲେ ମହିଳା, ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର ହେଲେ

ନୂଆଦିଲ୍ଲୀ: କଥାରେ ଅଛି, ରଖେ ହରି ତ ମାରେ କିଏ।  ଭଗବାନ ଯାହାକୁ ରକ୍ଷା କରିବାକୁ ଚାହିଁବେ ତାଙ୍କୁ କେହି ବି ମାରି ପାରିବେ ନାହିଁ। ଦୁଇ ବର୍ଷ ତଳେ ନିଖୋଜ ହୋଇଯାଇଥିବା ଜଣେ ମହିଳାଙ୍କୁ ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର କରାଯାଇଛି। କଥାଟା ଶୁଣି  ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କଲମ୍ବିଆରେ ଏଭଳି ଘଟଣା ଘଟିଛି ଯାହା ସମସ୍ତଙ୍କୁ ଚକିତ କରିଛି। The Sun ର ରିପୋର୍ଟ ଅନୁସାରେ, ୨ ବର୍ଷ ତଳୁ ନିଖୋଜ ଥିବା […]

ଅଦ୍ୟତନ ହୋଇଛି
୨ ବର୍ଷ ତଳେ ନିଖୋଜ ଥିଲେ ମହିଳା, ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର ହେଲେ

woman rescued alive

Advertisment

ନୂଆଦିଲ୍ଲୀ: କଥାରେ ଅଛି, ରଖେ ହରି ତ ମାରେ କିଏ।  ଭଗବାନ ଯାହାକୁ ରକ୍ଷା କରିବାକୁ ଚାହିଁବେ ତାଙ୍କୁ କେହି ବି ମାରି ପାରିବେ ନାହିଁ। ଦୁଇ ବର୍ଷ ତଳେ ନିଖୋଜ ହୋଇଯାଇଥିବା ଜଣେ ମହିଳାଙ୍କୁ ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର କରାଯାଇଛି। କଥାଟା ଶୁଣି  ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କଲମ୍ବିଆରେ ଏଭଳି ଘଟଣା ଘଟିଛି ଯାହା ସମସ୍ତଙ୍କୁ ଚକିତ କରିଛି।

Advertisment

The Sun ର ରିପୋର୍ଟ ଅନୁସାରେ, ୨ ବର୍ଷ ତଳୁ ନିଖୋଜ ଥିବା ଆଞ୍ଜେଲିକା ଗାଇଟାନ୍‌ ନାମକ ଜଣେ ମହିଳାଙ୍କୁ ଜୀବିତ ଅବସ୍ଥାରେ ଶନିବାର ଦିନ ମତ୍ସଜୀବୀମାନେ ସମୁଦ୍ରରେ ଭାସମାନ ଅବସ୍ଥାରେ ଉଦ୍ଧାର କରିଛନ୍ତି। ଉଦ୍ଧାର ସମୟର ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

ରୋନାଲ୍ଡ‌ ଭିସ୍‌ବଲ୍‌ ନାମକ ଜଣେ ୪୬ ବର୍ଷୀୟ ମତ୍ସଜୀବୀ ଓ ତାଙ୍କର ଜଣେ ସାଙ୍ଗ ଆଞ୍ଜେଲିକାଙ୍କୁ ଉଦ୍ଧାର କରିଛନ୍ତି। ଶନିବାର ସକାଳ ୬ଟା ସମୟରେ Puerto କଲମ୍ବିଆ ସମୁଦ୍ର କୂଳରୁ ୨ କି.ମି. ଦୂରରେ ତାଙ୍କୁ ଉଦ୍ଧାର କରାଯାଇଥିଲା।

Advertisment

ଫେସ୍‌ବୁକ୍‌ରେ ଭିସ୍‌ବଲ୍‌ ଶେଆର କରିଥିବା ଭିଡିଓରେ ଦେଖିବାକୁ ମିଳିଛି, ସମୁଦ୍ରରେ ଆଞ୍ଜେଲିକା ଭାସୁଥିବା ସମୟରେ ତାଙ୍କୁ ଉଦ୍ଧାର କରିବା ପାଇଁ ଭିସ୍‌ବଲ୍ ଓ ତାଙ୍କ ସାଙ୍ଗ ବୋଟ୍‌ ସାହାଯ୍ୟରେ ତାଙ୍କ ଆଡ଼କୁ ଯାଉଛନ୍ତି। ଭିସ୍‌ବଲ୍ ଏବଂ ତାଙ୍କ ସାଙ୍ଗ ଆଞ୍ଜେଲିକା ପାଣି ଭିତରୁ ଟାଣି ଆଣି ବୋଟ୍‌ ଭିତରେ ତାଙ୍କୁ ଶୁଆଇ ଦେଉଛନ୍ତି। ପାଣି ଭିତରେ ୮ ଘଣ୍ଟାରୁ ଅଧିକ ସମୟ ରହିବା ପରେ କ୍ଲାନ୍ତ ହୋଇ ସେ hypothermiaରେ ପୀଡ଼ିତ ହୋଇଯାଇଥିଲେ।

ଉଦ୍ଧାର ହେବା ପରେ ଆଞ୍ଜେଲିକାଙ୍କ ମୁହଁରୁ ପ୍ରଥମ ଶବ୍ଦ ବାହାରି ଥିଲା ‘ପୁନର୍ବାର ମୋର ଜନ୍ମ ହୋଇଛି। ଭଗବାନ ଚାହୁଁନଥିଲେ ମୁଁ ମରେ ବୋଲି।’
href="https://www.rcnradio.com/colombia/caribe/mujer-rescatada-se-lanzo-al-mar-por-las-agresiones-de-su-expareja" target="_blank" rel="noopener noreferrer">RCN Radio ଆଞ୍ଜେଲିକା ଦେଇଥିବା ସୂଚନା ଅନୁସାରେ, ସେ ତାଙ୍କ ପୂର୍ବତନ ସ୍ୱାମୀଙ୍କ ଦ୍ୱାରା ବର୍ଷବର୍ଷ ଧରି  ଘରୋଇ ନିର୍ଯାତନାର ଶିକାର ହୋଇଥିଲେ। ଫଳରେ ସେ ୨୦୧୮ରେ ଘରୁ ପଳାଇବା ପାଇଁ ନିଷ୍ପତ୍ତି ନେଇଥିଲେ।

Advertisment

ଆଞ୍ଜେଲିକା ଆହୁରି କହିଛନ୍ତି, ପ୍ରଥମ ପ୍ରେଗ୍‌ନାନ୍ସି ସମୟରୁ ମୋ ସହ ନିର୍ଯାତନା ଆରମ୍ଭ ହୋଇଯାଇଥିଲା। ସେ ମୋତେ ବାଡ଼େଇଥିଲେ। ଦ୍ୱିତୀୟ ପ୍ରେଗ୍‌ନାନ୍ସି ସମୟରେ ମଧ୍ୟ ଏହି ନିର୍ଯାତନା ଜାରି ରହିଥିଲା ଓ ମୁଁ ମଧ୍ୟ ତାଙ୍କୁ ଛାଡ଼ି ପାରିନଥିଲି। ଯେହେତୁ ମୋ ଛୁଆମାନେ ଛୋଟ ଥିଲେ।

ଏନେଇ ପୋଲିସ୍‌ରେ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ୨୦୧୮ ସେପ୍ଟେମ୍ବରରେ ତାଙ୍କ ସ୍ୱାମୀ ତାଙ୍କୁ ତାଙ୍କୁ ମାରିବା ପାଇଁ ଚେଷ୍ଟା କରିଥିଲେ। ସ୍ୱାମୀଙ୍କ ନିର୍ଯାତନାରୁ ବଞ୍ଚିବା ପାଇଁ ଘର ଛାଡ଼ିବା ପାଇଁ ନିଷ୍ପତ୍ତି ନେଲି। ଏହାପରେ ସେ ସମୁଦ୍ରକୁ ଡେଇଁବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ଅନ୍ୟମନସ୍କ ଭାବେ ତାଙ୍କ ଗୋଡ଼ ଖସି ଯାଇଥିଲା। ତା’ ପରେ କ’ଣ ଘଟିଲା ତାଙ୍କର ଆଉ କିଛି କଥା ମନେ ନଥିବା ଆଞ୍ଜେଲିକା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ