ekalabtya
ବଲାଙ୍ଗୀର (ମନୋରଂଜନ ଯୋଶୀ): ଇଚ୍ଛା ଅଛି, ଉଦ୍ୟମ ବି ଅଛି। ହେଲେ ବାଟ ରୋକୁଛି ଦାରିଦ୍ର୍ୟ। ଆମେ କହୁଛୁ, ବଲାଙ୍ଗିର ସହରର ୨ ଯୁବ କ୍ରୀଡ଼ା ପ୍ରତିଭାଙ୍କ କଥା। ସମ୍ବଳ ଓ ସୁବିଧା ସୁଯୋଗର ଘୋର ଅଭାବ ସତ୍ତ୍ୱେ, ସେମାନେ ରାଜ୍ୟ ସ୍ତରୀୟ ସୁଟିଂ ଚାମ୍ପିୟନ୍ସିପରେ ମେଡାଲ୍ ଜିତି ପାରିଛନ୍ତି। ବଲାଙ୍ଗିର ପାଇଁ ସୁନାମ ବି ଆଣିଛନ୍ତି। ହେଲେ ବିଡ଼ମ୍ବନା, ଆଗକୁ ବଢ଼ିବା ପାଇଁ ଯେଉଁସବୁ ସ୍ୱତନ୍ତ୍ର ପ୍ରସ୍ତୁତି ଓ ପ୍ରଶିକ୍ଷଣ ଦରକାର, ତାହା ବିନା କୌଣସି ସହାୟତାରେ ସେମାନଙ୍କ ପାଇଁ ଏବେ ଦିବା ସ୍ୱପ୍ନ ଭଳି ଲାଗୁଛି।
ସ୍କୁଲ୍ ହତାରେ ଅପନ୍ତରା ଜାଗା। ଖୁଣ୍ଟରେ ବନ୍ଧା ହୋଇଛି କାର୍ଡବୋର୍ଡ। ଆଉ ତା' ଉପରେ ଲାଗିଛି ହାତ ଅଙ୍କା କାଗଜ ଟାର୍ଗେଟ୍। ସମ୍ବଳ କହିଲେ କେବଳ ରାଇଫଲ୍ ଖଣ୍ଡକ ଯାହା ରହିଛି। ହେଲେ ନିଶାନା ସାଧିଲା ବେଳେ, ନା ଏ ଅପନ୍ତରା ଜାଗା ଦିଶୁଛି, ନା ଅଭାବ ଅସୁବିଧା। ନିଜ ଲକ୍ଷ୍ୟ ଛଡ଼ା ଆଉ କିଛି ଦିଶିବ ବା କେମିତି? ଦେଖନ୍ତୁ ଏହି ଭିଡିଓ...
ନିଜ ସୁଟିଂ କ୍ୟାରିୟର୍କୁ ନେଇ ରଙ୍ଗୀନ୍ ସ୍ୱପ୍ନ ଦେଖୁଥିବା ଟୁଲୁ, ବୃତ୍ତିରେ ଜଣେ ରଙ୍ଗ ମିସ୍ତ୍ରୀ। ସେଥିରୁ ଯାହା ରୋଜଗାର ହୁଏ, ପେଟକୁ ନିଅଣ୍ଟ। ଆଉ ଚାଷୀ ଘରର ଯୁକ୍ତ ୩ ପଢ଼ୁଆ ଝିଅ ବୀଣା, ନିଜ ଗରିବୀ ଭିତରେ ବି ଧନୀଙ୍କ ସଉକ କୁହାଯାଉଥିବା ସୁଟିଂକୁ କ୍ୟାରିୟର୍ କରିବାକୁ ଚାହାନ୍ତି। ଭାଗ୍ୟକୁ ଜଣେ ଏନସିସି କ୍ୟାଡେଟଙ୍କ କୋଚିଂ ଏବଂ ଆର୍.ଏନ୍. ସିଂଦେଓ ସୁଟିଂ କ୍ଲବ୍ ଓ ଗ୍ଲୋବାଲ୍ ୱେଷ୍ଟର୍ଣ୍ଣ ଓଡ଼ିଶା ଫୋରମର ସହାୟତାରେ ଉଭୟେ ଷ୍ଟେଟ୍ ମେଡାଲ୍ ଜିତିପାରିଲେ। ହେଲେ ନ୍ୟାସନାଲ ଖେଳିବାକୁ ନିଜସ୍ୱ ରାଇଫଲ୍, ସୁଟିଂ କିଟ୍ ଓ ଭଲ କୋଚିଂର ଆବଶ୍ୟକତା ରହିଛି। ଯାହାକି ଏବେ ଏମାନଙ୍କ ପାଇଁ ମରିଚିକା ପରି। ତଥାପି ରାଇଫଲ୍ ବ୍ୟାରେଲର ଫ୍ରଣ୍ଟ୍ ସାଇଟ୍ ଓ ରିୟର୍ ସାଇଟ୍ ଭଳି, ନିଜ ସ୍ଥିତି ଓ ସ୍ୱପ୍ନ ଭିତରେ ବି ତାଳମେଳ ରଖି ଉଭୟେ ଅଗ୍ରସର ନିଜ ଲକ୍ଷ୍ୟ ପଥରେ ଚାଲିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ekalabtya_1626246753.jpg)