Advertisment

Whatsapp ଦେଲା ଏମିତି ଭେଟି, ୟୁଜର୍ସ କହିଲେ ଚିନ୍ତା ଗଲା

ହ୍ୱାଟସ୍ଆପ୍ ବ୍ୟବହାରୀଙ୍କ ପାଇଁ ଖୁସି ଖବର। ଦୂର ହେଲା କୋଟି କୋଟି ୟୁଜର୍ସଙ୍କ ଚିନ୍ତା।  ହ୍ୱାଟସ୍ଆପରେ ପୂର୍ବରୁ ଉପଲବ୍ଧ ଥିବା ଫିଚରରେ ପରିବର୍ତ୍ତନ କରାଯାଇ ‘Always Mute’ ଫିଚର ସଂଯୋଗ କରାଯାଇଛି।  ମୋବାଇଲ୍ ବ୍ୟବହାରକାରୀ ହ୍ୱାଟସ୍ଆପର ନୂଆ ଫିଚର ଦେଖି ଖୁସି ହେଉଛନ୍ତି।  ଏବେ ଆପଣ ଯେତେବେଳେ ବି ଚାହିଁବେ  ପୂରା ଚାଟ ମ୍ୟୁଟ୍ କରିପାରିବେ। ତଥ୍ୟ ଲୁକାୟିତ ହୋଇ ରହିବ । ଆପଣଙ୍କ ତଥ୍ୟ କେହି କପି କିମ୍ବା ଚୋରି କରି ନେଇପାରିବେ ନାହିଁ। ପୂର୍ବରୁ […]

ଅଦ୍ୟତନ ହୋଇଛି
Whatsapp ଦେଲା ଏମିତି ଭେଟି,  ୟୁଜର୍ସ କହିଲେ ଚିନ୍ତା ଗଲା

whats app

Advertisment

ହ୍ୱାଟସ୍ଆପ୍ ବ୍ୟବହାରୀଙ୍କ ପାଇଁ ଖୁସି ଖବର। ଦୂର ହେଲା କୋଟି କୋଟି ୟୁଜର୍ସଙ୍କ ଚିନ୍ତା।  ହ୍ୱାଟସ୍ଆପରେ ପୂର୍ବରୁ ଉପଲବ୍ଧ ଥିବା ଫିଚରରେ ପରିବର୍ତ୍ତନ କରାଯାଇ ‘Always Mute’ ଫିଚର ସଂଯୋଗ କରାଯାଇଛି।  ମୋବାଇଲ୍ ବ୍ୟବହାରକାରୀ ହ୍ୱାଟସ୍ଆପର ନୂଆ ଫିଚର ଦେଖି ଖୁସି ହେଉଛନ୍ତି।  ଏବେ ଆପଣ ଯେତେବେଳେ ବି ଚାହିଁବେ  ପୂରା ଚାଟ ମ୍ୟୁଟ୍ କରିପାରିବେ। ତଥ୍ୟ ଲୁକାୟିତ ହୋଇ ରହିବ । ଆପଣଙ୍କ ତଥ୍ୟ କେହି କପି କିମ୍ବା ଚୋରି କରି ନେଇପାରିବେ ନାହିଁ।

Advertisment

ପୂର୍ବରୁ କୌଣସି ଚାଟକୁ ମ୍ୟୁଟ୍ କରିବା ପାଇଁ ଆପଣଙ୍କୁ ୮ ଘଣ୍ଟା, ଏକ ସପ୍ତାହ କିମ୍ବା ଏକ ବର୍ଷ ବିକଳ୍ପ ଦିଆଯାଉଥିଲା।  ଏବେ ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ ଚାଟକୁ ଯେବେ ଚାହିଁବେ ସବୁଦିନ ପାଇଁ ମ୍ୟୁଟ୍ କରିପାରିବେ। ଏ ସଂପର୍କରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ନିଜେ ଟ୍ୱିଟର କର୍ତ୍ତୃପକ୍ଷ।

ହ୍ୱାଟସ୍ଆପରୁ ପୁରୁଣା ଫିଚରକୁ ହଟାଯାଇ ଏବେ ‘Always Mute’ ଫିଚର ସଂଯୋଗ କରାଯାଇଛି।  ନିଜ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ତଥା ଅତି ବ୍ୟକ୍ତିଗତ ଚାଟକୁ ହଟାଇବା ନିମନ୍ତେ ସବୁଦିନ ପାଇଁ ମ୍ୟୁଟ୍ ବ୍ୟବସ୍ଥା ଥିବାରୁ ୟୁଜର୍ସଙ୍କ ମନରେ ଆନନ୍ଦ ଖେଳିଯାଇଛି, ଏପରିକି ୟୁଜର୍ସ ଚାହିଁଲେ କୌଣସି ଗ୍ରୁପ୍ କିମ୍ବା ବ୍ୟକ୍ତିଙ୍କୁ ସବୁଦିନ ପାଇଁ ମ୍ୟୁଟ୍ କରିପାରିବ।

Advertisment

ଆହୁରି ପଢନ୍ତୁ:କାଲିଥିଲା ଛାଡ଼ଖାଇ, ହେଲେ ଆଜି ଆମିଷ ମାର୍କେଟରେ ଭିଡ଼

ଏହା ପୂର୍ବରୁ କୌଣସି ବ୍ୟକ୍ତିଗତ ତଥ୍ୟ ଡିଲିଟ୍ ପାଇଁ ହ୍ୱାଟସ୍ ଆପକୁ ଇ-ମେଲ୍ କରିବାକୁ ପଡୁଥିଲା। ବର୍ତ୍ତମାନ ଏହି ଫିଚର ପାଇବାକୁ ହେବେ ଗୁଗୁଲ୍ ପ୍ଲେ ଷ୍ଟୋର ଯାଇ ଲାଟେଷ୍ଟ ଭର୍ସନ ପାଇଁ ପୁଣି ଥରେ ଇନ୍ ଷ୍ଟଲ କରିବାକୁ ପଡ଼ିବ। ତେବେ ନୂଆ ଫିଚର ୟୁଜର୍ସଙ୍କ ପାଇଁ ବେଶ୍ ସୁହାଇବ ବୋଲି ଆଶା କରାଯାଉଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ