Advertisment

ଛତିଶଗଡ଼ରେ ଏନ୍‌କାଉଣ୍ଟର , ୨ ନକ୍ସଲ ନିହତ

ଦାନ୍ତେୱାଡ଼ା: ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରେ ବୁଧବାର ଭୋର ୫ଟାରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୨  ନକ୍ସଲ ନିହତ ହୋଇଛନ୍ତି । ଆରନ୍‌ପୁର ପୁଲିସ୍‌ ଥାନା ଅଧୀନସ୍ଥ ଗୋଣ୍ଡେରାସ୍‌ ଜଙ୍ଗଲରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ଏବଂ ସ୍ପେଶାଲ ଟାସ୍କ ଫୋର୍ସର ମିଳିତ ଅପରେସନ ସମୟରେ ନକ୍ସଲଙ୍କ ସହିତ ଏହି ଗୁଳି ବିନିମୟ ହୋଇଥିଲା। ସୁରକ୍ଷା ବାହିନୀ ପକ୍ଷରୁ କେହି ମୃତାହତ ହୋଇଥିବା ସୂଚନା ମିଳିନି।  ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଏନ୍‌କାଉଣ୍ଟରସ୍ଥଳରୁ ଜଣେ […]

ଛତିଶଗଡ଼ରେ ଏନ୍‌କାଉଣ୍ଟର , ୨ ନକ୍ସଲ ନିହତ

Naxal-encounter-PTI-1557302337

Advertisment

ଦାନ୍ତେୱାଡ଼ା: ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରେ ବୁଧବାର ଭୋର ୫ଟାରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୨  ନକ୍ସଲ ନିହତ ହୋଇଛନ୍ତି । ଆରନ୍‌ପୁର ପୁଲିସ୍‌ ଥାନା ଅଧୀନସ୍ଥ ଗୋଣ୍ଡେରାସ୍‌ ଜଙ୍ଗଲରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ଏବଂ ସ୍ପେଶାଲ ଟାସ୍କ ଫୋର୍ସର ମିଳିତ ଅପରେସନ ସମୟରେ ନକ୍ସଲଙ୍କ ସହିତ ଏହି ଗୁଳି ବିନିମୟ ହୋଇଥିଲା।

Advertisment

ସୁରକ୍ଷା ବାହିନୀ ପକ୍ଷରୁ କେହି ମୃତାହତ ହୋଇଥିବା ସୂଚନା ମିଳିନି।  ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଏନ୍‌କାଉଣ୍ଟରସ୍ଥଳରୁ ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ଏକ ଇନ୍‌ସାସ୍‌ ରାଇଫଲ, ଗୁଳି ସହ ଗୋଟିଏ ୧୨ ବୋର୍‌ ମାରଣାସ୍ତ୍ର ଏବଂ ନକ୍ସଲ ପ୍ରଚାରପତ୍ର ଭଳି ସାମଗ୍ରୀ ଜବତ କରାଯାଇଥିଲା।

ଦାନ୍ତେୱାଡ଼ା ଏସ୍‌ପି ଅଭିଷେକ ପଲାୱା କହିଛନ୍ତି, ମହିଳା କମାଣ୍ଡୋମାନଙ୍କୁ  ‘ଦନ୍ତେଶ୍ୱରୀ ଲଡ଼ାକୋଁ’ ମଧ୍ୟ ଏହି ଅପରେସନ୍‌ରେ ସାମିଲ ଥିଲା। ଗତ କିଛି ଦିନ ତଳେ ଆତ୍ମସମର୍ପଣ କରିଥିବା ମହିଳା ନକ୍ସଲ ଏବଂ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ପତ୍ନୀଙ୍କୁ ନେଇ ଦାନ୍ତେୱାଡ଼ାରେ ଏହି ୩୦ ଜଣିଆ ମହିଳା କମାଣ୍ଡୋ ଗଠନ କରାଯାଇଛି।

Advertisment
Land Rights
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ