Advertisment

ଝିଅ ଆଳତୀ କରୁଥିବା ଦେଖି ରାଗିକି ଟିଭି ଭାଙ୍ଗିଦେଲେ ଆଫ୍ରିଦି

କରାଚି : ଦାନିଶ କାନେରିଆଙ୍କ ମାମଲା ସାମ୍ନାକୁ ଆସିବା ପରେ ପାକିସ୍ତାନରେ ହିନ୍ଦୁଙ୍କ ବିରୋଧରେ ଭେଦଭାବର ଖୁଲାସା ହୋଇଥିଲା। କିନ୍ତୁ ଏବେ ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ଶାହିଦ୍ ଆଫ୍ରିଦି ଏଭଳି ଏକ କଥା କହିଛନ୍ତି, ଯେଉଁଥିରେ ପାକିସ୍ତାନର ଧର୍ମନିରପେକ୍ଷତା ଉପରେ ପୁଣି ପ୍ରଶ୍ନ ଉଠିଛି। ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଆଫ୍ରିଦି ଖୁଲାସା କରିଛନ୍ତି ଯେ ଥରେ ତାଙ୍କ ଝିଅ ଆଳତୀ କରୁଥିଲେ, ଯାହାକୁ ଦେଖି ଆଫ୍ରିଦି ରାଗି ଯାଇଥିଲେ ଏବଂ ସେ ରାଗରେ ଟିଭିକୁ […]

ଝିଅ ଆଳତୀ କରୁଥିବା ଦେଖି ରାଗିକି ଟିଭି ଭାଙ୍ଗିଦେଲେ ଆଫ୍ରିଦି

ଓଇଈଗ୍

Advertisment

କରାଚି : ଦାନିଶ କାନେରିଆଙ୍କ ମାମଲା ସାମ୍ନାକୁ ଆସିବା ପରେ ପାକିସ୍ତାନରେ ହିନ୍ଦୁଙ୍କ ବିରୋଧରେ ଭେଦଭାବର ଖୁଲାସା ହୋଇଥିଲା। କିନ୍ତୁ ଏବେ ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ଶାହିଦ୍ ଆଫ୍ରିଦି ଏଭଳି ଏକ କଥା କହିଛନ୍ତି, ଯେଉଁଥିରେ ପାକିସ୍ତାନର ଧର୍ମନିରପେକ୍ଷତା ଉପରେ ପୁଣି ପ୍ରଶ୍ନ ଉଠିଛି।

Advertisment

ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଆଫ୍ରିଦି ଖୁଲାସା କରିଛନ୍ତି ଯେ ଥରେ ତାଙ୍କ ଝିଅ ଆଳତୀ କରୁଥିଲେ, ଯାହାକୁ ଦେଖି ଆଫ୍ରିଦି ରାଗି ଯାଇଥିଲେ ଏବଂ ସେ ରାଗରେ ଟିଭିକୁ ଭାଙ୍ଗି ଦେଇଥିଲେ। ଏହି ଘଟଣା ଏବେ ସାମ୍ନାକୁ ଆସିବା ପରେ ପୁଣିଥରେ ହିନ୍ଦୁବାଦକୁ ନେଇ ମାହୋଲ  ଗରମାଗରମ ହୋଇଯାଇଛି।

Advertisment

ଆଫ୍ରିଦି ପାକିସ୍ତାନର ଏକ ଚ୍ୟାନେଲକୁ ଅତିଥି ଭାବେ ଯାଇଥିଲେ। ଏହି ଶୋ’ର ହୋଷ୍ଟ ନିଦା ନାସିରଙ୍କୁ ଆଫ୍ରିଦି କହିଥିଲେ ଯେ, କିପରି ସେ ନିଜ ଝିଅକୁ ଆରତୀ କରୁଥିବାର ଦେଖି ରାଗରେ ଟିଭି ଭାଙ୍ଗି ଦେଇଥିଲେ। ଆଫ୍ରିଦି କହିଥିଲେ, ମୋ ଝିଅ ଟିଭି ଶୋ’ ଦେଖିବା ପରେ ଆରତୀ ଥାଳି ଧରି ଏହାକୁ ବୁଲାଉଥିଲା, ଯାହାକୁ ଦେଖି ମୁଁ ଭୀଷଣ ରାଗି ଯାଇଥିଲି। ଆଫ୍ରିଦିଙ୍କର ଏହି ଖୁଲାସା ପରେ ହୋଷ୍ଟଙ୍କଠାରୁ ଆରମ୍ଭ କରି ଉପସ୍ଥିତ ସବୁ ଦର୍ଶକ ହସି ହସି ଗଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ