ମୁମ୍ବାଇ: ଜେଲ୍ରୁ ମୁକୁଳିବା ପରେ ରିପବ୍ଲିକ୍ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ମହାରାଷ୍ଟ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଗିରଫଦାରୀକୁ ବେଆଇନ୍ କହିବା ସହ ଉଦ୍ଧବ ସରକାରଙ୍କ ହୀନ ଉଦ୍ୟମକୁ ସେ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଏଥିସହ ଖୋଲା ଡିବେଟ୍ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କୁ ସେ ଚ୍ୟାଲେଞ୍ଜ ମଧ୍ୟ କରିଛନ୍ତି।
ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ପାଇବା ପରେ ଗତକାଲି ଜେଲ୍ରୁ ବାହାରିଥିଲେ ଅର୍ଣ୍ଣବ। ଜାମିନ ପରେ ସେ ମୁମ୍ବାଇର ତାଲୋଜା ଜେଲ୍ରୁ ବାହାରିଥିଲେ। ପରେ ହଜାର ହଜାର ସମର୍ଥକ ଏବଂ ରିପବ୍ଲିକ୍ ଟିଭିର କର୍ମକର୍ତ୍ତା ତାଙ୍କୁ ପାଛୋଟି ନେଇଥିଲେ। ନ୍ୟାୟର ବିଜୟ ହୋଇଛି ଧ୍ୱନୀ ଦେବା ସହ ହାତ ଟେକି ଅର୍ଣ୍ଣବଙ୍କୁ ସ୍ୱାଗତ କରିଥିଲେ।
ଅର୍ଣ୍ଣବ ମଧ୍ୟ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ପ୍ରଶଂସକଙ୍କୁ ହାତ ହଲାଇ ଧନ୍ୟବାଦ ଜଣାଇଥିଲେ। ପରେ ନିଜ ଅଫିସ୍ ଯାଇ ଅର୍ଣ୍ଣବ ସହକର୍ମୀଙ୍କୁ ଭେଟିଥିଲେ। ତାଲୋଜା ଜେଲ୍ରେ ଗତ ୮ ଦିନ ଧରି ରହିଥିଲେ ଅର୍ଣ୍ଣବ ଗୋସ୍ୱାମୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us