Advertisment

ଓଡ଼ିଆ ପୁଅଙ୍କୁ ଜର୍ସି ଉତ୍ସର୍ଗ କଲେ ଆର୍‌ସିବି ଅଲରାଉଣ୍ଡର୍ ମୋରିସ୍

ଭୁବନେଶ୍ୱର: ଲକଡାଉନରେ ପର୍ବତ ଆରୋହଣକାରୀରୁ ପରିବା ଦୋକାନୀ ପାଲଟିଥିବା ଓଡ଼ିଶାର ନୀଳାଚଳ ପରିଡ଼ାଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମର ଷ୍ଟାର୍ ଅଲରାଉଣ୍ଡର କ୍ରିସ୍ ମୋରିସ୍। ମୋରିସ୍ ନିଜ ଟୁଇଟର୍ ଆକାଉଣ୍ଟରେ ନୀଳାଚଳଙ୍କୁ କୋଭିଡ୍ ହିରୋର ଆଖ୍ୟା ଦେବା ଦହ ସହ ଏକ ଜର୍ସିର ଫଟୋ ଦେଇଛନ୍ତି, ଯେଉଁଥିରେ ଲେଖା ଅଛି ‘ମାଇଁ କୋଭିଡ୍ ହିରୋଜ୍’ ଏବଂ ‘ନୀଳାଚଳ’। Nilachala Parida set up a vegetable shack during lockdown and offered […]

ଓଡ଼ିଆ ପୁଅଙ୍କୁ ଜର୍ସି ଉତ୍ସର୍ଗ କଲେ ଆର୍‌ସିବି ଅଲରାଉଣ୍ଡର୍ ମୋରିସ୍

morris

Advertisment

ଭୁବନେଶ୍ୱର: ଲକଡାଉନରେ ପର୍ବତ ଆରୋହଣକାରୀରୁ ପରିବା ଦୋକାନୀ ପାଲଟିଥିବା ଓଡ଼ିଶାର ନୀଳାଚଳ ପରିଡ଼ାଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମର ଷ୍ଟାର୍ ଅଲରାଉଣ୍ଡର କ୍ରିସ୍ ମୋରିସ୍। ମୋରିସ୍ ନିଜ ଟୁଇଟର୍ ଆକାଉଣ୍ଟରେ ନୀଳାଚଳଙ୍କୁ କୋଭିଡ୍ ହିରୋର ଆଖ୍ୟା ଦେବା ଦହ ସହ ଏକ ଜର୍ସିର ଫଟୋ ଦେଇଛନ୍ତି, ଯେଉଁଥିରେ ଲେଖା ଅଛି ‘ମାଇଁ କୋଭିଡ୍ ହିରୋଜ୍’ ଏବଂ ‘ନୀଳାଚଳ’।

Advertisment

https://twitter.com/Tipo_Morris/status/1307948648366518272?s=20

କରୋନା ମହାମାରୀ ସମୟରେ ଭୁବନେଶ୍ୱର ଡେଲଟା ଛକରେ ରହୁଥିବା ନୀଳାଚଳ ବରିଷ୍ଠ ନାଗରିକଙ୍କୁ ମାଗଣା ପରିବା ଡେଲିଭରୀ କରି ଚର୍ଚ୍ଚାରେ ଥିବା ମୋରିସ୍ ଟୁଇଟରେ ଲେଖିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଆଇପିଏଲ ଖେଳୁଥିବା ମୋରିସ୍ ଲେଖିଛନ୍ତି, ଲକଡାଉନରେ ପରିବା ଦୋକାନ କରିଥିବା ନୀଳାଚଳ ପରିଡ଼ା ବରିଷ୍ଠ ନାଗରିକଙ୍କୁ ମାଗଣା ପରିବା ଡେଲିଭରୀର ଅଫର ଘୋଷଣା କରିଥିଲେ। ନୀଳାଚଳଙ୍କ ମନୋବଳକୁ ସାଲ୍ୟୁଟ୍ କରି ମୁଁ ତାଙ୍କୁ ଓ ଏଭଳି ସମସ୍ତ ଚ୍ୟାଲେଞ୍ଜର୍ସଙ୍କୁ ଉତ୍ସର୍ଗ ହୋଇଥିବା ଏକ ଜର୍ସି ପିନ୍ଧିବି।

ସୂଚନାଯୋଗ୍ୟ, ଆରସିବି ଟିମ୍ ଚଳିତ ସଂସ୍କରଣରେ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ନୂଆ ପ୍ରୟାସ କରିଛି। ଟିମର ସବୁ ଖେଳାଳିମାନଙ୍କ ଜର୍ସି ପଛରେ 'ମାଇଁ କୋଭିଡ୍ ହିରୋଜ୍' ଲେଖା ରହିଛି। ତିନିଦିନ ତଳେ ୟୁଏଇରେ ଆୟୋଜିତ ଭର୍ଚ୍ୟୁଆଲ୍ ପ୍ରେସ କନଫରେନ୍ସରେ ଆରସିବି କ୍ୟାପଟେନ୍ ବିରାଟ୍‌ କୋହଲି ଏହି ଜର୍ସି ଉନ୍ମୋଚନ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ