Advertisment

ରଥଯାତ୍ରା ପ୍ରସଙ୍ଗ : ସେବାୟତଙ୍କୁ ଗିରଫ ନେଇ ବିରୋଧ

ବାଲେଶ୍ୱର/ପୁରୀ : ବାଲେଶ୍ୱର ନୀଳଗିରି ରଥଯାତ୍ରା ପ୍ରସଙ୍ଗକୁ ନେଇ ସେବାୟତଙ୍କ ବିରୋଧ ଜାରି ରହିଛି। ରଥ କାର୍ଯ୍ୟ ଚାଲିଥିବାବେଳେ ଜଣେ ମହାରଣା ସେବାୟତଙ୍କୁ କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଗିରଫ କରାଯାଇଥିବାରୁ ଏହାକୁ ବିରୋଧ କରିଛନ୍ତି ସେବାୟତ । ଘଟଣାକୁ…

ଅଦ୍ୟତନ ହୋଇଛି
ରଥଯାତ୍ରାରେ ଗଜପତି କରିବେ ଛେରାପହଁରା

rath yatra

Advertisment

ବାଲେଶ୍ୱର/ପୁରୀ : ବାଲେଶ୍ୱର ନୀଳଗିରି ରଥଯାତ୍ରା ପ୍ରସଙ୍ଗକୁ ନେଇ ସେବାୟତଙ୍କ ବିରୋଧ ଜାରି ରହିଛି। ରଥ କାର୍ଯ୍ୟ ଚାଲିଥିବାବେଳେ ଜଣେ ମହାରଣା ସେବାୟତଙ୍କୁ କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଗିରଫ କରାଯାଇଥିବାରୁ ଏହାକୁ ବିରୋଧ କରିଛନ୍ତି ସେବାୟତ । ଘଟଣାକୁ ନେଇ ମର୍ମାହତ ବୋଲି କହିଛନ୍ତି ଠାକୁରମହଲ ସଭାପତି ତଥା ନୀଳଗିରି ରାଣୀ ମନଜାମଂଜରୀ ଦେବୀ । ନୀଳଗିରି ଠାକୁର ମହଲ ତରଫରୁ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରାଯାଇଛି।

Advertisment

ତେବେ ନୀଳଗିରି ପ୍ରଶାସନ କାହିଁକି ଓ କୋଉ ଅଧିକାରରେ ରଥ ନିର୍ମାଣ କାର୍ଯ୍ୟକୁ ବନ୍ଦକଲେ ଏବଂ ନିର୍ମାଣ କାର୍ଯ୍ୟରେ ନିୟୋଜିତ  ସେବାୟତଙ୍କୁ ଗିରଫ କଲେ ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରଥ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଠାକୁର ମହଲକୁ ଚିଠି କରିଥିବା କହିଛନ୍ତି ଉପଜିଲ୍ଲାପାଳ। କୋଭିଡ୍ ନିୟମ ଉଲ୍ଲଂଘନ କରି ରଥ ନିର୍ମାଣ ଚାଲିଥିବାରୁ ଗିରଫ କରାଯାଇଥିବା କହିଛନ୍ତି।

ସେହିପରି ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ପୁରୀ ଜିଲ୍ଲା ବ୍ରହ୍ମଗିରିରେ ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ ବନ୍ଦ ରହିବ। କରୋନା ମହାମାରୀ ପାଇଁ କୋଭିଡ୍ କଟକଣା ଲାଗୁ ହୋଇଥିବାରୁ ସାଧାରଣ ଦର୍ଶନ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏଥିଲାଗି କାଲିଠାରୁ ଜୁଲାଇ ୯ ପର୍ଯ୍ୟନ୍ତ ପୀଠରେ ୧୪୪ ଧାରା ଲାଗୁ କରାଯିବ। ତା ସହିତ ମନ୍ଦିର ଚାରିପଟରେ ବ୍ୟାରିକେଡ୍ କରାଯିବାକୁ ନିଷ୍ପତ୍ତି ହୋଇଛି। ଗତକାଲି ସେବାୟତଙ୍କ ସହ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଓ ବ୍ରହ୍ମଗିରି ତହସିଲଦାରଙ୍କ ବୈଠକ ପରେ ଏନେଇ ନିଷ୍ପତ୍ତି ହୋଇଛି।

Advertisment
Puri Ratha Jatra 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ