Advertisment

ଏସିଡ୍ ପୀଡ଼ିତାଙ୍କ ଥଇଥାନ ଦାବି

ଭୁବନେଶ୍ୱର : ଏସିଡ୍ ଆକ୍ରମଣର ପୀଡ଼ିତାଙ୍କ ଥଇଥାନ ଓ ସରକାରୀ ଚାକିରିରେ ସେମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ଦାବିରେ ଲୋୟର ପିଏମ୍‌ଜିରେ ଧାରଣା। ଇନ୍‌ଷ୍ଟିଚ୍ୟୁଟ୍‌ ଫର୍ ସୋସିଏଲ୍ ଡେଭେଲପମେଣ୍ଟ ଓ ଏସିଡ୍ ଆକ୍ରମଣର ପୀଡ଼ିତାଙ୍କୁ ନେଇ ଗଠିତ ଓଡ଼ିଶା ଚାପ୍ଟର ପକ୍ଷରୁ ଏହି ଧାରଣା ଦିଆଯାଇଛି। ସୂଚନା ଅନୁସାରେ ଓଡ଼ିଶାରେ ୫୨ ଜଣ ଏସିଡ୍ ଆକ୍ରମଣର ପୀଡ଼ିତା ଅଛନ୍ତି। ଏମାନଙ୍କ ମଧ୍ୟରୁ ଅନେକଙ୍କୁ ସରକାରୀ ସାହାଯ୍ୟ ମିଳିନାହିଁ। ୨୦୧୩ର ଏକ ଆଇନ ଅନୁସାରେ ଏସିଡ୍ ଆକ୍ରମଣ ପୀଡ଼ିତାଙ୍କୁ […]

ଏସିଡ୍ ପୀଡ଼ିତାଙ୍କ ଥଇଥାନ ଦାବି

acid-1

Advertisment

ଭୁବନେଶ୍ୱର : ଏସିଡ୍ ଆକ୍ରମଣର ପୀଡ଼ିତାଙ୍କ ଥଇଥାନ ଓ ସରକାରୀ ଚାକିରିରେ ସେମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ଦାବିରେ ଲୋୟର ପିଏମ୍‌ଜିରେ ଧାରଣା। ଇନ୍‌ଷ୍ଟିଚ୍ୟୁଟ୍‌ ଫର୍ ସୋସିଏଲ୍ ଡେଭେଲପମେଣ୍ଟ ଓ ଏସିଡ୍ ଆକ୍ରମଣର ପୀଡ଼ିତାଙ୍କୁ ନେଇ ଗଠିତ ଓଡ଼ିଶା ଚାପ୍ଟର ପକ୍ଷରୁ ଏହି ଧାରଣା ଦିଆଯାଇଛି।

Advertisment

ସୂଚନା ଅନୁସାରେ ଓଡ଼ିଶାରେ ୫୨ ଜଣ ଏସିଡ୍ ଆକ୍ରମଣର ପୀଡ଼ିତା ଅଛନ୍ତି। ଏମାନଙ୍କ ମଧ୍ୟରୁ ଅନେକଙ୍କୁ ସରକାରୀ ସାହାଯ୍ୟ ମିଳିନାହିଁ। ୨୦୧୩ର ଏକ ଆଇନ ଅନୁସାରେ ଏସିଡ୍ ଆକ୍ରମଣ ପୀଡ଼ିତାଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦିଆଯିବା ସହିତ ମାଗଣାରେ ସେମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯିବା କଥା।  କିନ୍ତୁ ୨୦୧୩ ପୂର୍ବରୁ ଏସିଡ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତାକୁ କ୍ଷତିପୂରଣ ମିଳିନାହିଁ ବୋଲି ଆଇଏସ୍‌ଡି ପକ୍ଷରୁ କୁହାଯାଇଛି।

ଏପରି ମହିଳାଙ୍କୁ ଥଇଥାନ ଓ ଦକ୍ଷତା ବୃଦ୍ଧି ତାଲିମ ଦିଆଯିବ ବୋଲି ଓଡ଼ିଶା ଚାପ୍ଟର ପକ୍ଷରୁ କୁହାଯାଇଛି। ଏ ସଂପର୍କରେ ମହିଳା ଓ ଶିଶୁ ବିକାଶ ବିଭାଗକୁ ଲିଖିତ ପ୍ରସ୍ତାବ ଦିଆଯିବ।

Advertisment
Govt Jobs Protest Quota Lower PMG
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ