Advertisment

ପ୍ରେମଚନ୍ଦ୍ର ଚୌଧୁରୀ ହେଲେ WODCର ସିଇଓ

ଭୁବନେଶ୍ୱର: ରାଜ୍ୟରେ IAS ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ପ୍ରେମଚନ୍ଦ୍ର ଚୌଧୁରୀ ହେଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବା WODCର CEO ଭାବେ ନିଯୁକ୍ତ କରାଯାଇଛି। ସେପଟେ ମାଲକାନଗିରିର ଜିଲ୍ଲାପାଳ ପଦରୁ ଡକ୍ଟର ୱାଇ ବିଜୟଙ୍କୁ ହଟାଇ ବିଶାଲ…

ପ୍ରେମଚନ୍ଦ୍ର ଚୌଧୁରୀ ହେଲେ WODCର ସିଇଓ

Lok Seva Bhavan

Advertisment

ଭୁବନେଶ୍ୱର: ରାଜ୍ୟରେ IAS ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ପ୍ରେମଚନ୍ଦ୍ର ଚୌଧୁରୀ ହେଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବା WODCର CEO ଭାବେ ନିଯୁକ୍ତ କରାଯାଇଛି। ସେପଟେ ମାଲକାନଗିରିର ଜିଲ୍ଲାପାଳ ପଦରୁ ଡକ୍ଟର ୱାଇ ବିଜୟଙ୍କୁ ହଟାଇ ବିଶାଲ ସିଂଙ୍କୁ ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ଡକ୍ଟର ୱାଇ ବିଜୟଙ୍କୁ ମିଳିଛି ପ୍ରାଣୀ ପାଳନ ବିଭାଗ ନିର୍ଦ୍ଦେଶକ ଦାୟିତ୍ୱ। ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କୁ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ କରାଯାଇଛି ଏବଂ ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତିର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ମିଳିଛି। ମୋନୀଷା ବାନାର୍ଜୀ ବରଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି। ଅବୋଲି ସୁନୀଲ ନରଓ୍ୱଣେ ସୁବର୍ଣ୍ଣପୁର ଜିଲ୍ଲାପାଳ ହୋଇଛନ୍ତି।

Advertisment

କିଛି ଦିନ ତଳେ ବରିଷ୍ଠ IPS ସ୍ତରରେ ବଡ଼ ଧରଣର ଅଦଳ ବଦଳ କରାଯାଇଥିଲା। ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ଯଶୋବନ୍ତ ଜେଠୱା। ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତ ପରେ ଭିଜିଲାନ୍ସ ନିର୍ଦ୍ଦେଶକ ପଦବୀ ଖାଲି ଥିଲା। କ୍ରାଇମବ୍ରାଞ୍ଚ ଓ ଆଇନଶୃଙ୍ଖଳା ଏଡିଜି ଥିବା ଜେଠୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶ କରାଯାଇଛି। ସେହିଭଳି କ୍ରାଇମବ୍ରାଞ୍ଚ ଏଡିଜି ଭାବେ ସଂଜୀବ ପଣ୍ଡାଙ୍କୁ ଦାୟିତ୍ୱ ମିଳିଛି। ପୂର୍ବରୁ ସେ ପରିବହନ କମିଶନର ଭାବେ ଦାୟିତ୍ୱ ନିଭାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ