kiran-more-fb
ମୁମ୍ବାଇ: ସାରା ଦେଶରେ ଏବେ କରୋନା କହର । ଚିନ୍ତାରେ ପୁରା ଦେଶ । କରୋନାର ଏହି ଦ୍ୱିତୀୟ ଲହର ପ୍ରଥମେ ସାଧାରଣ ଲୋକ ଓ ପରେ ବଲିଉଡକୁ ଗ୍ରାସ କରିଥିଲା । ଆଉ ଏବେ କ୍ରିକେଟ ଜଗତରେ ଖେଳାଇଛି ଆତଙ୍କ । ଆଗକୁ ଆଇପିଏଲ ଆରମ୍ଭ ହେବାକୁ ଥିବା ବେଳେ ଏବେ କରୋନା ସଂକ୍ରମଣ ସମସ୍ତଙ୍କୁ ଚିନ୍ତାରେ ପକାଇଛି।
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ୱିକେଟ୍ କିପର, ବ୍ୟାଟ୍ସମ୍ୟାନ୍ ତଥା ମୁମ୍ବାଇ ଇଣ୍ଡିଆନ୍ସର ପ୍ରତିଭା ସନ୍ଧାନ ଅଧିକାରୀ କିରଣ ମୋରେ ଏବେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି । ୫୮ ର୍ବଷୀୟ ମୋରେ, ଆଇପିଏଲରେ ୫ ଥର ଚାମ୍ପିଅନ ହୋଇଥିବା ଟିମ୍ ମୁମ୍ବାଇ ଇଣ୍ଡିଆନ୍ସର ୱ୍ୱିକେଟ କିପର ପରାମର୍ଶଦାତା ଦାୟତ୍ୱ ମଧ୍ୟ ତୁଲାଉଛନ୍ତି।
ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏକ ପ୍ରେସ୍ ବିବୃତ୍ତିରେ କୁହାଯାଇଛି ଯେ, ‘ମୋରେଙ୍କ ନିକଟରେ ଏବେ ସୁଦ୍ଧା କରୋନା ଜନିତ କୌଣସି ଲକ୍ଷଣ ଦେଖାଯାଇ ନାହିଁ । କିନ୍ତୁ ତାଙ୍କୁ କ୍ୱରେଣ୍ଟାଇନରେ ରହିବାକୁ ପରାର୍ମଶ ଦିଆଯାଇଛି । ସେ ଏବେ ସଂଗରୋଧରେ ରହିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଏବଂ କିରଣ ମୋରେ ଉଭୟ ଭାରତୀୟ କ୍ରିକେଟ୍ ବୋର୍ଡର ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀକୁ ଅନୁସରଣ କରୁଛନ୍ତି ।
ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆହୁରି କୁହାଯାଇଛି ଯେ, ଏକ ସ୍ୱତନ୍ତ୍ର ମେଡିକାଲ ଟିମ୍ ମୋରେଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛି । ଏହାସହ ବିସିସିଆଇ ପକ୍ଷରୁ ଯାହା ନିୟମ ରହିଛି ତାହା ଆଗକୁ ଅନୁପାଳନ କରାଯିବ । କୋଭିଡ ନିୟମର କୌଣସି ପ୍ରକାର ଉଲଂଘନ କରାଯିବ ନାହିଁ । ସେହିଭଳି ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋରର ଓପନିଂ ବ୍ୟାଟ୍ସମ୍ୟାନ ଦେବଦତ୍ତ ପଡ୍ଡିକଲ ଅଭ୍ୟାସ ଶିବିରରେ ଯୋଗଦେବା ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେ ଏବେ ନିଜ ଘରେ କ୍ୱାରେଣ୍ଟାଇନରେ ରହି ଦିନ କାଟୁଛନ୍ତି ।
ଅନ୍ୟପଟେ ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେଣୁ ବିଭିନ୍ନ ସ୍ଥାନରେ ରାତ୍ରୀକାଳିନ ର୍କଫ୍ୟୁ ଲାଗୁ କରାଯାଇଛି । କରୋନାର ଦ୍ୱିତୀୟ ଲହରୀରେ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବେଳେ ଦିଲ୍ଲୀ, ୟୁପି, ମଧ୍ୟପ୍ରଦେଶ ଭଳି ରାଜ୍ୟ ମଧ୍ୟ କରୋନା କହରରୁ ବର୍ତ୍ତୀ ପାରିନାହାନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/kiran-more-fb_1626945147.jpg)