Advertisment

କୋଭିଡ୍ ଯୁଦ୍ଧର ସେହି ସେନା: ମେଡ଼ିକାଲରେ ସାଜିଛନ୍ତି ଜନତାଙ୍କ ତ୍ରାଣକର୍ତ୍ତା।

ଯେବେଠୁ ମାଡ଼ିଚାଲିଛି କରୋନା, ସେଦିନଠୁ ଆପଣ ବେଶ୍ ପରିଚିତ କୋଭିଡ୍ ଯୋଦ୍ଧାଙ୍କ ସହ। ଯେଉଁ ଯୋଦ୍ଧାଙ୍କ ପାଇଁ ଆଜି ବର୍ତ୍ତିଯାଇଛି ଅନେକ ଜୀବନ। ଦ୍ୱିତୀୟ ଈଶ୍ୱର ଭାବେ ଆବିର୍ଭାବ ହୋଇ ରାତିଦିନ ମଣିଷଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଡାକ୍ତର ଓ ନର୍ସ। ତେବେ…

କୋଭିଡ୍ ଯୁଦ୍ଧର ସେହି ସେନା: ମେଡ଼ିକାଲରେ ସାଜିଛନ୍ତି ଜନତାଙ୍କ ତ୍ରାଣକର୍ତ୍ତା।

image_2021-05-02_003403

Advertisment

ଯେବେଠୁ ମାଡ଼ିଚାଲିଛି କରୋନା, ସେଦିନଠୁ ଆପଣ ବେଶ୍ ପରିଚିତ କୋଭିଡ୍ ଯୋଦ୍ଧାଙ୍କ ସହ। ଯେଉଁ ଯୋଦ୍ଧାଙ୍କ ପାଇଁ ଆଜି ବର୍ତ୍ତିଯାଇଛି ଅନେକ ଜୀବନ। ଦ୍ୱିତୀୟ ଈଶ୍ୱର ଭାବେ ଆବିର୍ଭାବ ହୋଇ ରାତିଦିନ ମଣିଷଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଡାକ୍ତର ଓ ନର୍ସ। ତେବେ କେବେ ଚିନ୍ତା କରିଛନ୍ତି, ଆମ ସୁରକ୍ଷା ପାଇଁ ସେମାନେ କେମିତି ଜୀବନକୁ ପାଣି ଛଡ଼ାଇ ଚାଲିଛନ୍ତି ? ଘଣ୍ଟା ଘଣ୍ଟା ଧରି ପିପିଇ କିଟ୍ ପିନ୍ଧି ଝାଳନାଳ ଅବସ୍ଥାରେ ସେବା କରୁଥିବା ଏହି ଦେବଦୂତଙ୍କ କଥା କେବେ ଭାବିଛନ୍ତି ? ଆସନ୍ତୁ ଜାଣିବା, କୋଭିଡ୍ ଯୁଦ୍ଧର ସେହି ସେନାନୀଙ୍କ କଥା, ଯିଏ କରୋନାର ବିଷାକ୍ତ ପଞ୍ଝାରୁ ଜୀବନକୁ ଛଡ଼ାଇ ଆଣିବା ପାଇଁ ମେଡ଼ିକାଲରେ ଜାରି ରଖିଛନ୍ତି ଅହରହ ସଂଗ୍ରାମ।

Advertisment

ଏମାନେ ସୀମାରେ ନାହାଁନ୍ତି, କିନ୍ତୁ ମେଡ଼ିକାଲରେ ସାଜିଛନ୍ତି ଜନତାଙ୍କ ତ୍ରାଣକର୍ତ୍ତା। ଏମାନଙ୍କ ହାତରେ ବନ୍ଧୁକ ନାହିଁ, ଅଛି ରୋଗକୁ ମାତ୍ ଦେବାର ଅସ୍ତ୍ର। ଶରୀରରେ ସାମରିକ ପୋଷାକ ନାହିଁ ସତ, କିନ୍ତୁ ଭୂତାଣୁଠୁ ବର୍ତ୍ତିବାର କବଚ ପିନ୍ଧିଛନ୍ତି ଆପାଦ ମସ୍ତକ।  କରୋନାର କରାଳ ଛାୟା ସମୟରେ ଏମାନେ ହେଉଛନ୍ତି ଜଣେ ଜଣେ କୋଭିଡ୍ ଯୋଦ୍ଧା। ଭୁବନେଶ୍ୱରର ଏକ କୋଭିଡ୍ ହସ୍ପିଟାଲରେ କାଯର୍ୟରତ ନର୍ସ ସଂକଳ୍ପ କରିଛନ୍ତି ରୋଗୀଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ। ପାଦରୁ ମୁଣ୍ଡ ଯାଏଁ ପିନ୍ଧିଛନ୍ତି ପିପିଇ କିଟ୍। କାରଣ ରୋଗୀ ସେବା ସମୟରେ ଶରୀରର କୌଣସି ବାଟ ଦେଇ ଯେପରି କରୋନା ଭୂତାଣୁ ପ୍ରବେଶ ନକରେ। ପିପିଇ କିଟ୍ ପିନ୍ଧିବା ପରେ ଶରୀରରେ ଅସହ୍ୟ ଗରମ ହୁଏ। ଝାଳନାଳ ହେବାକୁ ପଡେ,  ଏହି ଅବସ୍ଥାରେ ଘଣ୍ଟା ଘଣ୍ଟା ଧରି ଜାରି ରଖନ୍ତି ରୋଗୀ ସେବା।  କେବଳ ନର୍ସ ନୁହେଁ, ଡାକ୍ତରଙ୍କ କ୍ଷେତ୍ରରେ ବି ସମାନ ଅବସ୍ଥା। ପରକୁ ଆପଣାର ଭାବିବା ଭିତରେ ନିଜ କଥା ଭୁଲି ଯିବାକୁ ହୁଏ।

କେବଳ ଏହି ଜଣେ ଦୁଇ ଜଣ ନୁହଁନ୍ତି। ରାଜ୍ୟରେ ଥିବା ୭୭ଟି କୋଭିଡ୍ ହସ୍ପିଟାଲରେ ଏଭଳି ରୋଗୀ ସେବାରେ ନିୟୋଜିତ ହଜାର ହଜାର ଡାକ୍ତର ଏବଂ ନର୍ସ। ରାଜ୍ୟରେ ୧୦ ହଜାରରୁ ଅଧିକ ବେଡ୍ ଥିବାବେଳେ ୩୧ ଶହରୁ ଅଧିକ ଆଇସିୟୁ ବେଡ୍ ରହିଛି। ତାମଧ୍ୟରୁ ଅଧିକାଂଶ ବେଡରେ ଚିକିତ୍ସାଧିନ ରୋଗୀ। ଆଉ ସେହି ରୋଗୀଙ୍କୁ ଅନବରତ ସେବା ଯୋଗାଇ ଚାଲିଛନ୍ତି ଏହି ଡାକ୍ତର ଏବଂ ନର୍ସ। ଯାହାଙ୍କର ନା ଡ୍ୟୁତି ସମୟ ସୀମା ଅଛି, ନା ବିଶ୍ରାମ ନେବାକୁ ଫୁରସତ ମିଳୁଛି। କାରଣ ରାଜ୍ୟରେ ପ୍ରତିଦିନ ହଜାର ହଜାର ରୋଗୀ ଭର୍ତ୍ତି ହେଉଛନ୍ତି ମେଡ଼ିକାଲରେ।  ତାହାରି ଭିତରେ ଶାରୀରିକ ଏବଂ ମାନସିକ ଚାପରେ ରହି ବର୍ତ୍ତମାନର ଖରା ଏବଂ ଗରମରେ ଏଭଳି ପିପିଇ କିଟ୍ ପିନ୍ଧି ସେବା ଯୋଗାଉଛନ୍ତି ରାତିଦିନ।

Advertisment

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

ତେଣୁ ଆମେ ଯଦି ସଚେତନ ହେବା ଏବଂ ସତର୍କ ରହିବା, ତେବେ ସଂକ୍ରମଣକୁ ରୋକିବା ସହ ଡାକ୍ତର, ନର୍ସଙ୍କ ଉପରେ ଚାପ କମାଇ ପାରିବା ବୋଲି ସମସ୍ତଙ୍କୁ ଆହ୍ବାନ କରିଛନ୍ତି ମୁଖ୍ୟ ଶାସନ ସଚିବ। ଡାକ୍ତର ହୁଅନ୍ତୁ କିମ୍ବା ନର୍ସ। ସେମାନେ ବି ମଣିଷ। ତେଣୁ ଆମକୁ ଯିଏ ଯୋଦ୍ଧା ସାଜି ସୁରକ୍ଷା ଦେଉଛନ୍ତି ଅନବରତ, ସେମାନଙ୍କ ସୁରକ୍ଷାରେ ଅାମକୁ ବି ଭାଗିଦାରୀ ହେବ ନିହାତି ଜରୁରୀ।

Advertisment

କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ