Advertisment

ସଂସଦରେ ପଶିବାକୁ ଚେଷ୍ଟା କରୁଥିବା ସନ୍ଦିଗ୍ଧ ବ୍ୟକ୍ତି ଅଟକ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଚାଲିଥିବା ବେଳେ ଆଜି ଜଣେ ସନ୍ଦିଗ୍ଧ ବ୍ୟକ୍ତି ଏହା ମଧ୍ୟକୁ ଜୋରଜବରଦସ୍ତି ପଶିବାକୁ ଉଦ୍ୟମ କରିଛନ୍ତି। ତେବେ ସେ ସଂସଦର ବିଲଡିଂ ମଧ୍ୟକୁ ପ୍ରବେଶ କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରା ପଡ଼ି ଯାଇଛନ୍ତି। ସୁରକ୍ଷାକର୍ମୀ ଏହାପରେ ଉକ୍ତ ବ୍ୟକ୍ତିଙ୍କୁ ଦିଲ୍ଲୀ ପୁଲିସ୍‌ ହେପାଜତରେ ଛାଡ଼ିଛି। ଦିଲ୍ଲୀ ପୁଲିସ୍‌ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ବର୍ତ୍ତମାନ ସୁଦ୍ଧା ଉକ୍ତ ବ୍ୟକ୍ତିଙ୍କ ପରିଚୟ କିମ୍ବା ସେ କାହିଁକି ଏହା ମଧ୍ୟକୁ ପ୍ରବେଶ […]

ସଂସଦରେ ପଶିବାକୁ ଚେଷ୍ଟା କରୁଥିବା ସନ୍ଦିଗ୍ଧ ବ୍ୟକ୍ତି ଅଟକ

parliament

Advertisment

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଚାଲିଥିବା ବେଳେ ଆଜି ଜଣେ ସନ୍ଦିଗ୍ଧ ବ୍ୟକ୍ତି ଏହା ମଧ୍ୟକୁ ଜୋରଜବରଦସ୍ତି ପଶିବାକୁ ଉଦ୍ୟମ କରିଛନ୍ତି। ତେବେ ସେ ସଂସଦର ବିଲଡିଂ ମଧ୍ୟକୁ ପ୍ରବେଶ କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରା ପଡ଼ି ଯାଇଛନ୍ତି।

Advertisment

ସୁରକ୍ଷାକର୍ମୀ ଏହାପରେ ଉକ୍ତ ବ୍ୟକ୍ତିଙ୍କୁ ଦିଲ୍ଲୀ ପୁଲିସ୍‌ ହେପାଜତରେ ଛାଡ଼ିଛି। ଦିଲ୍ଲୀ ପୁଲିସ୍‌ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ବର୍ତ୍ତମାନ ସୁଦ୍ଧା ଉକ୍ତ ବ୍ୟକ୍ତିଙ୍କ ପରିଚୟ କିମ୍ବା ସେ କାହିଁକି ଏହା ମଧ୍ୟକୁ ପ୍ରବେଶ କରିବାକୁ ଚାହୁଁଥିଲେ, ତାହା ଜଣାପଡ଼ିନାହିଁ।

୨୦୦୧ ମସିହା ଡିସେମ୍ବର ୧୩ରେ ସଂସଦରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଭୟଙ୍କର ଘଟଣାକୁ ଆଉ କିଛି ଦିନ ପରେ ୧୮ ବର୍ଷ ପୂରିଯିବ। ତା’ ପୂର୍ବରୁ ଆଜି ସଂସଦର ବିଲଡିଂକୁ ପ୍ରବେଶ କରୁଥିବା ଜଣେ ବ୍ୟକ୍ତିଙ୍କୁ ସୁରକ୍ଷାକର୍ମୀମାନେ ଠାବ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ