Advertisment

ପଶ୍ଚିମବଙ୍ଗରେ ରାଲି ଓ ପ୍ରଚାର ସମୟକୁ କମ୍‌ କରିବାକୁ ନିଷ୍ପତ୍ତି ନେଲେ ଦିଦି

ବଙ୍ଗରେ ଆଉ ଅଧିକ ସମୟ ପ୍ରଚାର କରିବେ ନାହିଁ ଦିଦି। ଦେଶରେ ଲଗାତାର ସଂକ୍ରମଣ ହାର ବଢୁଥିବାରୁ ଦିଦି ଏମିତି ନିଷ୍ପତ୍ତି ନେଇଛନ୍ତି। ତେବେ ପ୍ରଚାର ସଂପୂର୍ଣ୍ଣ ବନ୍ଦ କରିବେ ନାହିଁ ବରଂ ପ୍ରଚାର ସମୟକୁ କମାଇ ଦେବେ ବୋଲି ସୂଚନା ମିଳିଛି।

ପଶ୍ଚିମବଙ୍ଗରେ ରାଲି ଓ ପ୍ରଚାର ସମୟକୁ କମ୍‌ କରିବାକୁ ନିଷ୍ପତ୍ତି ନେଲେ ଦିଦି

Mamata Banerjee

Advertisment

କୋଲକାତା: ବଙ୍ଗରେ ଆଉ ଅଧିକ ସମୟ ପ୍ରଚାର କରିବେ ନାହିଁ ଦିଦି। ଦେଶରେ ଲଗାତାର ସଂକ୍ରମଣ ହାର ବଢୁଥିବାରୁ ଦିଦି ଏମିତି ନିଷ୍ପତ୍ତି ନେଇଛନ୍ତି। ତେବେ ପ୍ରଚାର ସଂପୂର୍ଣ୍ଣ ବନ୍ଦ କରିବେ ନାହିଁ ବରଂ ପ୍ରଚାର ସମୟକୁ କମାଇ ଦେବେ ବୋଲି ସୂଚନା ମିଳିଛି। ରାଜ୍ୟରେ ହୁ ହୁ ହୋଇ  ସଂକ୍ରମଣ ବଢୁଥିବା କାରଣରୁ ଦିଦି ଏମିତି ନିଷ୍ପତ୍ତି ନେଇଛନ୍ତି। ତେବେ ଦିଦିଙ୍କର ପୂର୍ବରୁ ରାହୁଲ ଗାନ୍ଧୀ ମଧ୍ୟ ବଙ୍ଗରେ ନିଜର ସମସ୍ତ ରାଲିକୁ ବାତିଲ କରିବା ସବ ଅନ୍ୟ ରାଜନୈତିକ ଦଳକୁ ନିଜ ନିଜର ରାଜନୈତିକ ରାଲି ବାତିଲ କରିବାକୁ ଅନୁରୋଧ ମଧ୍ୟ କରିଥିଲେ। ରାହୁଲ କହିଛନ୍ତି,ଏବେ ଏମିତି ପରିସ୍ଥିତି ଉପୁଜିଲାଣି ଯେ, ବିଭିନ୍ନ ରାଜ୍ୟରେ ଭ୍ୟାକ୍ସିନ ଶେଷ ଅବସ୍ଥାରେ। ଆଉ କିଛି ରାଜ୍ୟ ଲକଡାଉନ କରିବାକୁ ପ୍ରସ୍ତୁତି କଲେଣି। ତେବେ ଏଭଳି ପରିସ୍ଥିତିରେ ବି ଜୋରଦାର ଚାଲିଛି ପଶ୍ଚିମ‍ବଙ୍ଗ ନିର୍ବାଚନୀ। ଏଠାରେ ଘନ ଘନ ଚାଲିଛି ରାଲି ଓ ସଭା ସମିତି।

Advertisment

ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି, ଲୋକଙ୍କୁ ବିପଦଠୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ପଶ୍ଚିମବଙ୍ଗରେ ଆଉ ନିର୍ବାଚନୀ ରାଲି କରିବେ ନାହିଁ କଂଗ୍ରେସ ନେତା ରାହୁଲ ଗାନ୍ଧି। ଏନେଇ ରବିବାର ନିଜ ଟ୍ୱିଟ ହ୍ୟାଣ୍ଡେଲରେ ସେ ସ୍ପଷ୍ଟ କରିଛନ୍ତି। କରୋନା ସଙ୍କଟ ସମୟରେ ପଶ୍ଚିମବଙ୍ଗରେ ବାକି ଥିବା ତିନିଟି ପର୍ଯ୍ୟାୟ ମତଦାନ ପାଇଁ କୌଣସି ରାଲି କିମ୍ବା ରୋଡ ଶୋ’ କରିବେ ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି।

କେବଳ ଏତିକି ନୁହେଁ ବରଂ ଲୋକମାନଙ୍କୁ କୋଭିଡ୍‌-୧୯ ସଂକ୍ରମଣ ବାତାବରଣରୁ ନିରାପଦ ରଖିବା ପାଇଁ ବଙ୍ଗରେ ବାକି ଥିବା ଆଉ ତିନୋଟି ପର୍ଯ୍ୟାୟ ନିର୍ବାଚନକୁ ଥରକରେ ଶେଷ କରି ଦେବା ଲାଗି ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ କମିସନ୍‌କୁ ନିବେଦନ ମଧ୍ୟ କରିସାରିଛନ୍ତି। କିନ୍ତୁ ଏହାକୁ ବିରୋଧ କରିଛି ବିଜେପି। ଦଳ କହିଛି ଯେ, ସମସ୍ତ ପ୍ରାର୍ଥୀଙ୍କୁ ପ୍ରଚାର ଲାଗି ସମାନ ସମୟ ଦେବାର ଆବଶ୍ୟକତା ରହିଛି। ତେଣୁ ନିର୍ବାଚନ ଯେଉଁ ତାରିଖରେ ହେବା କଥା ସେହି ତାରିଖରେ କରିବାକୁ ବିଜେପି କହିଛି।

Advertisment

ଏଠାରେ କହିରଖୁଛୁ, ଦେଶରେ ଲଗାତାର ଭାବରେ ବଢିଚାଲିଛି ସଂକ୍ରମଣ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ,ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୭୩,୮୧୦ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧,୬୧୯ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୫୦,୬୧,୯୧୯ରେ ପହଞ୍ଚିଛି। ତେବେ ଏପରି ସ୍ଥିତିରେ ନିର୍ବାଚନ ରାଲି ଉପରେ ରୋକ ଲଗାଇବାକୁ ଦାବି ମଧ୍ୟ ଜୋର ଧରିଛି।

West Bengal Election 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ