Advertisment

ମହାରାଷ୍ଟ୍ରରେ କରୋନା ପାଇଁ ବାତିଲ ହେଲା ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା

ମହାରାଷ୍ଟ୍ରରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସ୍ଥଗିତ କରାଯାଇଛି। ପରବର୍ତ୍ତୀ ନିର୍ଦେଶ ଯାଏ ପରୀକ୍ଷା ସ୍ଥଗିତ ରଖିଛନ୍ତି ସରକାର। କୋଭିଡ ସଂକ୍ରମଣ ବଢୁଥିବାରୁ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଏମିତି ନିଷ୍ପତ୍ତି ନେଇଛନ୍ତି ସରକାର। ତେବେ ପରୀକ୍ଷା ସମ୍ପର୍କରେ ମହାରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ବର୍ଷା ଗାଏକ୍ୱାଡା ସୂଚନା ଦେଇଛନ୍ତି

ମହାରାଷ୍ଟ୍ରରେ କରୋନା ପାଇଁ ବାତିଲ ହେଲା ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା

exam

Advertisment

ମୁମ୍ବାଇ: ମହାରାଷ୍ଟ୍ରରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସ୍ଥଗିତ କରାଯାଇଛି। ପରବର୍ତ୍ତୀ ନିର୍ଦେଶ ଯାଏ ପରୀକ୍ଷା ସ୍ଥଗିତ ରଖିଛନ୍ତି ସରକାର। କୋଭିଡ ସଂକ୍ରମଣ ବଢୁଥିବାରୁ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଏମିତି ନିଷ୍ପତ୍ତି ନେଇଛନ୍ତି ସରକାର। ତେବେ ପରୀକ୍ଷା ସମ୍ପର୍କରେ ମହାରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ବର୍ଷା ଗାଏକ୍ୱାଡା ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ପରିସ୍ଥିତିରେ କରୋନାର ସ୍ଥିତି ଭୟଙ୍କର ରହିଛି। ଯଦି ପରୀକ୍ଷା କରାଯାଏ ତେବେ ସଂକ୍ରମଣ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହେବେ ଛାତ୍ରଛାତ୍ରୀ। ଗୋଟିଏ ପଟେ କରୋନାର ଚେନ୍‌କୁ ରୋକିବାକୁ ସରକାରୀ ସ୍ତରରେ ବି ଅନେକ ପଦକ୍ଷେପ ନିଆଯାଉଛି। ତେଣୁ ଏ ସମୟରେ ମହାମାରୀ ଯେପରି ଭାବରେ ଛାତ୍ରଛାତ୍ରୀଙ୍କୁ ନବ୍ୟାପେ ସେଥିଲାଗି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ସମୟରେ ଦେଶରେ ସବୁଠାରୁ ଅଧିକ କରୋନା ସଂକ୍ରମିତ ମହାରାଷ୍ଟ୍ରରେ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ସେହି ହାରରେ ଅଧିକ ରହୁଛି। ତେଣୁ ସମସ୍ତ ଦିଗକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ କହିଛନ୍ତି।

Advertisment

ଏଠାରେ କହିରଖୁଛୁ ଯେ, ଆଜି ବି ଦେଶରେ ରେକର୍ଡ କରିଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ଲକ୍ଷ ୬୮ ହଜାର ୯୧୨ ଜଣ କରୋନା ରୋଗୀ ଚିହ୍ନଟ  ହୋଇଛନ୍ତି। ଦେଶରେ ଗୋଟିଏ ଦିନରେ ଏତେ ସଂଖ୍ୟକ ରୋଗୀ ଚିହ୍ନଟ ହେବା  ପ୍ରଥମ। ଏହା ପୂର୍ବରୁ ଏପ୍ରିଲ ୧ ତାରିଖ ୧ ଲକ୍ଷ ୫୨ ହଜାର ୫୬୫ ମାମଲା ସାମ୍ନାକୁ ଆସିଥିଲା। ସେହିପରି ୨୪ ଘଣ୍ଟା ମଧ୍ୟରେ ୯୦୪ ଜଣ ରୋଗୀ ଆଖି ବୁଜିଛନ୍ତି। ଗତ ୬ ମାସ ମଧ୍ୟରେ ଆଜି ସର୍ବାଧିକ ସଂଖ୍ୟକ ରୋଗୀଙ୍କ ମୃତ୍ୟୁ ଘଟିଛି।

ମହାରାଷ୍ଟ୍ରରେ ପ୍ରଥମ ଥର ପାଇଁ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୩ ହଜାର ଟପିଛି। ଏଠାରେ ୬୩ ହଜାର ୨୯୪ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟରେ ୩୪୯ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୪.୦୭ ଲକ୍ଷ ଜଣ କରୋନା ସଂକ୍ରମିତ ହୋଇ ସାରିଲେଣି। ୨୭.୮୨ ଲକ୍ଷ ଲୋକ ସସ୍ଥ ହୋଇ ଘରକୁ ଫେରିଥିବାବେଳେ ୫୭, ୯୮୭ ଜଣଙ୍କର ମୃତ୍ୟୁ ଘଟିଛି। 

Advertisment

ଆଉ ଏହାରି ମଧ୍ୟରେ ଭାରତରେ ଋଷ ଟିକା ସ୍ପୁଟନିକ-ଭିକୁ ମିଳିଲା ମଞ୍ଜୁରି । ତୃତୀୟ କରୋନା ଟିକା ଭାବେ ଭାରତରେ ବ୍ୟବହାର ପାଇଁ ମିଳିଲା ଅନୁମତି। ପୂର୍ବରୁ  କୋଭିସିଲ୍ଡ ଓ କୋଭାକ୍ସିନକୁ ଅନୁମତି ମିଳିସାରିଛି। ଦେଶରେ କରୋନାର ଦ୍ୱିତୀୟ ଲହର ତା’ର କାୟା ବିସ୍ତାର କରିବାରେ ଲାଗିଛି ।  ଆଉ ଏହି ସମୟରେ କରୋନାରୁ ମୁକ୍ତି ପାଇବାକୁ ଟିକା ଏକମାତ୍ର ବିକଳ୍ପ ହୋଇଥିବା ବେଳେ କିଛିଦିନ ହେବ ଦେଶରେ ଟିକା ଅଭାବ ଥିବା କଥା ସାମ୍ନାକୁ ଆସିଛି। ତେବେ ସମୟ କହିବ ଏହି ଟିକା କେତେ ଫଳପ୍ରଦ ହେଉଛି।

Maharastra Corona Breaking News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ