KARONA
ଭୁବନେଶ୍ୱର : କରୋନାର ମୁକାବିଲା ପାଇଁ ସ୍କୁଲ ଗୁଡ଼ିକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ରାଜ୍ୟର ସବୁ ଜିଲ୍ଲାର ସ୍କୁଲ ଛାତ୍ରଛାତ୍ରୀ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଅବଗତ କରାଯାଇଛି ।
ସ୍କୁଲରେ ପିଲାମାନେ ସାନିଟାଇଜରରେ ହାତ ଧୋଇବା ସହ ରୁମାଲ ଦେଇ କାଶିବା ଓ ଛିଙ୍କିବା ପାଇଁ କୁହାଯାଇଛି। ସକାଳ ପ୍ରାର୍ଥନା କ୍ଲାସରେ ପିଲାମାନଙ୍କୁ ଶିକ୍ଷକ ଏସବୁ ସଚେତନ କରିବେ। ଜିଲ୍ଲା ଶିକ୍ଷାଧିକାରୀ ଏହାର ସମୀକ୍ଷା କରିବେ।
ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ଆଲୋଚନା ପରେ ଏନେଇ ସୂଚନା ଦିଆଯାଇଛି। ଭିଡିଓ କନ୍ଫେରେସିଂରେ ହୋଇଥିବା ଏହି ଆଲୋଚନାରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ରାଜ୍ୟରେ କରୋନାର ସ୍ଥିତି ସ୍ୱାଭାବିକ ଥିବା ସହ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ବିମାନବନ୍ଦର ଓ ପୋର୍ଟରେ ସତର୍କତା ଅବଲମ୍ବନ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ଡାକ୍ତର ହର ପଟ୍ଟନାୟକ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/KARONA1_1624879512.jpg)