Advertisment

ମୃତ୍ୟୁ ପୂର୍ବରୁ ଡ୍ରଗ୍‌ ଡିଲର୍‌ଙ୍କୁ କାହିଁକି ଭେଟିଥିଲେ ସୁଶାନ୍ତ ?

ମୁମ୍ବାଇ: ସିବିଆଇର ସ୍ପେଶାଲ୍‌ ଟିମ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ (Sushant Singh Rajput) ମୃତ୍ୟୁ ମାମଲାର ଖୋଳତାଡ଼ କରୁଥିବା ବେଳେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ଖୁଲାସା ହେବାରେ ଲାଗିଛି। ଶନିବାର ଦିନ ସିବିଆଇ ସୁଶାନ୍ତ‌ଙ୍କ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍‌କୁ ଯାଇ ସେଠାରେ ୬ ଘଣ୍ଟା ଧରି କ୍ରାଇମ୍ ସିନ୍‌କୁ ରିକ୍ରିଏଟ୍ କରିଥିଲା। Aaj Takର ସୂଚନା ଅନୁସାରେ,  ସୁଶାନ୍ତଙ୍କ ବେଡ ରୁମ୍‌ରେ  ଆତ୍ମହତ୍ୟା ସମ୍ଭବ କି ନୁହେଁ  ଏହା ଜାଣିବା ପାଇଁ […]

ଅଦ୍ୟତନ ହୋଇଛି
ମୃତ୍ୟୁ ପୂର୍ବରୁ ଡ୍ରଗ୍‌ ଡିଲର୍‌ଙ୍କୁ କାହିଁକି ଭେଟିଥିଲେ ସୁଶାନ୍ତ ?

sushant singh rajput

Advertisment

ମୁମ୍ବାଇ: ସିବିଆଇର ସ୍ପେଶାଲ୍‌ ଟିମ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ (Sushant Singh Rajput) ମୃତ୍ୟୁ ମାମଲାର ଖୋଳତାଡ଼ କରୁଥିବା ବେଳେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ଖୁଲାସା ହେବାରେ ଲାଗିଛି। ଶନିବାର ଦିନ ସିବିଆଇ ସୁଶାନ୍ତ‌ଙ୍କ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍‌କୁ ଯାଇ ସେଠାରେ ୬ ଘଣ୍ଟା ଧରି କ୍ରାଇମ୍ ସିନ୍‌କୁ ରିକ୍ରିଏଟ୍ କରିଥିଲା।

Advertisment

Aaj Takର ସୂଚନା ଅନୁସାରେ,  ସୁଶାନ୍ତଙ୍କ ବେଡ ରୁମ୍‌ରେ  ଆତ୍ମହତ୍ୟା ସମ୍ଭବ କି ନୁହେଁ  ଏହା ଜାଣିବା ପାଇଁ ସୁଶାନ୍ତଙ୍କ ଓଜନ ଓ ସମାନ ଉଚ୍ଚତା ଥିବା ଏକ ଡମିକୁ ବ୍ୟବହାର କରାଯାଇଥିଲା। ଏହାସହ ସୁଶାନ୍ତଙ୍କ ବେଡୁରୁମ୍‌ ବେଡ୍‌ର ଉଚ୍ଚତା ଓ ଫ୍ୟାନ୍‌ର ଦୂରତାକୁ ଏହି ସମୟରେ ମପାଯାଇଥିଲା। ଏହାକୁ ଅନୁଧ୍ୟାନ କରିବା ପରେ ଅଧିକାରୀମାନେ ଭାବୁଛନ୍ତି ଯେ, ସୁଶାନ୍ତଙ୍କ ଉଚ୍ଚତାର ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା ପାଇଁ ଏଠାରେ ପର୍ଯ୍ୟାପ୍ତ ସ୍ଥାନ ରହିଛି।

ବର୍ତ୍ତମାନ ସୁଦ୍ଧା ସୁଶାନ୍ତଙ୍କ ପରିବାର ଲୋକ ଓ ଫ୍ୟାନ୍ସମାନେ ଭାବୁଥିଲେ ଯେ, ସୁଶାନ୍ତ କେବେବି ଆତ୍ମହତ୍ୟା କରିପାରିବେ ନାହିଁ। ହେଲେ ବର୍ତ୍ତମାନ ସିବିଆଇର ଏଭଳି ଭାବନା ସେମାନଙ୍କୁ ଆହୁରି ବ୍ୟତିବ୍ୟସ୍ତ କରାଇଛି।

Advertisment

ପ୍ରକୃତରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ ? ନା ତାଙ୍କୁ କେହି ଚେତାଶୂନ୍ୟ କରାଇ ଝୁଲାଇ ଦେଇଥିଲା ? ଏନେଇ ମଧ୍ୟ ସିବିଆଇ ଯାଞ୍ଚ କରିପାରେ। ଏମିତି ବି ହୋଇପାରେ ତାଙ୍କୁ କେହି ଚେତାଶୂନ୍ୟ କରାଇ ଝୁଲାଇ ଦେଇଥିବେ। ଏହି କଥାକୁ ମଧ୍ୟ ଏଡ଼ାଇ ଦିଆଯାଇ ପାରିବ ନାହିଁ। ଏସବୁ ଭିତରେ ସୁଶାନ୍ତଙ୍କ ରୋଷେୟା ନିରଜଙ୍କ ଚାଞ୍ଚଲ୍ୟକର ବୟାନ ଏହି ଘଟଣାକୁ ଆଉ ଏକ ନୂଆ ମୋଡ଼ ଦେଇଛି।

ନିରଜ କହିଛନ୍ତି, ‘ସୁଶାନ୍ତ ଗଞ୍ଜେଇ (marijuana) ନିଅନ୍ତି ଓ ଏହା ତାଙ୍କର ନିତିଦିନିଆ ଅଭ୍ୟାସ ଥିଲା। ହାଉସ୍‌ ମ୍ୟାନେଜର୍‌‌ ସାମୁଏଲ୍‌ ମିରାଣ୍ଡା ସାଧାରଣତଃ ତାଙ୍କ(ସୁଶାନ୍ତ) ପାଇଁ ଗଞ୍ଜେଇ ପ୍ରସ୍ତୁତ କରନ୍ତି।’

Advertisment

ସୁଶାନ୍ତଙ୍କ ଅନୁରୋଧ କ୍ରମେ ନିରଜ ମଧ୍ୟ ବେଳେବେଳେ ଗଞ୍ଜେଇ ପ୍ରସ୍ତୁତ କରିଥାନ୍ତି ବୋଲି ଜଣାପଡ଼ିଛି। ସୁଶାନ୍ତ ତାଙ୍କ ଘରେ ପ୍ରତି ସପ୍ତାହରେ ୨-୩ଥର ପାର୍ଟିର ଆୟୋଜନ କରିଥାନ୍ତି। ଏହି ସମୟରେ ସେ ମଦ୍ୟପାନ,ସିଗାରେଟ୍‌ ଓ ଗଞ୍ଜେଇ ଇତ୍ୟାଦି ସେବନ କରିଥାନ୍ତି ବୋଲି ନିରଜ କହିଛନ୍ତି। ଏପରିକି ମୃତ୍ୟୁର ୩ ଦିନ ପୂର୍ବରୁ ସୁଶାନ୍ତ ମାତ୍ରାଧିକ ଗଞ୍ଜଇ ଖାଇଥିବା ନିରଜ ଅନୁମାନ କରୁଛନ୍ତି।

ଏପରି ପରିସ୍ଥିତିରେ ହୁଏତ କେହି ସୁଶାନ୍ତଙ୍କୁ ଚେତାଶୂନ୍ୟ କରାଇ ଝୁଲାଇ ଦେଇ ଥାଇପାରନ୍ତି ବୋଲି ନିରଜ କହିଛନ୍ତି।

ସବୁଠାରୁ ବଡ଼ କଥା ହେଉଛି, ସୁଶାନ୍ତ ତାଙ୍କ ମୃତ୍ୟୁ ଦିନ(ଜୁନ୍‌ ୧୪) ଆୟାଶ ଖାନ୍‌ ନାମକ ଜଣେ ଡ୍ରଗ୍‌ ଡିଲର୍‌ଙ୍କୁ ଭେଟିଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟ୍‌ କରି କହିଛନ୍ତି, ‌ସୁଶାନ୍ତଙ୍କର ଯେଉଁ ଦିନ ମୃତ୍ୟୁ ଘଟିଥିଲା, ଏହା ପୂର୍ବରୁ ସୁଶାନ୍ତଙ୍କୁ  ଦୁବାଇ ଡ୍ରଗ୍ ଡିଲର୍‌ ଆୟାଶ ଖାନ୍‌ ତାଙ୍କୁ ଭେଟିଥିଲେ। କାହିଁକି ?

ଏଭଳି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିବା ପରେ ଜଣାପଡ଼ୁଛି ଯେ, ଏହି ଘଟଣାରେ କିଛି ଷଡ଼ଯନ୍ତ୍ର ରଚାଯାଇ ନାହିଁ ତ ? ଆଶା କରାଯାଉଛି, ସିବିଆଇର ତଦନ୍ତ ନିଶ୍ଚିତ ଭାବରେ ପର୍ଦ୍ଦାଫାସ କରିବ ସୁଶାନ୍ତଙ୍କ ମୃତ୍ୟୁ ପଛର ରହସ୍ୟ।

Also Read in English:Sushant Singh Rajput’s Death: CBI Inquiry Indicates Suicide Possibility, Actor in Touch With Drug Dealer

Sushant Singh Rajput Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ