bad-saalasa
ରାୟଗଡ଼ା: ରିୟଲିଟି ସୋ ଆମେରିକାସ୍ ଗଟ୍ ଟାଲେଣ୍ଟରେ କିମିଆଁ କରୁଛନ୍ତି ଜଣେ ଓଡ଼ିଶା ପୁଅ। ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାର ସୁମନ୍ଥ ନିଜ ନୃତ୍ୟକଳାର ଜଲୱା ଦେଖାଇ ସାରା ବିଶ୍ୱକୁ ଚମକାଇ ଦେଇଛନ୍ତି। ଆମେରିକାସ୍ ଗଟ୍ ଟାଲେଣ୍ଟର କ୍ୱାର୍ଟର ଓ ସେମି ଫାଇନାଲରେ ହିପ୍ ହପ୍ ଏବଂ ସାଲସା ଡ୍ୟାନ୍ସ ପ୍ରଦର୍ଶନ କରି ଫାଇନାଲକୁ ଯାଇଛନ୍ତି ସୁମନ୍ଥ।
/odishatv-khabar/media/post_attachments/wp-content/uploads/2020/09/bad-salsa.jpg)
କୋଲକାତାର ତାଙ୍କ ପୁରୁଣା ପାର୍ଟନର ସୋନାଲିଙ୍କ ସହ ମିଶି ସୁମନ୍ଥ ସଫଳତା ପାଇ ଚାଲିଛନ୍ତି। ୨୦୧୨ରେ ଇଣ୍ଡିଆସ ଗଟ୍ ଟାଲେଣ୍ଟରେ ଚମ୍ପିଆନ୍ ହୋଇଥିଲେ ସୁମନ୍ଥ-ସୋନାଲି ଯୋଡ଼ି। ତାପରଠୁ ଆଉ ଉଭୟେ ପଛକୁ ଚାହିଁ ନାହାଁନ୍ତି। ଏବେ ଅନ୍ତର୍ଜାତୀୟସ୍ତରର ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ରିୟଲିଟି ସୋ ଆମେରିକାସ୍ ଗଟ୍ ଟାଲେଣ୍ଟରେ ସୁମନ୍ଥ-ସୋନାଲି ଯୋଡ଼ି ଚର୍ଚ୍ଚାରେ।
/odishatv-khabar/media/post_attachments/content/2020/Sep/Bad_5f630427b9c2a.png)
ତେବେ ଆଗକୁ ଯିବାକୁ ହେଲେ କେବଳ ଆମେରିକାରେ ରହୁଥିବା ବ୍ୟକ୍ତି ହିଁ ଭୋଟିଂ କରିପାରିବେ। ତେଣୁ ଆଗାମୀ ଏପିସୋଡରେ ସେମାନଙ୍କ ପରଫର୍ମାନ୍ସକୁ ଦେଖି ଆମେରିକାରେ ରହୁଥିବା ସମସ୍ତ ପ୍ରବାସୀ ଓଡ଼ିଆ ଏବଂ ଭାରତୀୟଙ୍କୁ ଭୋଟିଂ କରିବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bad-saalasa_1625321027.jpg)