ଭୁବନେଶ୍ୱର: ବିନା ଅପରାଧରେ ହତ୍ୟାକାରୀ ସାଜି ଜେଲ ଦଣ୍ଡ ଭୋଗିଥିବା ଦୁଇ ନିର୍ଦ୍ଦୋଷଙ୍କୁ ମିଳିବ ୫ ଲକ୍ଷ ଟଙ୍କାର କ୍ଷତିପୂରଣ। ମିଥ୍ୟା ମାମଲାରେ ୨ ନିର୍ଦ୍ଦୋଷଙ୍କୁ ଅପରାଧୀ ସଜାଇ ଥିବା ତତ୍କାଳୀନ ଥାନା ଆଇଆଇସି ଗଣିବେ ତଣ୍ଡ।
୨୦୧୬ ମସିହାରେ ବରଗଡ଼ ପାଇକମାଳର ନିଖୋଜ ନାବାଳକଙ୍କୁ ହତ୍ୟା କରାଯାଇଥିବା ଦର୍ଶାଇ ୨ ଜଣଙ୍କୁ ଜେଲ୍ ପଠାଇଥିଲା ପୋଲିସ। ହେଲେ ୨୦୧୮ରେ ସଂପୃକ୍ତ ନାବାଳକ ଜୀବିତ ଅବସ୍ଥାରେ ଘରକୁ ଫେରି ଆସିଥିଲେ। ପରେ ଘଟଣା ନେଇ OHRCଙ୍କ ଦ୍ୱାରସ୍ଥ ହୋଇଥିଲେ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍ଗୋ।
ଆଜି ମାନବାଧିକାର କମିଶନ୍ ମାମଲାର ବିଚାର କରି ପ୍ରତ୍ୟେକ ପୀଡ଼ିତଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ତଦନ୍ତ କରୁଥିବା ଥାନା ଅଧିକାରୀ ଦୁଇ ମାସ ଭିତରେ ଏହି ଅର୍ଥ ଦେବା ଲାଗି ଗୃହ ବିଭାଗ ଓ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us