Advertisment

ବିବନ ଜେଲରୁ କେମିତି ବାହାରିବ ନାହିଁ ତା'ର ବାଟ କରାଯାଉଛି: ସିପି

ଭୁବନେଶ୍ୱର: ୨୨ ବର୍ଷ ପରେ ଗିରଫ ହୋଇଛି ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ। ଯେଉଁ ଘଟଣା ନେଇ ସାରା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା, ସେହି ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ ଆଜି ହୋଇଛି। ୯ ଜାନୁଆରୀ ୧୯୯୯ରେ ଘଟିଥିବା କଟକ ବାରଙ୍ଗ ଥାନା ଅଞ୍ଚଳରେ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ଓରଫ୍ ବିବେକାନନ୍ଦ ବିଶ୍ୱାଳଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ନଭି ମୁମ୍ବାଇ ଆମ୍ବି ଭ୍ୟାଲିରେ ପରିଚୟ ବଦଳାଇ […]

ବିବନ ଜେଲରୁ କେମିତି ବାହାରିବ ନାହିଁ ତା'ର ବାଟ କରାଯାଉଛି: ସିପି

bibana-arrest

Advertisment

ଭୁବନେଶ୍ୱର: ୨୨ ବର୍ଷ ପରେ ଗିରଫ ହୋଇଛି ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ। ଯେଉଁ ଘଟଣା ନେଇ ସାରା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା, ସେହି ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ ଆଜି ହୋଇଛି। ୯ ଜାନୁଆରୀ ୧୯୯୯ରେ ଘଟିଥିବା କଟକ ବାରଙ୍ଗ ଥାନା ଅଞ୍ଚଳରେ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ଓରଫ୍ ବିବେକାନନ୍ଦ ବିଶ୍ୱାଳଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ନଭି ମୁମ୍ବାଇ ଆମ୍ବି ଭ୍ୟାଲିରେ ପରିଚୟ ବଦଳାଇ ରହୁଥିବା ବିବନ୍ ଧରାପଡ଼ିଛି ପୋଲିସ ହାତରେ। ପାଣି ମିସ୍ତ୍ରୀ ଭାବେ ସେଠି ଆତ୍ମଗୋପନ କରି ନକଲି ନା ଜଳନ୍ଧର ସ୍ୱାଇଁ ଦେଇଥିଲା ବୋଲି ଜଣାପଡିଛି।

Advertisment

ଭୋଟ ପରିଚୟ ପତ୍ର, ଆଧାର କାର୍ଡ ସମେତ ଏପରିକି ବ୍ୟାଙ୍କ ପାସବୁକ୍‌ ବି ଜଳନ୍ଧର ନାଁରେ ଥିଲା। ବିବନଙ୍କୁ ଧରିବାକୁ କମିଶନରେଟ୍ ପୋଲିସ୍ ତିନି ମାସ ତଳେ ଆରମ୍ଭ କରିଥିଲା ଅପରେସନ୍ ସାଇଲେଣ୍ଟ ଭାଇପର। ପୁଣେ ପୋଲିସ୍ ଜରିଆରେ ଆମ୍ବେ ଭ୍ୟାଲିରେ ବିବନ୍ ଓରଫ୍ ଜଳନ୍ଧର ସମ୍ପର୍କରେ ସବୁ ତଥ୍ୟ ମିଳିଥିଲା। ଆମ୍ବେ ଭ୍ୟାଲିରୁ ଅଢ଼େଇ କିଲୋମିଟର୍ ଦୂରରେ ରହୁଥବା ଜଳନ୍ଧରକୁ ଧରିବାକୁ ଯିବା ବେଳେ ପୋଲିସକୁ ଦେଖି ସେ ଦୌଡ଼ିଥିଲା। ଏହାପରେ ତାକୁ କାବୁ କରି ଭୁବନେଶ୍ୱର ଅଣାଯାଇଛି। ମାମଲାର ତଦନ୍ତ ସିବିଆଇ କରୁଥିବାରୁ ଅଭିଯୁକ୍ତକୁ ସିବିଆଇ କୋର୍ଟରେ ହାଜର କରାଯାଇଛି।

 ସେପଟେ,  ଚୌଦ୍ୱାର ଜେଲରେ ୩ ମାସ ତଳେ ଧିରେନ୍ଦ୍ରକୁ ଭେଟିଥିଲେ ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଆଉ ଏହାପରେ ବିବନକୁ ଧରିବାକୁ ହୋଇଥିଲା ଯୋଜନା ପ୍ରସ୍ତୁତ। ଓଟିଭିକୁ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ଦେଇ ଏହି ସୂଚନା ଦେଇଛନ୍ତି ପୋଲିସ୍ କମିଶନର। ବିବନକୁ ତାର ଦୁଇ ସହଯୋଗୀ BK ନାଁରେ ଡାକୁଥିଲେ। ଯାହାର ଅର୍ଥ ଥିଲା ବାରଙ୍ଗ କିଙ୍ଗ। ଦୀର୍ଘ ବର୍ଷ ଧରି ବାରଙ୍ଗ ଓ ଆଖପାଖ ଅଞ୍ଚଳରେ ଅପରାଧିକ ସାମ୍ରାଜ୍ୟ ଗଢ଼ି ତୋଳିଥିଲା ବିବନ୍। ଏତେ ଦିନରୁ ସେ ନିଜ ପରିବାର ଓ ନରଣପୁର ଗାଁ ଲୋକଙ୍କ ସହ ପ୍ରତକ୍ଷ୍ୟରେ ନହୋଇ ବି ପରୋକ୍ଷରେ ସମ୍ପର୍କରେ ଥିଲା।

Advertisment

ଏହି ସବୁ ଦିଗକୁ ତଦନ୍ତ କରିବା ପରେ ସାମ୍ନାକୁ ଆସିଥିଲା ଜଳନ୍ଧର ସ୍ୱାଇଁଙ୍କ ନାଁ। ପରୋକ୍ଷ ଭାବେ ପରିବାରଲୋକଙ୍କ ପାଖକୁ ଟଙ୍କା ପଠାଉଥିଲା ବିବନ୍। ଦୀର୍ଘ ବର୍ଷ ଧରି ଲୁଚି ରହିଥିବା ବିବନକୁ ଧରିବାକୁ ଆରମ୍ଭ ହୋଇଥିଲା ଅପରେସନ୍ ସାଇଲେଣ୍ଟ ଭାଇପର୍। ନଭି ମୁମ୍ବାଇ ଆମ୍ବି ଭ୍ୟାଲିରେ ଜଳନ୍ଧର କାମ କରୁଥିବା ଓ ସେ ହିଁ ବିବନ୍ ଏନେଇ ଠୋସ୍ ପ୍ରମାଣ ପୋଲିସ୍ ହାତରେ ଲାଗିଥିଲା। ସ୍ଥାନୀୟ ପୋଲିସ୍ ସହାୟତରେ ବିବନକୁ ଧରିବାକୁ ଜାଲ୍ ବିଛା ଯାଇଥିଲା ।

ସିପିଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ବିବନକୁ ଗିରଫ କରିବାକୁ ମହାରାଷ୍ଟ୍ର ଯାଇଥିଲେ। ସେଠୁ ଗିରଫ କରିବା ପରେ ବିବନକୁ ଚିହ୍ନଟ କରାଇବା ଥିଲା ମୁଖ୍ୟ ଚ୍ୟାଲେଞ୍ଜ । ମାମଲା ସହ ଜଡ଼ିତ ଥିବା ବ୍ୟକ୍ତି ବିବନକୁ ଚିହ୍ନଟ କରିବା ପରେ ତାକୁ ପଚରାଉଚରା କରାଯାଇଛି। ବିବନ୍ ସେ ଦିନର ଜଘନ୍ୟକାଣ୍ଡ ପରେ ବାଙ୍କିରୁ କଟକ, ସେଠୁ ପୁଣେ ପଲାଇ ଯାଇଥିବା ପୋଲିସ୍ ନିକଟରେ କହିଛି।

Advertisment

ପୁଣେରେ ଯାଇ କିଛି ବର୍ଷ ଚାକିରି ବି କରୁଥିଲା। ୨୦୦୭ରେ ପୁଣେ ଲୋନାଭଲା ଚାଲି ଆସିଥିବା ପୋଲିସ୍ ସମ୍ମୁଖରେ ବିବନ୍ କହିଛି। ମାମଲାର ତଦନ୍ତ ଭାର ସିବିଆଇ ପାଖରେ ଥିବାରୁ ମୁଖ୍ୟ ଅଭିଯୁକ୍ତ ବିବନକୁ ହସ୍ତାନ୍ତର କରାଯିବ। ଯେପରି ସେ ଆଉ ଜେଲରୁ ବାହାରିବନି ସେ ନେଇ ତଥ୍ୟ ଓ ପ୍ରମାଣ ଦିଆଯିବ ବୋଲି ସୂଚନା ରହିଛି। ଏତେ ବଡ଼ ଜଘନ୍ୟକାଣ୍ଡ କରିଥିବାରୁ ତାକୁ ଶାସ୍ତ୍ରୀ ମିଳିବା ସହ ସେ ଯେପରି ଆଉ ଜେଲରୁ ବାହାରିବନି ସେ ଦିଗରେ ଚେଷ୍ଟା କରାଯିବ ବୋଲି ସିପି କହିଛନ୍ତି।

Anjana Mishra Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ