Advertisment

ଝାଡ଼ଖଣ୍ଡରେ ବିଜେପିକୁ ଝଟକା

ରାଞ୍ଚି: ମହାରାଷ୍ଟ୍ର ପରେ ବିଜେପି ହାତରୁ ଗଲା ଝାଡ଼ଖଣ୍ଡ । ପୂର୍ବତନ ସହଯୋଗୀଙ୍କ ସହ ସଂପର୍କ ଛିନ୍ନ କରି ଏକାକୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେପିକୁ ଦେଖିବାକୁ ପଡ଼ିଛି ପରାଜୟର ମୁହଁ। ଏମିତିକି ମୁଖ୍ୟମନ୍ତ୍ରୀ ରଘୁବର ଦାସ ନିଜ ଆସନ ବଞ୍ଚାଇ ପାରିନାହାନ୍ତି। ଏପଟେ କଂପୁଛି ଜେଏମ୍ଏମ୍, କଂଗ୍ରେସ ଓ ଆର୍‌ଜେଡି ଶିବିର। ବାଜା, ବାଣ ଓ ମିଠା ବଣ୍ଟନ ଭିତରେ ବିଜୟ ଉତ୍ସବ ପାଳିଛନ୍ତି ଦଳୀୟ କର୍ମୀ। ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ନେତା ହେମନ୍ତ ସୋରେନ ହେବାକୁ […]

ଝାଡ଼ଖଣ୍ଡରେ ବିଜେପିକୁ ଝଟକା

bjp

Advertisment

ରାଞ୍ଚି: ମହାରାଷ୍ଟ୍ର ପରେ ବିଜେପି ହାତରୁ ଗଲା ଝାଡ଼ଖଣ୍ଡ । ପୂର୍ବତନ ସହଯୋଗୀଙ୍କ ସହ ସଂପର୍କ ଛିନ୍ନ କରି ଏକାକୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେପିକୁ ଦେଖିବାକୁ ପଡ଼ିଛି ପରାଜୟର ମୁହଁ। ଏମିତିକି ମୁଖ୍ୟମନ୍ତ୍ରୀ ରଘୁବର ଦାସ ନିଜ ଆସନ ବଞ୍ଚାଇ ପାରିନାହାନ୍ତି।

Advertisment

ଏପଟେ କଂପୁଛି ଜେଏମ୍ଏମ୍, କଂଗ୍ରେସ ଓ ଆର୍‌ଜେଡି ଶିବିର। ବାଜା, ବାଣ ଓ ମିଠା ବଣ୍ଟନ ଭିତରେ ବିଜୟ ଉତ୍ସବ ପାଳିଛନ୍ତି ଦଳୀୟ କର୍ମୀ। ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ନେତା ହେମନ୍ତ ସୋରେନ ହେବାକୁ ଯାଉଛନ୍ତି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ସେ ଉଭୟ ଦୁମକା ଓ ବାରହେଟ୍ ଆସନରେ ବିଜୟୀ ହୋଇଛନ୍ତି।

publive-imageସ୍ପଷ୍ଟ ବହୁମତରେ ନିର୍ବାଚନ ଜିତିବେ ବୋଲି ଦୃଢୋକ୍ତି କରିଆସୁଥିଲେ ରଘୁବର ଦାସ। ଗଲା ୫ ବର୍ଷରେ ତାଙ୍କ ସରକାର ଯେଉଁ ବିକାଶମୂଳକ କାର୍ଯ୍ୟ କରିଛି ସେଇ ଆଧାରରେ ନିର୍ବାଚନ ଜିତିବାକୁ ରଘୁବର ଆଶା ବାନ୍ଧିଥିଲେ, ତେବେ କଣ ହୋଇପାରେ ବିଜେପି ପରାଜୟ ପଛର କାରଣ? ପୂର୍ବତନ ସହଯୋଗୀ ସୁଦେଶ ମାହାତୋଙ୍କ ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ ୟୁନିୟନ- AJSU ଓ ରାମ ବିଳାସ ପାଶଓ୍ୱାନଙ୍କ LJP ସହ ମେଣ୍ଟ ନକରିବା ଦଳକୁ ମହଙ୍ଗା ପଡିଥିବା ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି।

Advertisment

କାରଣ ଗତ ଲୋକସଭା ନିର୍ବାଚନରେ ବିଜେପି-ଆଜ୍‌ସୁ ମେଣ୍ଟ ରାଜ୍ୟର ୧୪ ଲୋକସଭା ଆସନ ମଧ୍ୟରୁ ୧୨ଟି କବଜା କରିଥିଲା। ଖାସ୍‌କରି ମାଓ ଅଧ୍ୟୁଷିତ ଆଦିବାସୀ ଇଲାକାରେ ଆଜସୁର ଭଲ କାଟ୍‌ତି ଥିବାରୁ ଏଠାକାର ଭୋଟ୍ ବିଭାଜନ ବିଜେପି ପାଇଁ କାଳ ହେଲା ବୋଲି କୁହାଯାଉଛି ।

ଅନ୍ୟପକ୍ଷରେ ନିଜ ଆତ୍ମବଡ଼ିମା ଯୋଗୁଁ ରଘୁବର ହାରିଲେ ବୋଲି କହିଛନ୍ତି ଆର୍‌ଜେଡି ନେତା ତେଜସ୍ୱୀ ଯାଦବ।

Advertisment

ନିକଟରେ ଶେଷ ହୋଇଥିବା ହରିୟାଣା ନିର୍ବାଚନରେ ବିଜେପି ସ୍ପଷ୍ଟ ବହୁମତ ପାଇନଥିଲା। ତେବେ ଦୁଷ୍ୟନ୍ତ ଚୌତାଲାଙ୍କ ଜନ୍ନାୟକ ଜନତା ପାର୍ଟି ସହ ମେଣ୍ଟ କରି ଦଳ କ୍ଷମତା ବଜାୟ ରଖିବାରେ ସଫଳ ହୋଇଥିଲା। ମାତ୍ର ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ପରେ ମହାରାଷ୍ଟ୍ରରେ ବହୁମତ ପାଇବା ସତ୍ତ୍ୱେ ଶିବସେନା ମେଣ୍ଟରୁ ଓହରିଯିବାରୁ ବିଜେପି କ୍ଷମତା ବାହାରେ ରହିଛି।

ହେଲେ ଏଥର ସେ ଦୁଇଟି ଯାକ ଆସନରେ ବାଜିମାତ କରିଛନ୍ତି। ହେମନ୍ତ ଡୁମକାରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୧୩ ହଜାର ୮୮୮ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ସେହିପରି ବାରହଟ ଆସନରେ ସେ ୨୫ ହଜାର ୭୪୦ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ