Advertisment

ଦିଲ୍ଲୀରେ କରୋନା ସଂକ୍ରମଣ ହାର ୩୦% କମିଲା, ଆଖି ବୁଜିଲେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବାପା

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସ୍ଥିତି ବେହାଲ ହୋଇ ଯାଇଛି। ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ମୃତ୍ୟୁ ସଂଖ୍ୟା ବି ଭୟଙ୍କର ଭାବେ ବୃଦ୍ଧି ପାଉଛି। ଏପଟେ ସ୍ଥିତି ମୁକାବିଲା ପାଇଁ ବ୍ୟବସ୍ଥା ନାହିଁ। କେଉଁଠି ବେଡ୍‌ ନାହିଁ…

ଅଦ୍ୟତନ ହୋଇଛି
ଦିଲ୍ଲୀରେ କରୋନା ସଂକ୍ରମଣ ହାର ୩୦% କମିଲା, ଆଖି ବୁଜିଲେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବାପା

corona-file pic

Advertisment

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସ୍ଥିତି ବେହାଲ ହୋଇ ଯାଇଛି। ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ମୃତ୍ୟୁ ସଂଖ୍ୟା ବି ଭୟଙ୍କର ଭାବେ ବୃଦ୍ଧି ପାଉଛି। ଏପଟେ ସ୍ଥିତି ମୁକାବିଲା ପାଇଁ ବ୍ୟବସ୍ଥା ନାହିଁ। କେଉଁଠି ବେଡ୍‌ ନାହିଁ ତ କେଉଁଠି ଅକ୍ସଜେନ କି ଭେଣ୍ଟିଲେଟର ନାହିଁ। ଏପରି ସ୍ଥିତିରେ ଦିଲ୍ଲୀବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

Advertisment

ତେବେ ଦୀର୍ଘଦିନ ପରେ ଆଶ୍ୱସ୍ତିର ଏକ ଖବର ସାମ୍ନାକୁ ଆସିଛି। ଦୀର୍ଘ ୨ ସପ୍ତାହ ଧରି ଅବସ୍ଥା ଖରାପ ରହିବା ପରେ ଏବେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ୧୫ ଦିନ ପରେ ପ୍ରଥମ ଥର ପାଇଁ ପଜିଟିଭିଟି ହାର ୩୦ ପ୍ରତିଶତ ତଳକୁ ଆସିଛି। ଅବଶ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ୪୦୭ ଜଣଙ୍କ ଜୀବନ ନେଇଛି କରୋନା। ତେବେ ଦୁଃଖର କଥା, ଗତ ୨ ଦିନ ଧରି ଦିଲ୍ଲୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦୦ ଉପରେ ରହୁଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୭୨ ହଜାର ନମୂନା ପରୀକ୍ଷା ହୋଇଥିବାବେଳେ ୨୦, ୩୯୪ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହାର ଗୋଟିଏ ଦିନ ପୂର୍ବରୁ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୨୫, ୨୧୯ ଏବଂ ମୃତ୍ୟୁ ସଂଖ୍ୟା ଥିଲା ୪୧୨। ସେହିପରି ଶୁକ୍ରବାର ଦିଲ୍ଲୀରେ ୨୭, ୦୪୭ ନୂଆ ଆକ୍ରାନ୍ତ ବାହାରି ଥିବାବେଳେ ୩୭୫ ଜଣଙ୍କର ଜୀବନ ଯାଇଥିଲା। ବୁଧବାର ୨୫,୯୮୬ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୩୬୮ ଆଖି ବୁଜିଥିଲେ।

ଏପରି ବିପତ୍ତି ସମୟରେ ସହାୟତାର ହାତ ବଢାଇବା ପାଇଁ ଦିଲ୍ଲୀ ସରକାର ଶନିବାର କୋଭିଡ-୧୯ ପୋର୍ଟାଲ ଆରମ୍ଭ କରିଛନ୍ତି। ଏହି ପୋର୍ଟାଲ ଜରିଆରେ ଭାରତ ଏବଂ ବିଦେଶରେ ରହୁଥିବା ବ୍ୟକ୍ତି ସହାୟତ କରିପାରିବେ। ଏହି ସହାୟତା ମଧ୍ୟରେ ଦିଲ୍ଲୀ ସରକାର ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର, ଡି-ଟାଇପ ଅକ୍ସିଜେନ ସିଲିଣ୍ଡର ସମେତ ଅନ୍ୟ ଚିକିତ୍ସା ଉପକରଣର ଅଭାବ ଦୂର କରିବା ପାଇଁ ଚାହୁଁଛନ୍ତି ।

Advertisment

ଅନ୍ୟପକ୍ଷେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବାପାଙ୍କର କରୋନାରେ ଦେହାନ୍ତ ହୋଇ ଯାଇଛି। ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌। ଏକ ଟୁଇଟ କରି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ କହିଛନ୍ତି, ଦିଲ୍ଲୀବାସୀଙ୍କ ପାଇଁ ରାତି ଦିନ ଏକ କରି କାମ କରୁଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବାପା କୋଭିଡରେ ନିଜ ବାପାଙ୍କୁ ହରାଇଛନ୍ତି। ଈଶ୍ୱର ତାଙ୍କ ବାପାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଓ ଶୋକସନ୍ତପ୍ତ ପରିବାରକୁ ଏପରି ଦୁଃଖ ସହିବାକୁ ଧୈର୍ଯ୍ୟ ଦିଅନ୍ତୁ।
ସତ୍ୟେନ୍ଦ୍ର ଜୈନଙ୍କ ବାପାଙ୍କ ପରଲୋକରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେ ଟୁଇଟ କରି କହିଛନ୍ତି, ମୋ ବନ୍ଧୁ ତଥା ସହକର୍ମୀ ସତ୍ୟେନ୍ଦ୍ର ଜୈନଙ୍କ ବାପାଙ୍କର କରୋନରେ ନିଧନ ହୋଇଯାଇଛି । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ