Advertisment

୧୦ ୱିକେଟ୍‌ରେ ଅଷ୍ଟ୍ରେଲିଆର ବିଜୟ

ମୁମ୍ବାଇ: ୱାଙ୍ଖଡେରେ ଆଣ୍ଠେଇଛି ଟିମ୍ ଇଣ୍ଡିଆ। ୨୦୨୦ରେ ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ତା’ର ପ୍ରଥମ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆ ନିକଟରୁ ଶୋଚନୀୟ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟ୍ସମ୍ୟାନଙ୍କ ଆତ୍ମସମର୍ପଣ ଏବଂ ପରେ ବୋଲରଙ୍କ ଦୁର୍ବଳ ପ୍ରଦର୍ଶନ ଟିମ୍ ଇଣ୍ଡିଆ ପରାଜୟର ମୁଖ୍ୟ କାରଣ ସାଜିଛି। ବ୍ୟାଟିଂ କରିବାକୁ ସୁଯୋଗ ପାଇଥିବା ଭାରତ ୪୯.୧ ଓଭରରେ ୨୫୫ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଡେଭିଡ୍ ୱାର୍ଣ୍ଣର୍ ଓ କ୍ୟାପଟେନ୍ ଆରୋନ୍ ଫିଞ୍ଚଙ୍କ ଅପରାଜିତ ଶତକ […]

୧୦ ୱିକେଟ୍‌ରେ ଅଷ୍ଟ୍ରେଲିଆର ବିଜୟ

aus_1522722039_sm

Advertisment

ମୁମ୍ବାଇ: ୱାଙ୍ଖଡେରେ ଆଣ୍ଠେଇଛି ଟିମ୍ ଇଣ୍ଡିଆ। ୨୦୨୦ରେ ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ତା’ର ପ୍ରଥମ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆ ନିକଟରୁ ଶୋଚନୀୟ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟ୍ସମ୍ୟାନଙ୍କ ଆତ୍ମସମର୍ପଣ ଏବଂ ପରେ ବୋଲରଙ୍କ ଦୁର୍ବଳ ପ୍ରଦର୍ଶନ ଟିମ୍ ଇଣ୍ଡିଆ ପରାଜୟର ମୁଖ୍ୟ କାରଣ ସାଜିଛି। ବ୍ୟାଟିଂ କରିବାକୁ ସୁଯୋଗ ପାଇଥିବା ଭାରତ ୪୯.୧ ଓଭରରେ ୨୫୫ ରନ୍ କରି ଅଲଆଉଟ୍ ହୋଇଥିଲା।

Advertisment

ଜବାବରେ ଡେଭିଡ୍ ୱାର୍ଣ୍ଣର୍ ଓ କ୍ୟାପଟେନ୍ ଆରୋନ୍ ଫିଞ୍ଚଙ୍କ ଅପରାଜିତ ଶତକ ବଳରେ ଅଷ୍ଟ୍ରେଲିଆ ମାତ୍ର ୩୭.୪ ଓଭରରେ ବିନା ୱିକେଟ୍ ହରାଇ ୨୫୮ ରନ୍ କରି ମୁକାବିଲାକୁ ୧୦ ୱିକେଟରେ ଜିତି ନେଇଛି। ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଅଷ୍ଟ୍ରେଲିଆର ଏହା ସର୍ବବୃହତ ୧୦ ୱିକେଟ୍ ବିଜୟ। ଅନ୍ୟପକ୍ଷରେ ବିଶ୍ୱ କ୍ରିକେଟରେ ଏହା ଦ୍ୱିତୀୟ ସର୍ବଶ୍ରେଷ୍ଠ ବିଜୟ। ଅଷ୍ଟ୍ରେଲିଆ ପକ୍ଷରୁ ୱାର୍ଣ୍ଣର୍ ସର୍ବାଧିକ ୧୨୮ (୧୧୨ ବଲ୍‌, ୧୭ ଚୌକା, ୩ ଛକା) ଓ ଫିଞ୍ଚ୍ ୧୧୦ (୧୧୪ ବଲ୍‌, ୧୩ ଚୌକା, ୨ ଛକା) ରନ୍ କରି ଅପରାଜିତ ଥିଲେ।

ଏହି ସହଜ ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆର ଦୁଇ ଓପ୍ନର ଆରମ୍ଭରୁ ଭାରତୀୟ ବୋଲରଙ୍କ ଉପରେ ଆଧିପତ୍ୟ ବିସ୍ତାର କରିଥିଲେ। ଦିନିକିଆର ଏକ ନମ୍ବର ବୋଲର ଯଶପ୍ରୀତ ବୁମ୍ରା ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କ ଉପରେ ଅଙ୍କୁଶ ଲଗାଇବାରେ ବିଫଳ ହୋଇଥିଲେ। ସେହିପରି ମହମ୍ମଦ ଶାମି ଓ ଶାର୍ଦ୍ଦୁଲ ଠାକୁର ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ୱାର୍ଣ୍ଣର୍ ଓ ଫିଞ୍ଚ୍ ଭାରତୀୟ ସ୍ପିନ୍ ଯୋଡ଼ି କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କୁ କୌଣସି ସୁଯୋଗ ଦେଇନଥିଲେ। ଦୁହେଁ ଅଷ୍ଟ୍ରେଲିଆ ସ୍କୋରକୁ ୧୨.୩ ଓଭରରେ ୧୦୦ ଏବଂ ୩୦.୨ ଓଭରରେ ୨୦୦ ରନରେ ପହଞ୍ଚାଇଥିଲେ। ଭାରତ କ୍ୟାପଟେନ୍ ବିରାଟ୍ କୋହଲି ନିୟମିତ ବୋଲିଂରେ ପରିବର୍ତ୍ତନ କରିଥିଲେ ହେଁ, ସେମାନେ ୱାର୍ଣ୍ଣର ଓ ଫିଞ୍ଚଙ୍କ ଉପରେ କୌଣସି ପ୍ରଭାବ ପକାଇପାରି ନଥିଲେ। ୱାର୍ଣ୍ଣର ୮୮ ବଲରେ ନିଜର ୧୮ଶ ଏବଂ ଫିଞ୍ଚ୍ ୧୦୮ ବଲରେ ନିଜର ୧୬ଶ ଶତକ ପୂରଣ କରିଥିଲେ।

Advertisment
ପୂର୍ବରୁ କଙ୍ଗାରୁ ଟିମ୍ କ୍ୟାପଟେନ୍ ଫିଞ୍ଚ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମ୍ ଇଣ୍ଡିଆର ଷ୍ଟାର୍ ଓପ୍ନର ତଥା ଘରୋଇ ତାରକା ରୋହିତ୍ ଶର୍ମା (୧୦) ମ୍ୟାଚର ପ୍ରଥମ ବଲରେ ଚୌକା ମାରି ଜବରଦସ୍ତ ଶୁଭାରମ୍ଭ କରିଥିଲେ। କିନ୍ତୁ ରୋହିତ୍ ନିଜ ଇନିଂସକୁ ବେଶୀ ଆଗକୁ ନେଇପାରିନଥିଲେ। ଇନିଂସର ପଞ୍ଚମ ଓଭରରେ ମିଚେଲ୍ ଷ୍ଟାର୍କଙ୍କ ବଲରେ ରୋହିତ୍ ଲଙ୍ଗଅଫରେ ଡେଭିଡ୍ ୱାର୍ଣ୍ଣରଙ୍କୁ କ୍ୟାଚ୍ ଦେଇ ବସିଥିଲେ। ବିରାଟଙ୍କ ସ୍ଥାନରେ ଲୋକେଶ ରାହୁଲ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ଶିଖର ଧୱନଙ୍କୁ ଭରପୂର ସହଯୋଗ କରିଥିଲେ। ଦୁହେଁ ଓଭରପିଛା ୫ ଲେଖାଏ ରନ୍ କରି ଭାରତର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ।

ଦୀର୍ଘଦିନ ପରେ କମବ୍ୟାକ୍ କରିଥିବା ଧୱନ୍ ସୁଯୋଗର ପୂରା ଫାଇଦା ଉଠାଇଥିଲେ ଏବଂ ୬୬ ବଲରେ ନିଜର ୨୮ତମ ଅର୍ଦ୍ଧଶତକ ପୂରଣ କରିଥିଲେ। କିନ୍ତୁ ରାହୁଲ ମାତ୍ର ୩ ରନ୍ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ଟିମର ସ୍କୋର ୧୩୪ ଥିଲା ବେଳେ ରାହୁଲ (୪୭)ଙ୍କୁ ଆଷ୍ଟନ୍ ଆଗର ପ୍ୟାଭିଲିୟନ୍ ପଠାଇଥିଲେ। ତାଙ୍କ ପରେ ଧୱନ୍ ଦ୍ରୁତ ରନ୍ କରିବା ପ୍ରୟାସରେ ନିଜ ୱିକେଟ୍ ହରାଇ ବସିଥିଲେ। ଧୱନ୍ ୯୧ ବଲରେ ୯ ଚୌକା, ୧ ଛକା ସହ ୭୪ ରନ୍ କରି ପ୍ୟାଟ୍ କମିନ୍ସଙ୍କ ଶିକାର ହୋଇଥିଲେ। ମଧ୍ୟକ୍ରମରେ କ୍ୟାପଟେନ୍ ବିରାଟ୍ କୋହଲି (୧୬) ଓ ଶ୍ରେୟସ ଆୟର (୪)ଙ୍କଠାରୁ ଭଲ ଇନିଂସ୍ ଆଶା ଥିଲା, କିନ୍ତୁ ଦୁହେଁ ନିରାଶ କରିଥିଲେ।

ଭାରତ ଇନିଂସର ୩୩ତମ ଓଭରର ପ୍ରଥମ ବଲରେ କୋହଲି ଅଷ୍ଟ୍ରେଲୀୟ ସ୍ପିନର୍ ଆଡାମ ଜାମ୍ପାଙ୍କୁ ଛକା ମାରି ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ବଲରେ ବିରାଟ୍ ନିଜ ୱିକେଟ୍ ଦେଇ ବସିଥିଲେ ଏବଂ ପରେ ଆୟରଙ୍କୁ ଷ୍ଟାର୍କ ଆଉଟ୍ କରିଥିଲେ। ୧୬୪ ରନରେ ଅଧା ବ୍ୟାଟ୍ସମ୍ୟାନଙ୍କୁ ହରାଇବା ପରେ ଭାରତକୁ ଏକ ପାର୍ଟନରଶିପର ଆବଶ୍ୟକ ଥିଲା, ଯାହାକୁ ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା କିଛିମାତ୍ରାରେ ପୂରଣ କରିଥିଲେ। ଦୁହେଁ ଷଷ୍ଠ ୱିକେଟ୍ ପାଇଁ ୪୯ ରନର ଭାଗୀଦାରୀ କରି ଭାରତର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଜାଡେଜା (୨୫)ଙ୍କୁ କେନ୍ ରିଚାର୍ଡସନ୍ ଏବଂ ପନ୍ତ (୨୮)ଙ୍କୁ କମିନ୍ସ ପ୍ୟାଭିଲିୟନ୍ ପଠାଇଥିଲେ। ନିମ୍ନକ୍ରମରେ ଶାର୍ଦ୍ଦୁଲ ଠାକୁର (୧୩), କୁଲଦୀପ ଯାଦବ (୧୭) ଏବଂ ମହମ୍ମଦ ଶାମି (୧୦)ଙ୍କ ଉପଯୋଗୀ ଯୋଗଦାନ ଦ୍ୱାରା ଭାରତ ୨୫୫ ରନର ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ କମିନ୍ସ ଓ ରିଚାର୍ଡସନ୍ ୨ଟି ଲେଖାଏ ୱିକେଟ୍ ପାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ