coronavirus-2
ଭୁବନେଶ୍ୱର:ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୭୪୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୩୭ କ୍ୱାରେଣ୍ଟିନ ସେଣ୍ଟରରୁ ବାହାରିଥିବାବାବେଳେ ୩୧୨ ଜଣ ଲୋକାଲ କେସ ଥିବା ଜଣାଯାଇଛି। ଆଜି ବି କରୋନା ତାଲିକାର ଉପରେ ରହିଛି ଖୋର୍ଦ୍ଧା। ତା ପଛକୁ ରହିଛି ମୟୂରଭଞ୍ଜ।
ଖୋର୍ଦ୍ଧାରୁ ସର୍ବାଧିକ ୮୮ କରୋନା ରୋଗୀ ଚିହ୍ନଟ କରାଯାଇଛି। ମୟୂରଭଞ୍ଜରୁ ୭୮ ଏବଂ ସୁନ୍ଦରଗଡରୁ ୫୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟ ସମସ୍ତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ତଳେ ରହିଛି।
ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ କରୋନା ରୋଗୀ ସଂଖ୍ୟା ୩,୦୯,୪୦୮ ଥିବାବେଳେ ଆକ୍ଟିଭ କେସ୍ ରହିଛି ୯୯୫୦। ରାଜ୍ୟରୁ ୨,୯୭,୮୬୨ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/coronavirus-2-1_1625113173.jpg)