Advertisment

୨୨ରେ କଙ୍ଗନାଙ୍କ ଆବେଦନ ଉପରେ ଶୁଣାଣି

୨୨ରେ କଙ୍ଗନାଙ୍କ ଆବେଦନ ଉପରେ ଶୁଣାଣି

kangna

Advertisment

ମୁମ୍ବାଇ: ମୁମ୍ବାଇରେ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଅଫିସ ଉପରେ ବିଏମସିର ଉଚ୍ଛେଦ ମାମଲାରେ ଆସନ୍ତା ୨୨ ତାରିଖରେ ହେବ ଶୁଣାଣି। ଆଜି ବମ୍ବେ ହାଇକୋର୍ଟ ମାମଲାର ଶୁଣାଣି କରି ୨୨ ସେପ୍ଟେମ୍ବରକୁ ତାରିଖ ଧାର୍ଯ୍ୟ କରିଛନ୍ତି। ଆଜିର ଶୁଣାଣିରେ କଙ୍ଗନାଙ୍କ ଓକିଲ ମାମଲାର ପ୍ରସ୍ତୁତି ପାଇଁ ସମୟ ଲୋଡିଥିଲେ।

Advertisment

କଙ୍ଗନା ବହୁ ଦିନ ପରେ ମୁମ୍ବାଇ ଆସିଥିବାରୁ କାଗଜପତ୍ର ପ୍ରସ୍ତୁତ ପାଇଁ ଆଉ କିଛି ସମୟ ଆବଶ୍ୟକ ବୋଲି କହିଥିଲେ। ଏଥି ସହିତ ସେ ଏହି ମାମଲା ସମ୍ପର୍କିତ ବହୁତ କିଛି ତଥ୍ୟକୁ ଅନ୍ ରେକର୍ଡ ଆଣିବା ଆବଶ୍ୟକ ବୋଲି ଯୁକ୍ତି ଦର୍ଶାଇଥିଲେ। କଙ୍ଗନାଙ୍କ ଅଫିସ ଭଙ୍ଗା ନେଇ ବିଏମସିକୁ ନୋଟିସ କରିଥିଲେ କୋର୍ଟ। ଜବାବ ଦାଖଲ ପାଇଁ ଆଜି ବିଏମସି ଓକିଲ ୩ରୁ ୪ ଦିନ ଯାଏ ସମୟ ମାଗିଥିଲେ।

ଉଭୟ ପକ୍ଷର ଦଲିଲ ଶୁଣି କୋର୍ଟ ମାମଲାର ଶୁଣାଣି ୨୨ ତାରିଖକୁ ଘୁଞ୍ଚାଇଛନ୍ତି। ତା ସହିତ ୨୨ ଯାଏ କଙ୍ଗନାଙ୍କ ଅଫିସ ଭଙ୍ଗାଭଙ୍ଗି ନକରିବାକୁ ମଧ୍ୟ ବିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି ଗତକାଲି କଙ୍ଗନାଙ୍କ ପାଲି ହିଲ୍ସସ୍ଥିତ ତାଙ୍କ ଅଫିସକୁ ବେଆଇନ ନିର୍ମାଣ ଅଭିଯୋଗରେ ବୁଲଡୋଜର ଚଢାଇଥିଲା ବିଏମସି।

Advertisment

ସେପଟେ ଅଫିସ ଭଙ୍ଗାକୁ ନେଇ କଙ୍ଗନା ବିଏମସି ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି କଙ୍ଗନାଙ୍କ ଓକିଲ ରିଜୱାନ ସିଦିକ୍କି। ଅନ୍ୟପଟେ ଆଜି କଙ୍ଗନା ନିଜ ଭଙ୍ଗା ଅଫିସ ପରିଦର୍ଶନ କରିବା ସହ କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି। ବିଏମସିର ଉଛେଦ ଦ୍ୱାରା ତାଙ୍କ ଅଫିସର ୨ କୋଟି ଟଙ୍କା କ୍ଷତି ହୋଇଥିବା କଙ୍ଗନା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ