soumya
ଭୁବନେଶ୍ୱର: ୨୦୧୪ ପରି ଏଥର ମଧ୍ୟ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷିକୁ ଗୁରୁତ୍ୱ ଦେବ ବିଜେଡି। ଦଳର ନିର୍ବାଚନୀ ଇସ୍ତାହାରେ ଏହି ସବୁ ପ୍ରସଙ୍ଗ ସ୍ଥାନ ପାଇପାରେ। ଦଳର ଇସ୍ତାହାର ବାସ୍ତବଧର୍ମୀ ହେବ ବୋଲି କହିଛନ୍ତି ସାଂସଦ ସୌମ୍ୟ ରଂଜନ ପଟ୍ଟନାୟକ।
ସେ କହିଛନ୍ତି, “ଆଜି ପ୍ରାରମ୍ଭିକ ମିଟିଂ ହୋଇଥିଲା। ୨ ଦିନ ପରେ ଚୂଡ଼ାନ୍ତ ମିଟିଂରେ ଇସ୍ତାହାର ପ୍ରସ୍ତାବ ହେବ। ଅନ୍ୟ ଦଳ ଭୋଟରଙ୍କୁ ଆକର୍ଷିତ କରିବାକୁ ଲୋଭନୀୟ କଥା କହିବେ। ତେବେ ବିଜେଡିର ଇସ୍ତାହାର ଅନ୍ୟ ଦଳଠାରୁ ଭିନ୍ନ ହେବ।”
ସେପଟେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବାକିଥିବା ୯ଟି ବିଧାନସଭା ଆସନ ଲାଗି ଟିକଟ ଘୋଷଣା କରିପାରେ ବିଜେଡି। ଏହାସହ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ନେଇ ବିଜେଡି ସୁପ୍ରିମୋ ନବୀନ ନିବାସରେ ଆଲୋଚନା କରୁଥିବା ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/soumya_1626339226.jpg)