Advertisment

CBSE Exam 2021: ବୋର୍ଡ ଫଳାଫଳକୁ ଉନ୍ନତ କରିବାକୁ ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଏକ ସୁଯୋଗ

ନୂଆଦିଲ୍ଲୀ / ଭୁବନେଶ୍ୱର: ସିବିଏସ୍ଇ ବୋର୍ଡ ପରୀକ୍ଷା 2021 ଦେବାକୁ ଥିବା ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଖୁସି ଖବର।  ବୋର୍ଡ ସେହି ବର୍ଷ ଆଉ ଗୋଟିଏ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ଯା ଦ୍ୱାରା CBSE ଶ୍ରେଣୀ 10, 12 ର  ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଭଲ କରି ନଥିବେ ବା ସେମାନଙ୍କ ରେଜଲ୍ଟ  ତାଙ୍କ ଆଶାନୁରୂପ ହେଇ ନଥିବ ସେମାନେ ନିଜ ବୋର୍ଡ ପରୀକ୍ଷା ଫଳାଫଳ ରେ […]

CBSE Exam 2021: ବୋର୍ଡ ଫଳାଫଳକୁ ଉନ୍ନତ କରିବାକୁ ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଏକ ସୁଯୋଗ  

212

Advertisment

ନୂଆଦିଲ୍ଲୀ / ଭୁବନେଶ୍ୱର: ସିବିଏସ୍ଇ ବୋର୍ଡ ପରୀକ୍ଷା 2021 ଦେବାକୁ ଥିବା ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଖୁସି ଖବର।  ବୋର୍ଡ ସେହି ବର୍ଷ ଆଉ ଗୋଟିଏ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ଯା ଦ୍ୱାରା CBSE ଶ୍ରେଣୀ 10, 12 ର  ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଭଲ କରି ନଥିବେ ବା ସେମାନଙ୍କ ରେଜଲ୍ଟ  ତାଙ୍କ ଆଶାନୁରୂପ ହେଇ ନଥିବ ସେମାନେ ନିଜ ବୋର୍ଡ ପରୀକ୍ଷା ଫଳାଫଳ ରେ ଆହୁରି ଭଲ କରିବା ପାଇଁ  ଏକ ବର୍ଷ ଅପେକ୍ଷା ନକରି ଆଉଥରେ ପରୀକ୍ଷା ଦେଇ ପାରିବେ । ଛାତ୍ରମାନେ ବର୍ତ୍ତମାନ ସମାନ ଏକାଡେମିକ୍ ସେସନରେ ଏକ ଇମପ୍ରୁଭମେଣ୍ଟ  ପେପର  ପାଇଁ ଉପସ୍ଥିତ ରହିପାରିବେ । ସିବିଏସ୍ଇ ବୋର୍ଡ ପରୀକ୍ଷା ଫଳାଫଳ ଘୋଷଣା ହେବାର କିଛି ମାସ ପରେ ସେମାନଙ୍କୁ କମ୍ପାର୍ଟମେଣ୍ଟ ପରୀକ୍ଷାରେ ହାଜର ହେବାକୁ ପଡିବ।
CBSE ଦ୍ୱାରା ଏକ ବିବୃତ୍ତିରେ ଦର୍ଶାଯାଇଛି ଯେ  2021 ପରୀକ୍ଷାରେ ଉପସ୍ଥିତ ଥିବା ଛାତ୍ରମାନଙ୍କ ପାଇଁ ଏହି ଅନୁମତି ଦିଆଯିବ ଏବଂ ଯଦି ସେମାନେ କୌଣସି ବିଷୟ ଉପରେ ସେମାନଙ୍କର ମାର୍କ ବଢେଇବାକୁ   ଚାହାଁନ୍ତି ତେବେ ସେମାନେ ପୁନର୍ବାର  କମ୍ପାର୍ଟମେଣ୍ଟ ପରୀକ୍ଷାରେ ଆବେଦନ କରିପାରିବେ । ଜାତୀୟ ଶିକ୍ଷା ନୀତି (NEP) ର ସୁପାରିଶଗୁଡିକ ଛାତ୍ରମାନଙ୍କୁ ଭଲ ସ୍କୋର କରିବାକୁ ଏକାଧିକ ସୁଯୋଗ ଦେବା ପାଇଁ ପରାମର୍ଶ ଦେଇଥାଏ । ନୂତନ ନିୟମ ଅନୁଯାୟୀ, ଶ୍ରେଣୀ 10 କିମ୍ବା 12 ଛାତ୍ରଛାତ୍ରୀ  କେବଳ କମ୍ପାର୍ଟମେଣ୍ଟ ପରୀକ୍ଷାରେ କେବଳ ଗୋଟିଏ ବିଷୟ ଉପରେ ନିଜର ପ୍ରଦର୍ଶନକୁ ଉନ୍ନତ କରିବାର ସୁଯୋଗ ପାଇବେ |
ଛାତ୍ରଛାତ୍ରୀ ଙ୍କ ଦ୍ୱାରା ପ୍ରାପ୍ତ ହୋଇଥିବା ଦୁଇଟି ମାର୍କର ସବୁଠାରୁ ଭଲ ମାର୍କ କୁ  ଫଳାଫଳ ଘୋଷଣା ପାଇଁ ବିବେଚନା କରାଯିବ ଏବଂ ତାଙ୍କୁ ମିଳିତ ମାର୍କ ସିଟ୍ ପ୍ରଦାନ କରାଯିବ |

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ