Advertisment

ପେଟ୍ରୋଲ ଓ ଡିଜେଲ ଦର: ୫ ମାସରେ ୧୦ରୁ ଅଧିକ ଟଙ୍କା ବୃଦ୍ଧି, ଓଡ଼ିଶାରେ ୧୦୦ ଟଙ୍କା ଟପିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ/ଭୁବନେଶ୍ୱର: ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଜାନୁଆରୀ ୧ରୁ ମେ’ ୩୦ ପର୍ଯ୍ୟନ୍ତ ୫ ମାସ ଭିତରେ ୧୦ରୁ ୧୧ ଟଙ୍କା ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି।  ଯଦି…

ଅଦ୍ୟତନ ହୋଇଛି
ପେଟ୍ରୋଲ ଓ ଡିଜେଲ ଦର: ୫ ମାସରେ ୧୦ରୁ ଅଧିକ ଟଙ୍କା ବୃଦ୍ଧି, ଓଡ଼ିଶାରେ ୧୦୦ ଟଙ୍କା ଟପିଲା ପେଟ୍ରୋଲ ଦର

petrol price hiked

Advertisment

ନୂଆଦିଲ୍ଲୀ/ଭୁବନେଶ୍ୱର: ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଜାନୁଆରୀ ୧ରୁ ମେ’ ୩୦ ପର୍ଯ୍ୟନ୍ତ ୫ ମାସ ଭିତରେ ୧୦ରୁ ୧୧ ଟଙ୍କା ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି।  ଯଦି ଆମେ, ଦିଲ୍ଲୀ ଓ ମୁମ୍ବାଇ କଥା କହିବା ତା’ହେଲେ ପେଟ୍ରୋଲ ଓ ଡିଜେଲ ଦର ୧୦ରୁ ଅଧିକ ଟଙ୍କା ବଢ଼ିଛି। ଗତ ୫ ମାସ ଭିତରେ ଦିଲ୍ଲୀରେ ଲିଟର ପ୍ରତି ପେଟ୍ରୋଲ ଦର ୧୦ ଟଙ୍କା ୨୩ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ ମୁମ୍ବାଇରେ ୫ ମାସ ଭିତରେ ଲିଟର ପ୍ରତି ଡିଜେଲ ଦର ୧୧ ଟଙ୍କା ୬୬ ପଇସା ପର୍ଯ୍ୟନ୍ତ ବୃଦ୍ଧି ଘଟିଛି।

Advertisment

ଆଜି ଦିଲ୍ଲୀରେ ଲିଟର ପ୍ରତି ପେଟ୍ରୋଲ ୨୯ ପଇସା ଓ ଡିଜେଲ ୨୬ ପଇସା ବୃଦ୍ଧି ପାଇଛି। ବର୍ଦ୍ଧିତ ଦର ଅନୁସାରେ, ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପ୍ରତି ୯୪ ଟଙ୍କା ୨୩ ପଇସା  ଓ ଡିଜେଲ ୮୫ ଟଙ୍କା ୧୫ରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ଲିଟର ପ୍ରତି ପେଟ୍ରୋଲ ୧୦୦ ଟଙ୍କା ୪୭ ପଇସା, ଡିଜେଲ ୯୨ ଟଙ୍କା ୪୫ ପଇସା, ଚେନ୍ନାଇରେ ପେଟ୍ରୋଲ ୯୫ ଟଙ୍କା ୭୬ ପଇସା, ଡିଜେଲ ୮୯ ଟଙ୍କା ୯୦ ପଇସା, ଓ କୋଲକାତାରେ ପେଟ୍ରୋଲ ୯୪ ଟଙ୍କା ୨୫ ପଇସା ଓ ଡିଜେଲ ୮୮ ଟଙ୍କା ରହିଛି।

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

Advertisment

ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ମଧ୍ୟ ପେଟ୍ରୋଲ ଦର ୧୦୦ ଟଙ୍କା ଉପରେ ରହିଛି। ଗତକାଲି ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଦର ଲିଟିର ପିଛା ଶତକ ଛୁଇଁ ଥିବାବେଳେ ଆଜି ପୁଣି ୨୯ ପଇସା ବଢ଼ିଛି। ମାଲକାନଗିରି ସଦର ମହକୁମାରେ ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ୨ ପଇସା ଥିବା ବେଳେ କାଲିମେଳରେ ୧୦୧ ଟଙ୍କା ୧ ପଇସା ରହିଛି। ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ଯୋଗୁ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଲକ୍‌ଡାଉନ୍ ଯୋଗୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଲୋକଙ୍କ ଉପରେ ଦାଉ ସାଧୁଛି।

Hike In Petrol Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ