Advertisment

ସୁଶାନ୍ତଙ୍କ ଆତ୍ମହତ୍ୟାର ସପ୍ତାହକ ପରେ ନୀରବତା ଭାଙ୍ଗିଲେ ସଲମାନ୍‌, ଫ୍ୟାନ୍ସଙ୍କୁ କଲେ ଏମିତି ନିବେଦନ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଆତ୍ମହତ୍ୟା ଘଟଣାର ସପ୍ତାହକ ପରେ ନୀରବତା ଭାଙ୍ଗିଛନ୍ତି ଅଭିନେତା ସଲମାନ୍‌ ଖାନ୍‌। ସୁଶାନ୍ତ ଆତ୍ମହତ୍ୟା କରିବା ପରେ ତାଙ୍କର ଫ୍ୟାନ୍ସମାନେ ସୋସିଆଲ୍‌ ମିଡିଆରେ ଲଗାତାର ଭାବେ ବଲିଉଡ୍‌ରେ ପରିବାରବାଦ ବିରୋଧରେ ସ୍ୱର ଉଠାଇବାରେ ଲାଗିଛନ୍ତି। ଏପରିକି ସୁଶାନ୍ତଙ୍କ ମୃତ୍ୟୁ ପରେ ଅନେକ ବଲିଉଡ୍‌ ସେଲେବ୍ରିଟିଙ୍କ ବିରୋଧରେ ଅଭିଯୋଗ ଆସିବାରେ ଲାଗିଛି। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ୮ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି। ଏମାନଙ୍କ ମଧ୍ୟରେ ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ୍‌ […]

ସୁଶାନ୍ତଙ୍କ ଆତ୍ମହତ୍ୟାର ସପ୍ତାହକ ପରେ ନୀରବତା ଭାଙ୍ଗିଲେ ସଲମାନ୍‌, ଫ୍ୟାନ୍ସଙ୍କୁ କଲେ ଏମିତି ନିବେଦନ

sushant singh

Advertisment

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଆତ୍ମହତ୍ୟା ଘଟଣାର ସପ୍ତାହକ ପରେ ନୀରବତା ଭାଙ୍ଗିଛନ୍ତି ଅଭିନେତା ସଲମାନ୍‌ ଖାନ୍‌। ସୁଶାନ୍ତ ଆତ୍ମହତ୍ୟା କରିବା ପରେ ତାଙ୍କର ଫ୍ୟାନ୍ସମାନେ ସୋସିଆଲ୍‌ ମିଡିଆରେ ଲଗାତାର ଭାବେ ବଲିଉଡ୍‌ରେ ପରିବାରବାଦ ବିରୋଧରେ ସ୍ୱର ଉଠାଇବାରେ ଲାଗିଛନ୍ତି।

Advertisment

ଏପରିକି ସୁଶାନ୍ତଙ୍କ ମୃତ୍ୟୁ ପରେ ଅନେକ ବଲିଉଡ୍‌ ସେଲେବ୍ରିଟିଙ୍କ ବିରୋଧରେ ଅଭିଯୋଗ ଆସିବାରେ ଲାଗିଛି। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ୮ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି। ଏମାନଙ୍କ ମଧ୍ୟରେ ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌, ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ସମେତ ବଲିଉଡ୍‌ ଇଣ୍ଡଷ୍ଟ୍ରିର କିଛି ଜଣାଶୁଣା ବ୍ୟକ୍ତିଙ୍କ ନାଁ ରହିଛି। ‌

ଅଭିଯୋଗ ଆସିଛି ଯେ, ଏହି ୮ଜଣ ବ୍ୟକ୍ତି ଷଡ଼ଯନ୍ତ୍ର କରି ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ।

Advertisment

ଗତ କଛିଦିନ ହେବ ଲଗାତାର ଭାବେ ସଲମାନ୍‌ଙ୍କୁ ସୋସିଆଲ୍‌ ମିଡିଆରେ ଟ୍ରୋଲ୍ କରାଯାଉଛି। ‘ଦବଙ୍ଗ’ର ନିର୍ଦ୍ଦେଶକ ଅଭିନବ କଶ୍ୟପ୍ ସଲ୍‌ମାନଙ୍କ ଓ ତାଙ୍କ ପରିବାର ଉପରେ ଅନେକ ଅଭିଯୋଗ ଲଗାଇଛନ୍ତି। ତେବେ ବର୍ତ୍ତମାନ ସଲ୍‌ମାନ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ସଲମାନ୍ ଏକ ଟ୍ୱିଟ୍ କରି ସୁଶାନ୍ତଙ୍କ ପରିବାର ଓ ତାଙ୍କର ଫ୍ୟାନ୍ସକୁ ସମର୍ଥନ କରିବାକୁ ସେ ତାଙ୍କର ସମସ୍ତଙ୍କୁ ଫ୍ୟାନ୍ସମାନଙ୍କୁ ନିବେଦନ କରିଛନ୍ତି। ସେ ଲେଖିଛନ୍ତି, ‘ମୁଁ ମୋର ସମସ୍ତ ଫ୍ୟାନ୍ସଙ୍କୁ ଅନୁରୋଧ କରୁଛି ଯେ, ସେମାନେ ସୁଶାନ୍ତଙ୍କ ପ୍ରଶଂସକଙ୍କ ସହ ଛିଡ଼ା ହୁଅନ୍ତୁ ଏବଂ ଭୁଲ୍‌ ଭାଷା ବ୍ୟବହାର କରନ୍ତୁ ନାହିଁ। ସେମାନଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଏଭଳି ସଙ୍କଟ ସମୟରେ ସୁଶାନ୍ତଙ୍କ ପରିବାରକୁ ସପୋର୍ଟ କରନ୍ତୁ। କେହି ନିଜର ଲୋକ ଚାଲିଯିବା ଅତ୍ୟନ୍ତ  ଦୁଃଖଦାୟକ।’

Advertisment

ଜୁନ୍‌ ୧୪ରେ ସୁଶାନ୍ତ ମୁମ୍ବାଇ ସ୍ଥିତ ଫ୍ଲାଟ୍‌ରେ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ପରେ ଫିଲ୍ମ ଇଣ୍ଡଷ୍ଟ୍ରି ଓ ତାଙ୍କ ଫ୍ୟାନ୍ସମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି।

ଆହୁରି ମଧ୍ୟ ପଢ଼ନ୍ତୁ: ସୁଶାନ୍ତଙ୍କୁ ମୃତ୍ୟୁ ମୁଖରୁ କେବଳ ଏହି ବାନ୍ଧବୀ ହିଁ ବଞ୍ଚାଇ ପାରିଥାନ୍ତେ !

Salman Khan Sushant Singh Rajput Sushant Singh Rajput Death Actor Sushant Singh Rajput ସୁଶାନ୍ତ ସିଂ ରାଜପୁତ୍‌ ସୁଶାନ୍ତ ସିଂ ରାଜପୁତ ଖବର Latest News Of Sushant Singh Rajput Salman Khan On Sushant Singh Suicide Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ