police station
ବ୍ରହ୍ମପୁର: ବାପାଙ୍କ ବ୍ୟବସାୟୀକ ଶତ୍ରୁତାକୁ ନେଇ ପୁଅକୁ ଅପହରଣ। ବକେୟା ଟଙ୍କାକୁ ନେଇ ଛାତ୍ରଙ୍କୁ ଅପହରଣ ୪ଦିନ ଧରି ନିର୍ଯାତନା ପରେ କୌଶଳକ୍ରମେ ଖସିଆସିଲେ ଛାତ୍ର। ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଡ଼ଇାପଲ୍ଲୀ ଗାଁରୁ।
ସୂଚନା ଅନୁସାରେ ଗତ ୧୪ ତାରିଖରେ ଗାଁର ପ୍ରଦୀପ ସାହୁଙ୍କ ପୁଅ ଅଜୟ ସାହୁ ଗତ ୧୪ ତାରିଖରୁ ନିଖୋଜ ଥିଲେ। ଏନେଇ ଖୋଜାଖୋଜି କରି ନପାଇବା ପରେ କବିସୂର୍ଯ୍ୟନଗର ଥାନାରେ ଏତଲା ଦେଇଥିଲେ।
ତେବେ ଗତକାଲି ଅଜୟ ହଠାତ ଘରକୁ ଫେରିଥିଲେ ଏବଂ ତାଙ୍କୁ ଅପହରଣ କରାଯିବା ସହ ନିର୍ଯାତନା ଦିଆଯାଇଥିବା ନେଇ ପରିବାର ଲୋକଙ୍କ ନିକଟରେ ଅଭିଯୋଗ କରିଥିଲେ।
ଏମିତିକି ତାଙ୍କ ଦେହର ବିଭିନ୍ନ ସ୍ଥାନରେ ମାଡ ମରାଯାଇଥିବା ଚିହ୍ନ ମଧ୍ୟ ଥିବା ଦେଖାଇଥିଲେ । ଏନେଇ ପରିବାର ଲୋକ ଜାଣିବା ପରେ କବିସୂର୍ଯ୍ୟନଗର ଥାନାରେ ଏତଲା ଦେଇଥିଲେ। ତେବେ ବାପାଙ୍କ ବ୍ୟବସାୟୀକ ଶତ୍ରୁତାକୁ ନେଇ ତାଙ୍କୁ ଅପହରଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ତେବେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/police-station_1626433015.jpg)