Advertisment

ଆଜି ଶପଥ ନେବେ ୟେଦ୍ୟୁରପ୍ପା

ବେଙ୍ଗାଲୁରୁ: ବି.ଏସ୍. ୟେଦ୍ୟୁରପ୍ପା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ। ଆଜି ସକାଳ ୯ଟାରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏଥିପାଇଁ ରାଜଭବନରେ ଶପଥ ଗ୍ରହଣ ଲାଗି ସମସ୍ତ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସହ ଶପଥ ଗ୍ରହଣ ଉତ୍ସବର ଆୟୋଜନ ମଧ୍ୟ କରାଯାଇଛି। ଗତକାଲି କଂଗ୍ରେସ ଓ ଜେଡିଏସ୍ ପକ୍ଷରୁ ଶପଥ ଗ୍ରହଣ ଉପରେ ରୋକ୍ ଲଗାଇବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ତେଣୁ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ନିଶ୍ଚିତ ହୋଇଛି। […]

ଆଜି ଶପଥ ନେବେ ୟେଦ୍ୟୁରପ୍ପା

Yeddyurappa

Advertisment

ବେଙ୍ଗାଲୁରୁ: ବି.ଏସ୍. ୟେଦ୍ୟୁରପ୍ପା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ। ଆଜି ସକାଳ ୯ଟାରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏଥିପାଇଁ ରାଜଭବନରେ ଶପଥ ଗ୍ରହଣ ଲାଗି ସମସ୍ତ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସହ ଶପଥ ଗ୍ରହଣ ଉତ୍ସବର ଆୟୋଜନ ମଧ୍ୟ କରାଯାଇଛି।

Advertisment

ଗତକାଲି କଂଗ୍ରେସ ଓ ଜେଡିଏସ୍ ପକ୍ଷରୁ ଶପଥ ଗ୍ରହଣ ଉପରେ ରୋକ୍ ଲଗାଇବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ତେଣୁ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ନିଶ୍ଚିତ ହୋଇଛି। ତେବେ ୟେଦ୍ୟୁରପ୍ପା ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମଧ୍ୟ ଦ୍ୱନ୍ଦ୍ୱ ଦୂର ହୋଇନି। କାରଣ ୟେଦ୍ୟୁୟୁରପ୍ପାଙ୍କ ସରକାର ଉପରୁ ଏବେ ମଧ୍ୟ ସଙ୍କଟ ଲାଗି ରହିଛି।

କର୍ଣ୍ଣାଟକକୁ ନେଇ ଗତ ରାତି ସାରା ହାଇ ଡ୍ରାମା ଚାଲିଥିଲା। ସରକାର ଗଠନ ଲାଗି ୟେଦ୍ୟୁରପ୍ପାଙ୍କୁ ରାଜ୍ୟପାଳ ଆମନ୍ତ୍ରଣ କରିବା ପରେ ମଧ୍ୟରାତ୍ରିରେ ହିଁ ସୁପ୍ରିମକୋର୍ଟକୁ ଯାଇଥିଲା କଂଗ୍ରେସ। ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା କଂଗ୍ରେସ।  ଜଷ୍ଟିସ୍ ଏକେ ସିକ୍ରି, ଜଷ୍ଟିସ ଏସ୍‌ଏ ବବ୍‌ଦେ ଓ ଜଷ୍ଟିସ ଅଶୋକ ଭୂଷଣଙ୍କ ଖଣ୍ଡପୀଠରେ ରାତି ୨ରୁ ସାଢ଼େ ୩ ଘଣ୍ଟା ଧରି ଭୋର ଯାଏଁ ଚାଲିଥିଲା ଶୁଣାଣି। ଉଭୟ ପକ୍ଷରୁ ଜୋରଦାର ବିତର୍କ ହୋଇଥିଲା।  ୟେଦ୍ୟୁରପ୍ପାଙ୍କ ଶପଥ ଗ୍ରହଣ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଥିଲେ ସୁପ୍ରିମକୋର୍ଟ। କିନ୍ତୁ ସୁପ୍ରିମକୋର୍ଟ ଏହା ବି ସ୍ପଷ୍ଟ କରିଛନ୍ତି ଯେ, ମାମଲାର ଚୂଡ଼ାନ୍ତ ରାୟ ଉପରେ ଶପଥ ଗ୍ରହଣ ଓ ସରକାରର ସ୍ଥାୟୀତ୍ୱ ନିର୍ଭର କରେ।  ଅର୍ଥାତ୍‌ ଯଦି ସୁପ୍ରିମକୋର୍ଟଙ୍କ ରାୟ କଂଗ୍ରେସ ସପକ୍ଷରେ ଯାଏ, ତେବେ ୟେଦ୍ୟୁରପ୍ପା ସରକାର ଭାଙ୍ଗିଯିବ। ଏହା ସହିତ ସରକାର ଗଠନ ଲାଗି ବିଜେପି ରାଜ୍ୟପାଳଙ୍କୁ ୧୫ ତାରିଖରେ ଯେଉଁ ଚିଠି ଦେଇଥିଲା, ସେହି ଚିଠିକୁ କୋର୍ଟରେ ଦାଖଲ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛି କଂଗ୍ରେସ।  କଂଗ୍ରେସ ଆଶା ପ୍ରକାଶ କରିଛି ଯେ, ବହୁମତ ପ୍ରମାଣ କରିବାକୁ ସୁପ୍ରିମକୋର୍ଟ ୟେଦ୍ୟୁରପ୍ପାଙ୍କୁ କମ୍ ସମୟ ଦେବାର ସମ୍ଭାବନା ଅଛି।

ଆଜି ଶପଥ ଗ୍ରହଣ ପରେ ବିଧାୟକଙ୍କ ତାଲିକା ଦାଖଲ ପାଇଁ ସୁପ୍ରିମକୋର୍ଟ ବିଜେପିକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମେ ୧୫ ତାରିଖରେ ୟେଦ୍ୟୁରପ୍ପା ରାଜ୍ୟପାଳଙ୍କୁ ଲେଥିଖିବା ଚିଠିକୁ ମଧ୍ୟ କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ବିଧାୟକଙ୍କ ସମର୍ଥନରେ କୌଣସି ଅସୁବିଧା କୋର୍ଟ ଉପଲବ୍ଧି କରନ୍ତି ତେବେ ୟେଦ୍ୟୁରପ୍ପାଙ୍କୁ ଗାଦିଚ୍ୟୁତ କରାଯିବାର ଆଶଙ୍କା ବି ରହିଛି।

Advertisment

ସୂଚନାଥାଉ କି, ଗତକାଲି କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ଭାଲା ବିଜେପି ବିଧାୟକ ଦଳ ନେତା ବି.ଏସ୍. ୟେଦ୍ୟୁରପ୍ପାଙ୍କ ନିକଟକୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ କହିଥିଲେ। ତାସହ ଶପଥ ନେବାର ୧୫ଦିନ ଭିତରେ ବହୁମତ ପ୍ରମାଣ ଦେବାକୁ ମଧ୍ୟ ଚିଠିରେ ରାଜ୍ୟପାଳ ଦର୍ଶାଇଥିଲେ।

Karnataka Yeddyurappa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ