Advertisment

ଅମାନବୀୟ: ମହିଳାଙ୍କୁ ମାଡ଼ ମାରି ଭାଇରାଲ କଲେ ଭିଡ଼ିଓ

ବାଲେଶ୍ୱର: ପୁଣି ଏକ ଅମାନବୀୟ ଘଟଣା। ସାମୂହିକ ଭାବେ ଜଣେ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧିବା ନେଇ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଏହାକୁ ନେଇ ସିମୁଳିଆ ଥାନାରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ମହିଳା ଜଣକ ଏକ ସ୍ୱୟଂ ସହାୟକ ଗୋଷ୍ଠୀରେ କାମ କରୁଥିଲେ। ଗାଁ ଲୋକଙ୍କ ସହ କିଛି ବିବାଦକୁ ନେଇ […]

ଅମାନବୀୟ: ମହିଳାଙ୍କୁ ମାଡ଼ ମାରି ଭାଇରାଲ କଲେ ଭିଡ଼ିଓ

balasore

Advertisment

ବାଲେଶ୍ୱର: ପୁଣି ଏକ ଅମାନବୀୟ ଘଟଣା। ସାମୂହିକ ଭାବେ ଜଣେ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧିବା ନେଇ ଅଭିଯୋଗ ହୋଇଛି।

Advertisment

ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଏହାକୁ ନେଇ ସିମୁଳିଆ ଥାନାରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି।

ମିଳିଥିବା ସୂଚନା ଅନୁସାରେ ମହିଳା ଜଣକ ଏକ ସ୍ୱୟଂ ସହାୟକ ଗୋଷ୍ଠୀରେ କାମ କରୁଥିଲେ। ଗାଁ ଲୋକଙ୍କ ସହ କିଛି ବିବାଦକୁ ନେଇ ମହିଳାଙ୍କ ଉପରେ ଆକ୍ରୋଶ ରଖିଥିଲେ ସ୍ଥାନୀୟ ବାସିନ୍ଦା।

Advertisment

ଗତ ପଣା ସଂକ୍ରାନ୍ତି ଦିନ କୌଣସି ଏକ ପ୍ରସଙ୍ଗକୁ ନେଇ ମହିଳା ଜଣଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ ସ୍ଥାନୀୟ ଲୋକେ। ଏହାକୁ  ନେଇ ପୀଡ଼ିତା ଜଣକ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି। ସେପଟେ ସ୍ଥାନୀୟ ଲୋକେ ମଧ୍ୟ ସମ୍ପୃକ୍ତ ମହିଳାଙ୍କ ନାଁରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ମାମଲାରେ ତଦନ୍ତ ଚଳାଇଛି ସିମୁଳିଆ ପୋଲିସ।

Balasore
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ