Advertisment

ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘ଖୁସି’ରେ ପାତରଅନ୍ତର ଅଭିଯୋଗ

ଭୁବନେଶ୍ୱର : ସ୍କୁଲ୍ ଛାତ୍ରୀଙ୍କୁ ମାଗଣାରେ ସାନିଟାରୀ ନାପ୍‌କିନ୍‌ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘ଖୁସି’ରେ ପାତରଅନ୍ତର ଅଭିଯୋଗ। ରାଜ୍ୟର କେବଳ ଅନୁଦାନ ପ୍ରାପ୍ତ ସ୍କୁଲରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀଙ୍କୁ ନାପ୍‌କିନ୍‌ ଯୋଗାଇ ଦିଆଯିବ ବୋଲି ଆଜି ବିଧାନସଭା ପ୍ରଶ୍ନକାଳରେ କହିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ତେବେ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ କଂଗ୍ରେସ ବିଧାୟକ ଭୁଜବଳ ମାଝୀ। ରାଜ୍ୟରେ ପ୍ରାୟ ୨ଲକ୍ଷ ୬୭ ହଜାର ୪ଶହ ଛାତ୍ରୀ ଅଣଅନୁଦାନ ପାପ୍ତ ସ୍କୁଲରେ […]

ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘ଖୁସି’ରେ ପାତରଅନ୍ତର ଅଭିଯୋଗ

khus

Advertisment

ଭୁବନେଶ୍ୱର : ସ୍କୁଲ୍ ଛାତ୍ରୀଙ୍କୁ ମାଗଣାରେ ସାନିଟାରୀ ନାପ୍‌କିନ୍‌ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘ଖୁସି’ରେ ପାତରଅନ୍ତର ଅଭିଯୋଗ। ରାଜ୍ୟର କେବଳ ଅନୁଦାନ ପ୍ରାପ୍ତ ସ୍କୁଲରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀଙ୍କୁ ନାପ୍‌କିନ୍‌ ଯୋଗାଇ ଦିଆଯିବ ବୋଲି ଆଜି ବିଧାନସଭା ପ୍ରଶ୍ନକାଳରେ କହିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା।

Advertisment

ତେବେ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ କଂଗ୍ରେସ ବିଧାୟକ ଭୁଜବଳ ମାଝୀ। ରାଜ୍ୟରେ ପ୍ରାୟ ୨ଲକ୍ଷ ୬୭ ହଜାର ୪ଶହ ଛାତ୍ରୀ ଅଣଅନୁଦାନ ପାପ୍ତ ସ୍କୁଲରେ ପଢ଼ୁଛନ୍ତି ଏବଂ ରାଜ୍ୟର ୫୧ଟି ଭିନ୍ନକ୍ଷମ ସ୍କୁଲରୁ ଅନେକ ଅନୁଦାନ ପ୍ରାପ୍ତ ହୋଇନାହାନ୍ତି। ତେଣୁ ଅନୁଦାନ ପ୍ରାପ୍ତ ଓ ଅଣ ଅନୁଦାନ ପ୍ରାପ୍ତ ସ୍କୁଲ ମଧ୍ୟରେ ପାତରଅନ୍ତର ନକରି ସେମାନଙ୍କୁ ମଧ୍ୟ ମାଗଣାରେ ନାପକିନ୍ ଯୋଗାଇବାକୁ ବ୍ୟବସ୍ଥା କରିବେ କି ବୋଲି ଭୁଜବଳ ପ୍ରଶ୍ନ କରିଥିଲେ।

ବିଜେଡି ବିଧାୟକ ସମୀର ଦାଶ ମଧ୍ୟ ଏହି ଯୋଜନା ଅଧୀନରେ ସମସ୍ତ ସ୍କୁଲ ଓ ସ୍କୁଲ ଯାଉନଥିବା ଝିଅଙ୍କୁ ନାପକିନ୍ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯିବ କି ବୋଲି ପ୍ରଶ୍ନ କରିଥିଲେ। ତେବେ ଏନେଇ ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଉତ୍ତର ଦେଇଥିଲେ।

Advertisment
Non-aided Schools Sanitary Napkins Girl Students Khusi Scheme
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ