Advertisment

ହ୍ୱାଟ୍ସଆପ୍‌ର ନୂଆ ଫିଚର : ଆପ୍‌ ନଖୋଲି କରିପାରିବେ ଚାଟିଂ

ହ୍ୱାଟ୍ସଆପ୍‌ ଏବେ ଏକ ନୂଆ ଫିଚର ଆଣିଛି। ଯାହା ଦ୍ୱାରା ଆପ୍‌ ନଖୋଲି ମଧ୍ୟ ଚାଟ୍‌ କରିହେବ। ଫେସ୍‌ବୁକ୍‌ର ଏଫ୍‌୮ କନ୍‌ଫରେନ୍ସରେ ହ୍ୱାଟ୍ସଆପ୍‌ ନିଜର ୟୁଜର ମାନଙ୍କୁ ଏହି ନୂଆ ଫିଚର ବିଷୟରେ ସୂଚନା ଦେଇଛି। ହ୍ୱାଟ୍ସଆପ୍‌ର ସାରା ବିଶ୍ୱରେ ୧.୫ ବିଲିୟନରୁ ଅଧିକ ଆକ୍ଟିଭ୍‌ ୟୁଜର ଅଛନ୍ତି। ଆଗକୁ ହ୍ୱାଟ୍ସଆପ୍‌ ଆଣୁଥିବା ନୂଆ ଫିଚରରେ ଗ୍ରୁପ୍‌ ଭିଡ଼ିଓ କଲିଂ ଓ ଷ୍ଟିକର ଉପଲବ୍ଧ ହେବ। ହ୍ୱାଟ୍ସଆପ୍ ଏକ ନୂଆ ଡୋମେନ୍‌ ‘wa.me’ ଲଂଚ କରିଛି। ଯାହା […]

ହ୍ୱାଟ୍ସଆପ୍‌ର ନୂଆ ଫିଚର : ଆପ୍‌ ନଖୋଲି କରିପାରିବେ ଚାଟିଂ

whatsapp

Advertisment

ହ୍ୱାଟ୍ସଆପ୍‌ ଏବେ ଏକ ନୂଆ ଫିଚର ଆଣିଛି। ଯାହା ଦ୍ୱାରା ଆପ୍‌ ନଖୋଲି ମଧ୍ୟ ଚାଟ୍‌ କରିହେବ। ଫେସ୍‌ବୁକ୍‌ର ଏଫ୍‌୮ କନ୍‌ଫରେନ୍ସରେ ହ୍ୱାଟ୍ସଆପ୍‌ ନିଜର ୟୁଜର ମାନଙ୍କୁ ଏହି ନୂଆ ଫିଚର ବିଷୟରେ ସୂଚନା ଦେଇଛି।

Advertisment

ହ୍ୱାଟ୍ସଆପ୍‌ର ସାରା ବିଶ୍ୱରେ ୧.୫ ବିଲିୟନରୁ ଅଧିକ ଆକ୍ଟିଭ୍‌ ୟୁଜର ଅଛନ୍ତି। ଆଗକୁ ହ୍ୱାଟ୍ସଆପ୍‌ ଆଣୁଥିବା ନୂଆ ଫିଚରରେ ଗ୍ରୁପ୍‌ ଭିଡ଼ିଓ କଲିଂ ଓ ଷ୍ଟିକର ଉପଲବ୍ଧ ହେବ। ହ୍ୱାଟ୍ସଆପ୍ ଏକ ନୂଆ ଡୋମେନ୍‌ ‘wa.me’ ଲଂଚ କରିଛି। ଯାହା ଦ୍ୱାରା ୟୁଜର ଇଣ୍ଟରନେଟ୍‌ ବ୍ରାଉଜରରୁ ଚାଟିଂ କରିପାରିବେ। ଆଣ୍ଡ୍ରଏଡ୍ ଭର୍ସନ୨.୧୮.୧୩୮ ବା ଉପର ଭର୍ସନରେ ଚାଲୁଥିବା ଡିଭାଇସ୍‌ରେ ଏହା କାମ କରିବ।

publive-imageଉଲ୍ଲେଖନୀୟ ଯେ, ହ୍ୱାଟ୍ସଆପ୍‌ର ଏହି ନୂଆ ଡୋମେନ୍ ଏକ ପ୍ରକାରର ଚାଟ୍‌ ପ୍ଲାଟଫର୍ମର ୱେବ୍‌ ଭର୍ସନ ଅଟେ। ଏହି ନୂଆ ଡୋମେନ୍‌ ସହ ହ୍ୱାଟ୍ସଆପ୍‌ ୟୁଜର ଯେକୌଣସି ଫୋନ୍ ନମ୍ବରକୁ ସଂଯୋଗ କରି ସିଧା ଚାଟ୍‌ ଅପସନ୍‌କୁ ଯାଇ ପାରିବେ।

Advertisment

publive-imageଜାଣନ୍ତୁ ଏହି ନୂଆ ଫିଚର କେମିତି କାମ କରିବ -

କୌଣସି ହ୍ୱାଟ୍ସଆପ୍‌ ଚାଟ୍‌କୁ ସିଧା ବ୍ରାଉଜରରେ ଖୋଲିବା ପାଇଁ ୟୁଜରଙ୍କୁ  ୟୁଆର୍‌ଏଲ୍‌ https://wa.me/country extension +(phone number) ଟାଇପ୍‌ କରିବାକୁ ହେବ। ଉଦହରଣ- ଯଦି ଆପଣ 919111111111 ନମ୍ବର ସହ ଚାଟ୍‌ କରିବାକୁ ଚାହୁଁଥାନ୍ତି, ତ ଆପଣଙ୍କୁ ଏହି ୟୁଆର୍‌ଏଲ୍‌କୁ https//wa.me/919111111111 ଟାଇପ୍‌ କରିବାକୁ ହେବ। ଆଉ ଏହି କଥାକୁ ମଧ୍ୟ ଧ୍ୟାନରେ ରଖିବେ ଯେ ଯଦି ଆପଣ ଇନଭାଲିଡି ଫୋନ୍‌ ନମ୍ବର ଟାଇପ୍ କରିଥିବେ ତ ଆପଣଙ୍କ ଚାଟ୍‌ ଖୋଲିବ ନାହିଁ ଏବଂ  ଏକ ମେସେଜ୍‌ ମିଳିବ,  ‘ phone number shared via URL is invalid’

WhatsApp Without Opening The App
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ