Advertisment

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଲେ ଆହତ ବୋହୂ ରୀମା

କଟକ : ତୁରନ୍ତ ନ୍ୟାୟ ଦାବି କଲେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଶିକାର ହୋଇଥିବା ରୀମାରାଣୀ ସାହୁ। ବିସ୍ଫୋରଣରେ ଗୁରୁତର ଆହତ ହୋଇ କଟକ ବଡ଼ମେଡିକାଲରେ ଚିକିତ୍ସିତ ହେଉଥିବା ରୀମା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି କହିଛନ୍ତି, ତାଙ୍କୁ ଶୀଘ୍ର ନ୍ୟାୟ ଦିଆଯାଉ। ବିସ୍ଫୋରଣର ଆସାମୀଙ୍କୁ ତୁରନ୍ତ ଗିରଫ କରିବାକୁ ପଦକ୍ଷେପ ନିଆଯାଉ ବୋଲି ରୀମା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ପାର୍ସଲ କେଉଁଠୁ ଆସିଥିଲା, କିଏ ଦେଇଥିଲା ? ତାହାର ସବିଶେଷ ଯାଞ୍ଚ କରାଯାଉ ବୋଲି ରୀମା […]

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଲେ ଆହତ ବୋହୂ ରୀମା

patanagarh

Advertisment

କଟକ : ତୁରନ୍ତ ନ୍ୟାୟ ଦାବି କଲେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଶିକାର ହୋଇଥିବା ରୀମାରାଣୀ ସାହୁ। ବିସ୍ଫୋରଣରେ ଗୁରୁତର ଆହତ ହୋଇ କଟକ ବଡ଼ମେଡିକାଲରେ ଚିକିତ୍ସିତ ହେଉଥିବା ରୀମା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି କହିଛନ୍ତି, ତାଙ୍କୁ ଶୀଘ୍ର ନ୍ୟାୟ ଦିଆଯାଉ। ବିସ୍ଫୋରଣର ଆସାମୀଙ୍କୁ ତୁରନ୍ତ ଗିରଫ କରିବାକୁ ପଦକ୍ଷେପ ନିଆଯାଉ ବୋଲି ରୀମା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Advertisment

ପାର୍ସଲ କେଉଁଠୁ ଆସିଥିଲା, କିଏ ଦେଇଥିଲା ? ତାହାର ସବିଶେଷ ଯାଞ୍ଚ କରାଯାଉ ବୋଲି ରୀମା ଦାବି କରିଛନ୍ତି। ତାଙ୍କ ସହ ଯେଭଳି ଏ ଘଟଣା ଘଟିଲା, ଆଉ କାହା ସହ ତାହା ନ ହେଉ ବୋଲି ରୀମା କହିଛନ୍ତି।

ସେପଟେ ଘଟଣାର ପ୍ରାୟ ମାସେ ହୋଇଯାଇଥିଲେ ହେଁ ବିସ୍ଫୋରଣ ଘଟଣାରେ ଏ ପର୍ଯ୍ୟନ୍ତ ପୋଲିସ କିଛି ସୁରାକ୍ ପାଇନାହିଁ। ପାର୍ସଲ ଆସିଥିବା ରାୟପୁର ଏବଂ ଅନ୍ୟ ସ୍ଥାନକୁ ତଦନ୍ତ କରିଥିଲେ ମଧ୍ୟ ପୋଲିସକୁ ଏ ପର୍ଯ୍ୟନ୍ତ ସଫଳତା ମିଳିନାହିଁ।

Advertisment

ଗତ ୨୩ ତାରିଖରେ ପାର୍ସଲ ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିଲେ ରୀମାଙ୍କ ସ୍ୱାମୀ ସୌମ୍ୟଶେଖର ଓ ତାଙ୍କ ଜେଜେ ମାଆ। ସେପଟେ ନ୍ୟାୟ ଆଶାରେ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ମୃତ ସୌମ୍ୟଶେଖରଙ୍କ ମାଆ ଓ ବାହାଘରର ୫ଦିନ ପରେ ସ୍ୱାମୀକୁ ହରାଇଥିବା ନବବିବାହିତା ରୀମାରାଣୀଙ୍କ ବାପା। ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ଏହା ଏକ ଆନ୍ତରାଜ୍ୟ ମାମଲା ହୋଇଥିବାରୁ, କ୍ରାଇମ ବ୍ରାଞ୍ଚ ଏଡିଜି ଏହାର ତଦନ୍ତ ପ୍ରକ୍ରିୟାକୁ ତଦାରଖ କରିବାକୁ ନେଇ କହିଛନ୍ତି ପୋଲିସ ଡିଜି।

Reema Wife Of Deceased Soumyasekhar Patnagarh Wedding Gift Explosion Bolangir Seeking Justice
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ