Advertisment

କ୍ରାଇମ୍ ପ୍ଲଟ୍‌ର ଲାଇଭ୍ ଡେମୋ ଦେଖାଇଲେ ପୁଞ୍ଜିଲାଲ

ବଲାଙ୍ଗିର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରଙ୍କୁ ଧରି ରାୟପୁରରେ ଛାନ୍‌ଭନ୍‌ ଜାରି ରଖିଛି କ୍ରାଇମବ୍ରାଞ୍ଚ। ଗତ ଦୁଇ ଦିନ ହେଲା ପୁଞ୍ଜିଲାଲକୁ ବିଭିନ୍ନ ସ୍ଥାନକୁ ନେଇ କ୍ରାଇମବ୍ରାଞ୍ଚ ଡେମୋ କରାଉଛି। ତେବେ ଯେଉଁ ଅଟୋ ଚାଳକଙ୍କ ସହାୟତାରେ ପୁଞ୍ଜିଲାଲ୍ କୋରିୟର କରିଥିଲା, ତାଙ୍କ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ତଥ୍ୟ ପାଇପାରିନାହିଁ କ୍ରାଇମବ୍ରାଞ୍ଚ। ତେଣୁ ଅଟୋ ଚାଳକଙ୍କ ସମ୍ପର୍କରେ ତଥ୍ୟ ଯୋଗାଡ଼ ପାଇଁ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ […]

କ୍ରାଇମ୍ ପ୍ଲଟ୍‌ର ଲାଇଭ୍ ଡେମୋ ଦେଖାଇଲେ ପୁଞ୍ଜିଲାଲ

punjilal

Advertisment

ବଲାଙ୍ଗିର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରଙ୍କୁ ଧରି ରାୟପୁରରେ ଛାନ୍‌ଭନ୍‌ ଜାରି ରଖିଛି କ୍ରାଇମବ୍ରାଞ୍ଚ। ଗତ ଦୁଇ ଦିନ ହେଲା ପୁଞ୍ଜିଲାଲକୁ ବିଭିନ୍ନ ସ୍ଥାନକୁ ନେଇ କ୍ରାଇମବ୍ରାଞ୍ଚ ଡେମୋ କରାଉଛି।

Advertisment

ତେବେ ଯେଉଁ ଅଟୋ ଚାଳକଙ୍କ ସହାୟତାରେ ପୁଞ୍ଜିଲାଲ୍ କୋରିୟର କରିଥିଲା, ତାଙ୍କ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ତଥ୍ୟ ପାଇପାରିନାହିଁ କ୍ରାଇମବ୍ରାଞ୍ଚ। ତେଣୁ ଅଟୋ ଚାଳକଙ୍କ ସମ୍ପର୍କରେ ତଥ୍ୟ ଯୋଗାଡ଼ ପାଇଁ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏକ ଟିମ୍ ରାୟପୁରରେ ତନାଘନା ଜାରି ରଖିଛି।

ସଂପୃକ୍ତ ଅଟୋ ଚାଳକଙ୍କ ସମ୍ପର୍କରେ ଯିଏ ସୂଚନା ଦେବେ ତାଙ୍କୁ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି ଆଇଜି ଅରୁଣ ବୋଥ୍ରା ରାୟପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Advertisment

ପୁଞ୍ଜିଲାଲ୍ ସଂପୃକ୍ତ ଅଟୋ ଚାଳକଙ୍କୁ ଅଧିକ ୨୦ ଟଙ୍କା ଦେଇ ସ୍କାଏକିଙ୍ଗ କୋରିୟର ସଂସ୍ଥାରେ ପାର୍ସଲ୍ ବୁକିଂ କରାଇଥିଲା। ତେବେ ସଂପୃକ୍ତ ଅଟୋ ଡ୍ରାଇଭରଙ୍କ ପତ୍ତା ନମିଳିଲେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା। କାରଣ ପୂର୍ବରୁ ପୁଞ୍ଜିଲାଲ ନିଜର ସମସ୍ତ ଦୋଷକୁ ସ୍ୱୀକାର କରି ସାରିଛି ଏବଂ ଘଟଣାରେ ଅନୁତାପ କରି କ୍ରାଇମବ୍ରାଞ୍ଚ ଆଗରେ କାନ୍ଦି ପକାଇଛି। ଏହାବ୍ୟତୀତ ଫରେନ୍ସିକ୍ ଯାଞ୍ଚ ପାଇଁ ପଠାଯାଇଥିବା ମୋବାଇଲ୍, ଲ୍ୟାପଟପ ଏବଂ ଡାଏରୀର ରିପୋର୍ଟ ଆସିବା ପରେ ଅନେକ ତଥ୍ୟ ପ୍ରମାଣିତ ହୋଇଯିବ ବୋଲି ବୋଥ୍ରା ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି।

ଆସନ୍ତାକାଲି ପୁଞ୍ଜିଲାଲ୍‌ର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସରୁଛି। ଏହାପରେ ତାଙ୍କୁ ପାଟଣାଗଡ଼ ଏସ୍‌ଡିଜେଏମଙ୍କ କୋର୍ଟରେ ହାଜର କରାଯିବ। ପୁଞ୍ଜିଲାଲଙ୍କୁ କ୍ରାଇମବ୍ରାଞ୍ଚ ଆହୁରି ରିମାଣ୍ଡରେ ନେବ ନା ନାହିଁ, ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ।

Advertisment

Wedding Gift Blast Punjilal Meher Courier Service Crime Branch Raipur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ