Advertisment

୧୫ଟି ଜିଲ୍ଲାରେ କାଳବୈଶାଖୀର ସତର୍କ ସୂଚନା

ଭୁବନେଶ୍ୱର  : ଆସୁଛି ବର୍ଷା ଓ ଝଡ଼ ତୋଫାନ୍‌। ଏହାର ପ୍ରଭାବ ରାଜ୍ୟର ୧୫ ଜିଲ୍ଲାରେ ଦେଖିବାକୁ ମିଳିବ। ଏହି ସମୟରେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଆଜି ରାତି ୮ଟା ୧୫ ପର୍ଯ୍ୟନ୍ତ ସତର୍କତା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। କିଛି ଦିନ ଧରି ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ଯାହାଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ଲୋକେ ଘରୁ ବାହାରି ପାରୁନଥିଲେ। ଦିନ ୧୨ଟା ବେଳକୁ ରାସ୍ତାଘାଟ ଶୂନ୍‌ସାନ୍‌ ହୋଇଯାଉଥିଲା। କିନ୍ତୁ […]

୧୫ଟି ଜିଲ୍ଲାରେ କାଳବୈଶାଖୀର ସତର୍କ ସୂଚନା

storm

Advertisment

ଭୁବନେଶ୍ୱର  : ଆସୁଛି ବର୍ଷା ଓ ଝଡ଼ ତୋଫାନ୍‌। ଏହାର ପ୍ରଭାବ ରାଜ୍ୟର ୧୫ ଜିଲ୍ଲାରେ ଦେଖିବାକୁ ମିଳିବ। ଏହି ସମୟରେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଆଜି ରାତି ୮ଟା ୧୫ ପର୍ଯ୍ୟନ୍ତ ସତର୍କତା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Advertisment

କିଛି ଦିନ ଧରି ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ଯାହାଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ଲୋକେ ଘରୁ ବାହାରି ପାରୁନଥିଲେ। ଦିନ ୧୨ଟା ବେଳକୁ ରାସ୍ତାଘାଟ ଶୂନ୍‌ସାନ୍‌ ହୋଇଯାଉଥିଲା। କିନ୍ତୁ ଆଜି ପାଗର ସାମାନ୍ୟ ପରିବର୍ତ୍ତନ ଦେଖାଦେଇଥିଲା। ସକାଳେ କାଉଁଳିଆ ପାଗ କରିଥିଲା। ଦିନ ଗଡ଼ିଲା ବେଳକୁ ଖରାର ପ୍ରକୋପ ସାମାନ୍ୟ ବଢ଼ିଥିଲା। ତେବେ ସନ୍ଧ୍ୟାରେ ବର୍ଷା ସହ ଝଡ଼ ତୋଫାନ୍‌ ହେବାର ଆଶଙ୍କା କରାଯାଉଛି। ରାତି ୮ଟା ୧୫ ମିନିଟ୍‌ ଭିତରେ ପ୍ରବଳ ବର୍ଷା ହେବା ସହ ପବନ ବୋହିବ। ଏହି ସମୟରେ ପବନର ବେଗ ୫୦ରୁ ୬୦ କିମି ରହିବା ସମ୍ଭାବନା ରହିଛି। ଏହାର ପ୍ରଭାବ ଗଞ୍ଜାମ, ଗଜପତି, କନ୍ଧମାଳ, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ମାଲକାନଗିରି, ବରଗଡ଼, ଅନୁଗୋଳ, ଢ଼େଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, କେନ୍ଦୁଝର, ବୌଦ୍ଧ ଓ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିବ।

Thunderstorm Alert Weather Forecast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ