moonsoon
ଭୁବନେଶ୍ୱର : ଆସନ୍ତା ୧୨ - ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା। ପାଗରେ ସେଭଳି କିଛି ବିଶେଷ ପରିବର୍ତ୍ତନ ହେବ ନାହିଁ ଉପକୂଳରେ ତାପମାତ୍ର କମ୍ ରହିବ ଏବଂ ଅପରାହ୍ଣରେ କାଳବୈଶାଖୀ ବର୍ଷା ହେବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ।
ତେବେ ୭ରୁ ୮ ତାରିଖ ପରେ ବର୍ଷାର ମାତ୍ରା ବଢ଼ିବ ବୋଲି ପୂର୍ବାନୁମାନ କରାଯାଉଛି। ୮ ରୁ ୧୧ ତାରିଖ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ କାଳବୈଶାଖିର ପ୍ରଭାବ ରହିବ। ଏହି ସମୟରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ରାତି ଯାଏଁ ବର୍ଷା ଜାରି ରହିବ।
ଗତକାଲି ରାଜଧାନୀ ଭୁବନେଶ୍ୱର, କଟକ, ପୁରୀ ସମେତ ରାଜ୍ୟର ୧୦ଟି ସ୍ଥାନରେ ବର୍ଷା ହୋଇଥିବା ବେଳେ କେନ୍ଦୁଝରରେ ସର୍ବାଧିକ ୩୩.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେଠାରେ କୁଆପଥର ସହ ବର୍ଷା ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/moonsoon_1626435126.jpg)