Advertisment

ପୋଲିସ ଡିଜିଙ୍କୁ ଭେଟିଲେ ଉଷସୀ ମିଶ୍ର

ଭୁବନେଶ୍ୱର: ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଭେଟି ନ୍ୟାୟ ମାଗିଛନ୍ତି ଅଭିନେତ୍ରୀ ଉଷସୀ ମିଶ୍ର। ଅନୁଗୁଳରେ ତାଙ୍କୁ ଯେଉଁ ଦୁର୍ବ୍ୟବହାର କରାଯାଇଥିଲା, ୭ ଦିନ ପରେ ମଧ୍ୟ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଶୂନ ବୋଲି ସେ କହିଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି।  ସିନେ କ୍ରିଟିକ୍ସ୍‌ ଆସୋସିଏସନ୍‌ର କର୍ମକର୍ତ୍ତା ମଧ୍ୟ ଉଷସୀଙ୍କ ସହିତ ଯାଇ ଡିଜିପିଙ୍କୁ ଭେଟିଛନ୍ତି। ଗତ ୨୨ ତାରିଖରେ ଅନୁଗୁଳ ନିକଟ ଡେରଙ୍ଗ ନିକଟରେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା […]

ପୋଲିସ ଡିଜିଙ୍କୁ ଭେଟିଲେ ଉଷସୀ ମିଶ୍ର

usasi

Advertisment

ଭୁବନେଶ୍ୱର: ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଭେଟି ନ୍ୟାୟ ମାଗିଛନ୍ତି ଅଭିନେତ୍ରୀ ଉଷସୀ ମିଶ୍ର। ଅନୁଗୁଳରେ ତାଙ୍କୁ ଯେଉଁ ଦୁର୍ବ୍ୟବହାର କରାଯାଇଥିଲା, ୭ ଦିନ ପରେ ମଧ୍ୟ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଶୂନ ବୋଲି ସେ କହିଛନ୍ତି।

Advertisment

ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି।  ସିନେ କ୍ରିଟିକ୍ସ୍‌ ଆସୋସିଏସନ୍‌ର କର୍ମକର୍ତ୍ତା ମଧ୍ୟ ଉଷସୀଙ୍କ ସହିତ ଯାଇ ଡିଜିପିଙ୍କୁ ଭେଟିଛନ୍ତି।

ଗତ ୨୨ ତାରିଖରେ ଅନୁଗୁଳ ନିକଟ ଡେରଙ୍ଗ ନିକଟରେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ କଣିହାଁ ଥାନାରେ ଅଭିଯୋଗ କରିଥିଲେ ଉଷସୀ।

Advertisment

ଯାତ୍ରା ପାଇଁ ଯାଇଥିବା ବେଳେ ଇନ୍ଦ୍ରମଣି ସାହୁ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ଦୁଇ ପୁଅ ଉଷସୀଙ୍କୁ ଅସଦାଚରଣ କରିଥିବା ଉଷସୀ ଅଭିଯୋଗ କରିଥିଲେ।  ସେପଟେ ଦୁଇ ଦିନ ତଳେ ଉଷସୀଙ୍କ ବିରୋଧରେ ପାଲଟା ଅଭିଯୋଗ କରିଥିଲେ ଇନ୍ଦ୍ରମଣି ସାହୁ।

Usasi Misra Odia Actress Usasi Misra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ