usasi misra
ଭୁବନେଶ୍ୱର: ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ଅଭିଯୋଗ। ଅନୁଗୁଳ କଣିହାଁ ନିକଟ ଡେରଙ୍ଗ ନିକଟରେ ତାଙ୍କୁ ଅସଦାଚରଣ ହୋଇଥିବା ନେଇ କଣିହାଁ ଥାନାରେ ଅଭିଯୋଗ କରିଛନ୍ତି ଉଷସୀ।
ଏନେଇ ସୋସିଆଲ ମିଡିଆରେ ମଧ୍ୟ ଅଭିଯୋଗ ରଖିଛନ୍ତି ଉଷସୀ। ଗତକାଲି ଉଷସୀ ଯାତ୍ରା କରିବାକୁ ଡେରଙ୍ଗ ଯାଇଥିଲେ।
/odishatv-khabar/media/post_attachments/wp-content/uploads/2018/04/Usasi-Mishra.jpg)
ସେଠାରେ ଡେରଙ୍ଗ ପଞ୍ଚାୟତର ଇନ୍ଦ୍ରମଣୀ ସାହୁ ଓ ତାଙ୍କ ଦୁଇ ପୁଅ ମିଶି ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏପରିକି ମାଡ଼ ମାରିଥିବା ଓ ଗାଡ଼ି ଭଙ୍ଗାରୁଜା କରିଥିବା ନେଇ କଣିହା ଥାନାରେ ଏତଲା ଦେଇଛନ୍ତି ଉଷସୀ।
କଣିହାଁ ଭାରପ୍ରାପ୍ତ ଥାନା ଅଧିକାର ସୁକାନ୍ତି କେରକେଟା ଏତଲା ପାଇଥିବା କଥା ସ୍ୱୀକାର କରିଥିବା ବେଳେ ଉତ୍ତରାଞ୍ଚଳ ଡିଆଇଜି ନରସିଂହ ଭୋଳ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/usasi-misra_1626500356.jpg)