Advertisment

ମୁହାଁମୁହିଁ ହେବେ ସଲମାନ୍ -ପ୍ରେମ୍

ଭୁବନେଶ୍ୱର: ଏଥର ରଜରେ ପ୍ରେକ୍ଷାଳୟରେ ମୁହାଁମୁହିଁ ହେବେ ସୁନ୍ଦରଗଡ଼ର ସଲମାନ୍ ଖାନ୍ ଭର୍ସେସ୍ ପ୍ରେମ୍ କୁମାର। ଲଢ଼େଇ ହେବ ଜୋରଦାର। ଯାହାକୁ ଦେଖି ଦର୍ଶକ ମଧ୍ୟ ଚକିତ ହେବେ। କାହିଁକି ନା ଜଣେ ଡାହା ବାଳୁଙ୍ଗାକୁ ଆଉ ଜଣେ ବାଳୁଙ୍ଗା ଟୋକା। ଏହାପରେ ଆପଣମାନେ ନିଶ୍ଚୟ ପୂରା ଘଟଣା ବିଷୟରେ ଜାଣିବା ପାଇଁ ଉତ୍ସାହିତ ଥିବେ। ତେବେ ଜାଣନ୍ତୁ ଘଟଣା କ’ଣ। ପୂରା ଘଟଣାଟି ହେଲା ଓଲିଉଡ଼ ଇଣ୍ଡଷ୍ଟ୍ରିର ୨ ଜଣ ସୁପରଷ୍ଟାର ଅନୁଭବ ମହାନ୍ତି ଓ […]

ମୁହାଁମୁହିଁ ହେବେ ସଲମାନ୍ -ପ୍ରେମ୍

anubhav-babushan

Advertisment

ଭୁବନେଶ୍ୱର: ଏଥର ରଜରେ ପ୍ରେକ୍ଷାଳୟରେ ମୁହାଁମୁହିଁ ହେବେ ସୁନ୍ଦରଗଡ଼ର ସଲମାନ୍ ଖାନ୍ ଭର୍ସେସ୍ ପ୍ରେମ୍ କୁମାର। ଲଢ଼େଇ ହେବ ଜୋରଦାର। ଯାହାକୁ ଦେଖି ଦର୍ଶକ ମଧ୍ୟ ଚକିତ ହେବେ। କାହିଁକି ନା ଜଣେ ଡାହା ବାଳୁଙ୍ଗାକୁ ଆଉ ଜଣେ ବାଳୁଙ୍ଗା ଟୋକା। ଏହାପରେ ଆପଣମାନେ ନିଶ୍ଚୟ ପୂରା ଘଟଣା ବିଷୟରେ ଜାଣିବା ପାଇଁ ଉତ୍ସାହିତ ଥିବେ।

Advertisment

publive-image

ତେବେ ଜାଣନ୍ତୁ ଘଟଣା କ’ଣ। ପୂରା ଘଟଣାଟି ହେଲା ଓଲିଉଡ଼ ଇଣ୍ଡଷ୍ଟ୍ରିର ୨ ଜଣ ସୁପରଷ୍ଟାର ଅନୁଭବ ମହାନ୍ତି ଓ ବାବୁସାନ୍ ମହାନ୍ତିଙ୍କୁ ନେଇ ଚଳିତ ବର୍ଷ ତରଙ୍ଗ ସିନେ ପ୍ରଡ଼କ୍ସନ ଦର୍ଶକଙ୍କ ପାଇଁ ରଜ ଭେଟି ଆଣୁଛି। ଦୁହେଁ ଦର୍ଶକଙ୍କ ହୃଦୟ କିଭଳି ଭାବରେ ଜିତି ପାରିବେ ସେନେଇ ପ୍ରସ୍ତୁତି ଜୋରଦାର ଚଳାଇଛନ୍ତି।

ବାବୁସାନଙ୍କ ଅଭିନୀତ ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ ସିନେମାର ସୁଟିଂ ଆରମ୍ଭ ହୋଇଥିବାବେଳେ, ଅନୁଭବଙ୍କ ‘ପ୍ରେମ୍ କୁମାର’ ଆସନ୍ତା ୩୦ରୁ ସୁଟିଂ ଆରମ୍ଭ ହେବ।

Advertisment

publive-image

ଶିଶୁ କଳାକାରରୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ କ୍ୟାରିୟର ଆରମ୍ଭ କରିଥିବା ଶିବାନୀଙ୍କୁ ତରଙ୍ଗ ସିନେ ପ୍ରଡ଼କ୍ସନ ‘ସିଷ୍ଟର ଶ୍ରୀଦେବୀ’ରେ ବାବୁସାନଙ୍କ ବିପକ୍ଷରେ ଅଭିନୟ କରିବା ପାଇଁ ଏକ ସୁଯୋଗ ଦେଇଥିଲା। ଯେଉଁଠି ଶିବାନୀ ବାବୁସାନଙ୍କ ନାୟିକା ଭାବେ ଅଭିନୟ କରି ନିଜର ଦକ୍ଷତା ଦେଖାଇବା ସହ ଦର୍ଶକଙ୍କ ହୃଦୟ ମଧ୍ୟ ଜିତି ପାରିଥିଲେ। ବର୍ତ୍ତମାନ ଦର୍ଶକ ପୁଣିଥରେ ଶିବାନୀଙ୍କୁ ଆଉଜଣେ ସୁପରଷ୍ଟାର କୁହାଯାଉଥିବା ଅନୁଭବଙ୍କ ସହ ଦେଖିବେ। ‘ପ୍ରେମ୍ କୁମାର’ରେ ଅନୁଭବଙ୍କ ବିପକ୍ଷରେ ୨ ଜଣ ନାୟିକା ଅଭିନୟ କରିବେ। ଯେଉଁଥିରେ ଶିବାନୀଙ୍କୁ ମଧ୍ୟ ଦେଖିବାକୁ ମିଳିବ। ତେବେ ଏହି ଫିଲ୍ମର ନିଦ୍ଦେର୍ଶନା ଦାୟିତ୍ୱରେ ଅଛନ୍ତି ତାପସ ସରଘରିଆ ଓ କାହାଣୀ ଲେଖିଛନ୍ତି ସଞ୍ଜୟ ମହାକୁଳ ଓ ଶକ୍ତି ବରାଳ। ସେହିପରି  ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ପ୍ରେମ୍ ଆନନ୍ଦ।

publive-image

publive-image

ସେପଟେ ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ ଫିଲ୍କରେ ବାବୁସାନଙ୍କୁ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ, ଯାହା ଫିଲ୍ମ ପୋଷ୍ଟର ରିଳିଜରୁ ଜଣାପଡ଼ିଛି। ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି ଅଶୋକ ପତି। କାହାଣୀ ରଚନା କରିଛନ୍ତି ରଣଜିତ୍ ପଟ୍ଟନାୟକ। ସଙ୍ଗୀତ ନିର୍ଦ୍ଦେଶନାରେ ରହିଛନ୍ତି ଅଭିଜିତ୍ ମଜୁମଦାର୍। ଏହି ଫିଲ୍ମରେ ବାବୁସାନଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ନବାଗତା ନାୟିକା ଦିବ୍ୟା।

Advertisment

publive-image

Anubhav Mohanty Babushan Mohanty Taranga Cine Productions Upcoming Movie Taranga Cine Productions Odia Movie Odia Movie Release On Rajo
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ