Advertisment

ଫଟୋ ଭାଇରାଲ କରି ବିବାଦ ଘେରରେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଭିତରେ ଥାଇ ଫଟୋ ଉଠାଇବା ସହ ଉତ୍କଳ ଦିବସରେ ଏହାକୁ ଟ୍ୱିଟ୍ କରି ବିବାଦ ଘେରରେ କେନ୍ଦ୍ର ମନ୍ତ୍ରୀ ବିଜୟ ଗୋଏଲ୍‌। ଗତକାଲି ଉତ୍କଳ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବିଜୟ ଗୋଏଲ୍ ଲିଙ୍ଗରାଜ ମନ୍ଦିରର ୩ଟି ଫଟୋ ସହ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିଲେ। ଗତବର୍ଷ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସମୟର ଏହି ଫଟୋ ବୋଲି ଉଲ୍ଲେଖ ବି କରିଥିଲେ। Greetings of #UtkalaDibasa to our brothers, […]

ଫଟୋ ଭାଇରାଲ କରି ବିବାଦ ଘେରରେ କେନ୍ଦ୍ରମନ୍ତ୍ରୀ

vijay goel

Advertisment

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଭିତରେ ଥାଇ ଫଟୋ ଉଠାଇବା ସହ ଉତ୍କଳ ଦିବସରେ ଏହାକୁ ଟ୍ୱିଟ୍ କରି ବିବାଦ ଘେରରେ କେନ୍ଦ୍ର ମନ୍ତ୍ରୀ ବିଜୟ ଗୋଏଲ୍‌।

Advertisment

ଗତକାଲି ଉତ୍କଳ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବିଜୟ ଗୋଏଲ୍ ଲିଙ୍ଗରାଜ ମନ୍ଦିରର ୩ଟି ଫଟୋ ସହ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିଲେ। ଗତବର୍ଷ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସମୟର ଏହି ଫଟୋ ବୋଲି ଉଲ୍ଲେଖ ବି କରିଥିଲେ।

Advertisment

ଏହି ତିନୋଟି ଫଟୋ ଭିତରୁ ଗୋଟିଏ ମନ୍ଦିର ପ୍ରାଙ୍ଗଣରେ ଏବଂ ଆଉ ଦୁଇଟି ମନ୍ଦିର ଗର୍ଭଗୃହରେ ପୂଜାର୍ଚ୍ଚନା କରିବା ସମୟର। ତେବେ ମନ୍ଦିରକୁ ମୋବାଇଲ୍ ଏବଂ କ୍ୟାମେରା ନିଷିଦ୍ଧ ଥିବା ବେଳେ କେନ୍ଦ୍ରମନ୍ତ୍ରୀ କିଭଳି ଗର୍ଭଗୃହ ଭିତରୁ ଏ ଫଟୋ ଉଠାଇଲେ ତାକୁ ନେଇ ପ୍ରଶ୍ନ ଉଠିଛି।

ଅନ୍ୟପକ୍ଷରେ ଏହି ଘଟଣା ପାଇଁ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କ୍ଷମା ପ୍ରାର୍ଥନା କରିଛନ୍ତି। ଏପଟେ ଏହି ଘଟଣାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ। ବିଜୟ ଗୋଏଲ୍‌ଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରିଦେବା ଦରକାର। ବିଜୟ ଗୋଏଲ୍‌ ତୁରନ୍ତ ଇସ୍ତଫା ଦିଅନ୍ତୁ ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବହିଷ୍କାର କରନ୍ତୁ ବୋଲି ସୁର ରାଉତରାୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Advertisment

ସୂଚନାଥାଉ କି, ଗତ କିଛି ଦିନ ତଳେ ଲିଙ୍ଗରାଜ ପରିସରରେ ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ବିଜ୍ଞାପନ ସୁଟିଂକୁ ନେଇ ମଧ୍ୟ ବିବାଦ ଉଠିଥିଲା।

BJP Lingaraj Temple Union Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ