asembly-2
ଭୁବନେଶ୍ୱର : ଆଜି ବି ବିଧାନସଭା ଆରମ୍ଭରୁ ହଙ୍ଗାମା। ଗୃହର ମଧ୍ୟ ଭାଗକୁ ଆସି ବିରୋଧୀଙ୍କ ହୋହାଲ୍ଲା। ବିରୋଧୀ କଂଗ୍ରେସ ଦେଇଥିବା ମୁଲତବି ନୋଟିସ ଗ୍ରହଣ ନହେବାରୁ ଦଳୀୟ ବିଧାୟକ ମାନେ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ।
ରାଜ୍ୟର ଲକ୍ଷ ଲକ୍ଷ ଯୁବକଯୁବତୀ ବେକାର, ନିଯୁକ୍ତି କିମ୍ବା କର୍ମନିଯୁକ୍ତିର ସୁଯୋଗ ନାହିଁ। ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀଙ୍କ ପକ୍ଷରୁ ଆଜି ମୁଲତବି ନୋଟିସ ଦିଆଯାଇଥିଲା। ତେବେ ଏହାକୁ ବାଚସ୍ପତି ଗ୍ରହଣ କରିନଥିଲେ।
ସେପଟେ ମରୁଡ଼ି ସହାୟତା ଦାବିରେ ବିଜେପି ବିଧାୟକମାନେ ମଧ୍ୟ ଗୃହରେ ହୋହାଲ୍ଲା ଓ ନାରାବାଜି କରିଥିଲେ। ଫଳରେ ଗୃହକୁ ପ୍ରଥମେ ଦିନ ୧୧ଟା ୩୦ ଓ ପରେ ୧୨ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ ବାଚସ୍ପତି।
ଏଥିସହ ଗୃହରେ ଅଚଳାବସ୍ଥା ଦୂର କରିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ସର୍ବଦଳୀୟ ବୈଠକ ପରେ ଗୃହ ସ୍ୱାଭାବିକ ହୋଇଛି। ସେପଟେ ଆଜି ବିଧାନସଭାରେ କିଛି ବିଲ୍ ମଧ୍ୟ ପାରିତ ହେବାର ସମ୍ଭାବନା ରହିଛି। ତା ମଧ୍ୟରେ ରହିଛି ଭାଷା ସଂଶୋଧନ ବିଲ୍ ଓ ବିଧାୟକଙ୍କ ଦରମା ବୃଦ୍ଧି ସମ୍ପର୍କିତ ବିଲ୍। ସେପଟେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବା କାର୍ଯ୍ୟକ୍ରମ ଥିବାରୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବାର ସମ୍ଭାବନା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/asembly-2_1626503061.jpg)