raped
ବାଲେଶ୍ୱର/ କେନ୍ଦୁଝର : ପୁଣି ଲଜ୍ଜା। ବଢି ଚାଲିଛି ଦୁଷ୍କର୍ମ ଅପରାଧ। ବାଲେଶ୍ୱର ଜିଲ୍ଲାରେ ଜଣେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ନେଇ ଅଭିଯୋଗ। ସୋର ଥାନା ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା। ଏହି ଘଟଣାରେ ଶ୍ୟାମ ସିଂ ନାମକ ଯୁବକକୁ ଗିରଫ କରିଛି ପୋଲିସ।
ଚଳିତ ମାସ ୨ ତାରିଖରେ ଔପଦା ଥାନା ଅଞ୍ଚଳରୁ ଜଣେ ଆଦିବାସୀ ମହିଳା ସୋର ଅଞ୍ଚଳକୁ ତାଙ୍କ ସମ୍ପର୍କୀୟଙ୍କ ଭୋଜିରେ ଯୋଗ ଦେବାକୁ ଆସିଥିଲେ। ହେଲେ ଏଠାରେ ମହିଳା ଜଣଙ୍କୁ ଏକ ନିଛାଟିଆ ସ୍ଥାନରେ ଶ୍ୟାମ ସିଂ ଦୁଷ୍କର୍ମ କରିଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଥିଲା।
ସେପଟେ ଅନ୍ୟ ଏକ ଘଟଣାରେ କେନ୍ଦୁଝର ତେଲକୋଇ ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ। ଏହି ଘଟଣାର ପୋଲିସ୍ ସୁଶୀଲ ନାୟକ ନାମକ ଜଣ ଯୁବକଙ୍କୁ ପାଲିସ ଗିରଫ କରିଛି ।
ଅଭିଯୋଗ ଅନୁସାରେ, ବିବାହିତା ମହିଳା ଜଣକ ଗତ ୪ ତାରିଖ ରାତିରେ ଶୌଚ ପାଇଁ ଘର ପଛ ପଟକୁ ଯାଇଥିଲେ। ଏ ସମୟରେ ମହିଳାଙ୍କ ଗାଁକୁ ଭୋଜି ଖାଇବାକୁ ଆସିଥିବା ସୁଶୀଲ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/raped_1626503658.jpg)