Advertisment

ଖୋର୍ଦ୍ଧାରେ ଖୋଲିବ ୨ଟି ଦକ୍ଷତା ବିକାଶ ପ୍ରତିଷ୍ଠାନ

ଖୋର୍ଦ୍ଧା: ୧୦୦୦ କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧାରେ ୨ଟି ଦକ୍ଷତା ବିକାଶ ପ୍ରତିଷ୍ଠାନ (ସ୍କିଲ୍‌ ଡେଭଲପ୍‌ମେଣ୍ଟ ସେଣ୍ଟର) ପ୍ରତିଷ୍ଠା କରାଯିବାନେଇ କେନ୍ଦ୍ର ଯୋଜନା କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ତରଫରୁ ବରୁଣେଇ ପାହାଡ ତଳେ ରାଜ୍ୟ ସରକାର ଯୋଗାଇ ଦେଇଥିବା ୬୦ ଏକର ଜାଗା ଉପରେ ୫୦୦ କୋଟି ଟଙ୍କା ବ୍ୟୟରେ ହାଇଡ୍ରୋକାର୍ବନ୍ କ୍ଷେତ୍ରରେ ଦକ୍ଷତା ବିକାଶ ପ୍ରତିଷ୍ଠାନ ଖୋଲାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସେହିପରି ଜଟଣୀ ଠାରେ ରାଜ୍ୟ […]

ଖୋର୍ଦ୍ଧାରେ ଖୋଲିବ ୨ଟି ଦକ୍ଷତା ବିକାଶ ପ୍ରତିଷ୍ଠାନ

dharmendra pradhan

Advertisment

ଖୋର୍ଦ୍ଧା: ୧୦୦୦ କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧାରେ ୨ଟି ଦକ୍ଷତା ବିକାଶ ପ୍ରତିଷ୍ଠାନ (ସ୍କିଲ୍‌ ଡେଭଲପ୍‌ମେଣ୍ଟ ସେଣ୍ଟର) ପ୍ରତିଷ୍ଠା କରାଯିବାନେଇ କେନ୍ଦ୍ର ଯୋଜନା କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

Advertisment

ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ତରଫରୁ ବରୁଣେଇ ପାହାଡ ତଳେ ରାଜ୍ୟ ସରକାର ଯୋଗାଇ ଦେଇଥିବା ୬୦ ଏକର ଜାଗା ଉପରେ ୫୦୦ କୋଟି ଟଙ୍କା ବ୍ୟୟରେ ହାଇଡ୍ରୋକାର୍ବନ୍ କ୍ଷେତ୍ରରେ ଦକ୍ଷତା ବିକାଶ ପ୍ରତିଷ୍ଠାନ ଖୋଲାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ସେହିପରି ଜଟଣୀ ଠାରେ ରାଜ୍ୟ ସରକାର ଯୋଗାଇ ଦେଇଥିବା ୨୫ ଏକର ଜାଗା ଉପରେ ଦକ୍ଷତା ବିକାଶ ମନ୍ତ୍ରଣାଳୟ ତରଫରୁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍କିଲସ୍ (ଆଇଆଇଏସ୍) ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

Advertisment

କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଦକ୍ଷତା ବିକାଶ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଆଜୀବିକା ଓ କୌଶଳ ମେଳାରେ ଏକ ହଜାର ଯୁବପିଢୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ଏହି ମେଳାରେ ମୋଟ ୩ହଜାର ପିଲା ଭାଗ ନେଇଥିବାବେଳେ ୪୫ଟି କମ୍ପାନୀ ଏଥିରେ ସାମିଲ ହୋଇଥିଲେ।

Dharmendra Pradhan Skill Development Centre
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ